ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଦମ୍ପତ୍ତି ଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ

ଓଡ଼ିଆ ଦମ୍ପତ୍ତି ଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ 

ରାୟଗଡ: 08/08/2024 ରାୟଗଡ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଆଜି ଗୋଟିଏ ପୁତ୍ର ସନ୍ତାନ କୁ ଓଡ଼ିଆ ଦମ୍ପତ୍ତି ଙ୍କୁ ହସ୍ତାନ୍ତର କରିଛନ୍ତି l ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ 2020 ମସିହାରେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଅନୁସନ୍ଧାନ ପ୍ରାଧିକରଣ (କାରା) କର୍ତ୍ତୁପକ୍ଷ ଙ୍କ ନିକଟରେ ଆବେଦନ କରିଥିବା ଓଡ଼ିଆ ଦମ୍ପତ୍ତି ଙ୍କ ଆଶା ପୂରଣ ହୋଇଛି l 

୪ ବର୍ଷ ର ଅପେକ୍ଷା ପରେ ଗତ 4 ମାସ ଧରି ସରକାରଙ୍କ ଦ୍ୱାରା ଲାଳନ ପାଳନ ହେଉଥିବା ଶିଶୁ ପୁତ୍ର କୁ ପାଇବା ର ସୋଭାଗ୍ୟ ଅର୍ଜନ କରିଛନ୍ତି ଏହି ଓଡ଼ିଆ ଦମ୍ପତ୍ତି l ଶିଶୁ ଟିକୁ ଜିଲ୍ଲାପାଳ ଙ୍କ ଠାରୁ ଗ୍ରହଣ ପାଇବା ମାତ୍ରେ ଉଭୟ ବେଶ ଆତ୍ମ ହରା ହୋଇ ପଡିଛନ୍ତି l କାରା କର୍ତ୍ତୁ ପକ୍ଷଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲାପାଳ ଶ୍ରୀ ମହାଜନ ଉକ୍ତ ଶିଶୁ ପୁତ୍ର ଟି କୁ ହସ୍ତାନ୍ତର କରିଥିଲେ l ଏହି ଶିଶୁ ଟି ର କୌଣସି ଆଇନ ଗତ ଅଭିଭାବକ ନ ଆସିବାରୁ ଉକ୍ତ ଶିଶୁ କୁ ଆଇନ ଗତ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ କାରା କର୍ତ୍ତୃପକ୍ଷ ଙ୍କ ଦୃଷ୍ଟିକୁ ଆଣିଥିଲେ l

ଏହି ଶିଶୁ ଟି ଆଇନ ଗତ ଭାବେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଓଡ଼ିଆ ଦମ୍ପତ୍ତି ଙ୍କୁ ହସ୍ତାନ୍ତର କରାଯାଇଥିଲା ଶିଶୁଟି କୁ ହସ୍ତାନ୍ତର ସମୟରେ ଶିଶୁ ମଙ୍ଗଳ କମିଟି ର ୨ ସଦସ୍ୟ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପାଳ ଏବଂ ଶ୍ରୀଯୁକ୍ତ ଗାଗାରିନ ଶବର ସମେତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଶ୍ରୀ ବିଚିତ୍ରା ସେଠି, ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ର କର୍ମଚାରୀ, ଆଇ.ଡ଼ି.ଏସ ସ୍ବେଛା ସେବୀ ସଂସ୍ଥା ର ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଣ ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ କୁମାର ଦାଶ ସମେତ ଅନ୍ୟ କର୍ମ ଚାରି ମାନେ ଉପସ୍ଥିତ ଥିଲେ l ଆଜି ମଧ୍ଯ ଅନ୍ୟ ଏକଓଡ଼ିଆ ଦମ୍ପତ୍ତି ଯିଏକି ପୂର୍ବରୁ ତା25/06/2024 ରିଖ ଦିନ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, (IDS)ରାୟଗଡରୁ ଏକ କନ୍ୟା ସନ୍ତାନକୁ ଗ୍ରହଣ କରିଥିଲେ ସେହି ଶିଶୁ କନ୍ୟାଟିର ଆଜି ଶେଷ ପୋଷ୍ୟ ସନ୍ତାନ ଗ୍ରହଣ ଶୁଣାଣି କରି ଜିଲ୍ଲାପାଳ ଶ୍ରୀ ମହାଜନ ଚୁଡାନ୍ତ ପୋଷ୍ଯ ସନ୍ତାନ ଗ୍ରହଣ ଅର୍ଡର ପ୍ରଦାନ କରିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବେଳପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ନୂତନ କାର୍ଯ୍ୟକର୍ତ୍ତା ଚୟନ

masiha

ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଏମ୍. କେ କ୍ଳାସେସ୍ ରେ

masiha

ଗ୍ରାମାଞ୍ଚଳରେ ସ୍ୱଛତା ମିଶନ ଏବେ ଅବ୍ୟବସ୍ଥା ରେ ପରିଣତ, ରାସ୍ତାକଡ଼ ପାଲଟିଛି ମୁଜ୍ତାକାଶ ଶୌଚାଳୟ 

masiha

Leave a Comment

error: Content is protected !!