ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଲ ଏଣ୍ଡ ଟି କମ୍ପାନୀର ନମାନି ଓ ଶ୍ରମିକମାରଣ ନୀତି ବିରୋଧରେ ରାଇରଙ୍ଗପୁର ଶ୍ରମ ଅଧିକାରୀଙ୍କୁ ଶ୍ରମିକଙ୍କ ଦାବିପତ୍ର 

ଏଲ ଏଣ୍ଡ ଟି କମ୍ପାନୀର ନମାନି ଓ ଶ୍ରମିକମାରଣ ନୀତି ବିରୋଧରେ ରାଇରଙ୍ଗପୁର ଶ୍ରମ ଅଧିକାରୀଙ୍କୁ ଶ୍ରମିକଙ୍କ ଦାବିପତ୍ର 

ରାଇରଙ୍ଗପୁର – ୧୮/୦୯- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଚାଲିଥିବା RWSS ଜଳଯୋଗାଣ ପ୍ରକଳ୍ପରେ କାର୍ଯ୍ୟରତ ତଥା ଏଲ ଏଣ୍ଡ ଟି କମ୍ପାନୀ ଦ୍ୱାରା ପରିଚାଳିତ ପ୍ରକଳ୍ପର କିଛି ଶ୍ରମିକ ଶ୍ରମ ସମ୍ପର୍କିତ ସମସ୍ୟା ନେଇ ରାଇରଙ୍ଗପୁର ଶ୍ରମ ଅଧିକାରୀଙ୍କ ନିକଟରେ ମିଳିତ ଅଭିଯୋଗପତ୍ର ଦାଖଲ କରିଛନ୍ତି। ୧୨ ଘଣ୍ଟିଆ କାର୍ଯ୍ୟ, ସାପ୍ତାହିକ ଛୁଟି ନମିଳିବା, ବିଳମ୍ବିତ ଦରମା ଓ ଓଭରଟାଇମ୍‌ ବକେୟା ନେଇ ସେମାନେ ଅଭିଯୋଗ କରିଛନ୍ତି।

ଅଭିଯୋଗପତ୍ର ଅନୁଯାୟୀ, ପ୍ରକଳ୍ପରେ କାର୍ଯ୍ୟରତ ପମ୍ପ ଅପରେଟର ଓ ଇକ୍ୟୁପମେଣ୍ଟ ଅପରେଟରମାନେ ପ୍ରତିଦିନ ପ୍ରାୟ ୧୨ ଘଣ୍ଟା କାମ କରୁଛନ୍ତି। ସାପ୍ତାହିକ ଛୁଟି, ଓଭରଟାଇମ୍‌ ଦେୟ ଓ ଅନ୍ୟାନ୍ୟ ବକେୟା ରାଶି ପ୍ରଦାନରେ ସମସ୍ୟା ଥିବା ଶ୍ରମିକମାନେ ଦର୍ଶାଇଛନ୍ତି।କିଛି ଶ୍ରମିକଙ୍କ ଅଭିଯୋଗ ଅନୁସାରେ, ଦରମା ପ୍ରଦାନରେ ୨ରୁ ୩ ମାସ ପର୍ଯ୍ୟନ୍ତ ବିଳମ୍ବ ହେଉଛି। ବାରମ୍ବାର ଦାବି ସତ୍ତ୍ୱେ ଦରମା ସ୍ଲିପ୍‌ କିମ୍ବା ପେମେଣ୍ଟ ଷ୍ଟେଟମେଣ୍ଟ ମିଳୁନଥିବା ମଧ୍ୟ ଅଭିଯୋଗ ହୋଇଛି |ଶ୍ରମିକମାନେ ଯୋଗ୍ୟତା ଓ ଲାଇସେନ୍ସ ଅନୁଯାୟୀ ପ୍ରଯୁଜ୍ୟ ଦରମା ହାର ଓ ଦେୟର ହିସାବ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି। ଏଥିସହ ଉପସ୍ଥାନ ରେକର୍ଡ, ଡ୍ୟୁଟି ରେଜିଷ୍ଟର, ଦରମା ଓ ବ୍ୟାଙ୍କ ପେମେଣ୍ଟ ରେକର୍ଡ ଯାଞ୍ଚ କରି, ଆଇନ ଅନୁଯାୟୀ ଉପଯୁକ୍ତ ଦରମା, ଓଭରଟାଇମ୍‌, ସାପ୍ତାହିକ ଛୁଟି ଓ ବକେୟା ରାଶି ପ୍ରଦାନ ପାଇଁ ଶ୍ରମ ବିଭାଗକୁ ଅନୁରୋଧ କରିଛନ୍ତି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବ୍ରହ୍ମପୁରରେ ଟିପିଏସ୍ଓଡିଏଲର ସିଏସ୍ଆର୍ ଉତ୍କର୍ଷତା ପୁରସ୍କାର କାର୍ଯ୍ୟକ୍ରମ 

Sunil Chandra Nayak

ସାମ୍ବାଦିକ ଙ୍କ ମାତୃ ବିୟୋଗ

masiha

“ଏସପାଇଆର ରାଇରଙ୍ଗପୁର” ମାଧ୍ୟମରେ ଫ୍ରି କୋଚିଂ ଜିଲ୍ଲାପାଳଙ୍କ ଦ୍ବାରା ଶୁଭ ଉଦଘାଟିତ 

masiha

Leave a Comment

error: Content is protected !!