ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁଙ୍ଗଟା ପକ୍ଷରୁ ସ୍ୱଛତା ହିଁ ସେବା କାର୍ଯ୍ୟକର୍ମର ଶୁଭାରମ୍ଭ

ରୁଙ୍ଗଟା ପକ୍ଷରୁ ସ୍ୱଛତା ହିଁ ସେବା କାର୍ଯ୍ୟକର୍ମର ଶୁଭାରମ୍ଭ.

କୋଇଡା ଖଣି ଅଂଚଳ ଅନ୍ତର୍ଗତ ଓରାଘାଟ ଲୌହ ଖଣି ମେସର୍ସ ରୁଙ୍ଗଟା ସନ୍ସସ ପ୍ରlଇଭେଟେ ଲିମିଟେଡ଼ ତରଫରୁ ଏବଂ ଆଇ. ବି. ଏମ (ଭାରତ ସରକାର ) ଙ୍କ ନିର୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଆଜି ତା ୧୭. ୦୯. ୨୦୨୬ ରିଖ ଠାରୁ ଆରମ୍ଭ ହୋଇଯାଇଛି ଏହା ଆସନ୍ତା ମାସ ୧୭. ୧୦. ୨୬ ରିଖ ପ୍ରଯ୍ୟନ୍ତ ଏକ ମାସ ଧରି ଚାଲିବ ଖଣି ପରିଚାଳକ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପ୍ରଧାନ ଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯଇଛି. ଏହି କାର୍ଯ୍ୟକ୍ରମରେ ପ୍ରଥମେ ସମସ୍ତ କର୍ମଚାରୀ ମାନଙ୍କୁ ଖଣି ପରିଚାଳକ ଶପଥ ପାଠ କରିବା ସହିତ ସ୍ୱଛତା ହିଁ ସେବା ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରାଇଥିଲେ ଓ ଦୈନନ୍ଦିନ ଜୀବନରେ ନିଜ ଘରଠାରୁ ଆରମ୍ଭ କରି ନିଜ ପରିବେଶକୁ କିପରି ସ୍ଵଛ ରଖିପାରିବା ସେଥିପାଇଁ ସଚେତନ କରିଥିଲେ.ଏହି ପରିପେକ୍ଷୀରେ ନିକଟସ୍ଥ ବିଦ୍ୟାଳୟ ମାନଙ୍କରେ ସ୍ୱଛତା ସମ୍ବନ୍ଧିତ ପ୍ରବନ୍ଧ, ଚିତ୍ରାଙ୍କନ ଓ debate ପ୍ରତିଯୋଗିତା କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସହିତ ସେମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି. ଖଣି ମଧ୍ୟରେ ବ୍ୟାପକ ବୃକ୍ଷ ରୋପଣ କରାଯିବା ସହିତ, ଖଣି ପରିସର, କାର୍ଯ୍ୟାଳୟ, କଲୋନୀ, ରାସ୍ତାଘାଟ, ଦୋକାନ ବଜାର ଓ ଗ୍ରାମ ଗୁଡିକରେ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ. ଏହାସହିତ ସଫେଇ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ସ୍ୱଛତା କିଟ ବଣ୍ଟନ କରାଯିବ,ତତସହିତ ଏକ ସ୍ଵେଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ କରାଯିବ. ଏହା ସହିତ ପଥଯାତ୍ରା/ମାରାଥନ ମାଧ୍ୟମରେ ସ୍ୱଚ୍ଛତା ସମ୍ବଦ୍ଧରେ ଲୋକମାନଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି. ଏହି କାର୍ଯ୍ୟକ୍ରମରେ ଓରାଘାଟ ଖଣି ତରଫରୁ ଶ୍ରୀଯୁକ୍ତ ପ୍ରକାଶ କୁମାର, ରଞ୍ଜନ କୁମାର ପାଣି, ଡ. ଅଞ୍ଜନ କୁମାର ଲେଙ୍କା, ଆର. ଏସ. ମହାନ୍ତ, ବିଦ୍ୟାଧର ସାହୁ, ସତ୍ୟଜିତ ମହାପାତ୍ର, ବିଶ୍ୱରଂଜନ ବେହେରା, ବନମାଳୀ ମହାନ୍ତ, ଡ଼ି. ଏସ. ଦିନକର, ରାମେଶ୍ୱର ପାଇକରାୟ,ବିଶ୍ୱଜିତ ଚକ୍ରବର୍ତ୍ତ୍ଠୀ ଓ ସୁରକ୍ଷା କର୍ମଚାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ.।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ରାୟଗଡ଼ ପୌରପରିଷଦ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ “ଅଙ୍ଗୀକାର-୨୦୨୫” ଶିବିର ଉଦଘାଟିତ

Sunil Chandra Nayak

ଅଖିଳ ଭାରତ କୃଷକ ସଭା ପକ୍ଷରୁ ବିଭିନ୍ନ ଦାବି ନେଇ ବିଶ୍ରା ତହସିଲ କାର୍ଯ୍ୟାଳୟ ଘେରାଉ

masiha

Leave a Comment

error: Content is protected !!