ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗୀତ ସହ ବିଶାଳ ଶୋଭାଯାତ୍ରା

ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗୀତ ସହ ବିଶାଳ ଶୋଭାଯାତ୍ରା

ଚଳିତ ମାସ ଅଗଷ୍ଟ 9 ତାରିଖରେ ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗୀତ ସହ ବିଶାଳ ଶୋଭାଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ 21 ଦଫା ଦାବି ମହା ମହିମ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l

      ଅଗଷ୍ଟ 9 କୁ,”ଜାତୀୟ ଛୁଟି ଦିବସ” ରୁପେ ଘୋଷଣା କରିବା , UCC ଏବଂ CCA ଭଳି କଳା ଆଇନ ବଦଂ କରିବା, ଜେଲ ରେ ମିଥ୍ୟା କେସ ରେ ରହିଥିବା ଆଦିବାସୀ ମାନଙ୍କୁ ଖଲାସ କରିବା, ଭାରତର ସମସ୍ତ ବନାଞ୍ଚଳ ରେ ଜଙ୍ଗଲ ଅଧିକାର ଅଧୁନିୟମ ( ଏଫ୍‌ଆରଏ)କୁ କଡ଼ାକଡ଼ି ଲାଗୁ କରିବା ପାଇଁ ଉପାୟ ବାହାର କରିବା ଉପରେ ବିଚାର ବିମର୍ଶ କରିବା ନିମି ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା, କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେବାକୁ ହେଉଥିବା ତ‌ତ୍କାଳକୁ ବନ୍ଦ କରିବା ଓ ଆଦିବାସୀ ଓ ପରିବେଶବିତ୍ ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ ପ୍ରତ୍ୟାହାର କରିବା, ସମ୍ବିଧାନର ପଞ୍ଚମ ଅନୁସୂଚିତ ଆଦିବାସୀ ସଂପ୍ରଦାୟର ପାରମ୍ପରିକ ଅଧିକାର ଓ ହକ୍କ ଗୁଡ଼ିକ କାର୍ଯ୍ୟକାରୀ କରିବା, ଭାରତର ଆସାମ ରାଜ୍ୟ ଓଅନ୍ୟାନ୍ୟ ରାଜ୍ୟରେ ଥ‌ିବା ଆଦିବାସୀ ପାହାଡ଼ି ଜିଲ୍ଲା ଗୁଡ଼ିକୁ ପଞ୍ଚାୟତ ରାଜଘୋଷଣା କରିବା, MGNREGA କାମ ରେ ଦୈନିକ 600 ଟକାଂ ମଜୁରୀ ପ୍ରଦାନ କରିବା, ସାମୁହିକ ଜଙ୍ଗଲ ଅଧିକାର ସି.ଏଫ୍.ଆରର ଶାସନ ଓ ପରିଚାଳନା ପାଇଁ ଗ୍ରାମ ସଭା ଗୁଡ଼ିକୁ ସୁଦୃଢ଼ କରିବା, ଜଙ୍ଗଲ ଅଧିକାର ଆଇନ ଅଧିନରେ ଆସୁଥିବା ଯୋଗ୍ୟ ଗାଁ ଗୁଡ଼ିକର ଏକ‌ତ୍ରି କରଣ କରିବା, ଆଦିବାସୀ ମାନଙ୍କ ଭିତରେ ସାମ୍ପ୍ରଦାୟିକ ଘୃଣା କୁ ବଦଂ କରିବା, ଆଦିବାସୀ ଓ ଦଳିତ ଲୋକ ମାନଙ୍କ ଉପରେ ଅତ୍ୟାଚାର ବଦଂ କରିବା. ଆଦିବାସୀ ମାନକଂ ଉପରେ ମିଥ୍ୟା କେସ ବଦଂ କରିବା, ବଂଶଧାରା ନଗର 80 ଘର ପରିବାର କୁ ପଟା ପ୍ରଦାନ କରିବା, ସିଲିଂ ବହିର୍ଭୁତ ଜମି ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରିବା, ଛାଲକମ୍ଭା ଗ୍ରାମର ସରକାରୀ ଜାଗାରେ ବେ-ଆଇନ ଭାବେ ଦେଶୀ ମଦ ଭାଟି କରି ଉକ୍ତ ଗ୍ରାମର ବେଢି ବେହେରା, ପବିତ୍ର ବେହେରା ବିଗତ ୧୬ ବର୍ଷ ଧରି ମାସିଳ ୧୦୦୦/- ଟଙ୍କା ମଦ ଚେପାରୀ ଠାରୁ ନେଉଛନ୍ତି ଉକ୍ତ ମଦଭାଟିକୁ ଉଚ୍ଛେଦ କରିବା, ଗୁଣପୁର ବ୍ଲକ୍‌ର ପୁଟାସିଂ ପଞ୍ଚାୟତ ରେଜିତାଲ ଗ୍ରାମର ଆଦିବାସୀ ଓ ଗରୀବ ଲୋକ ପୂର୍ବ ପୁରୁଷରୁ ଭୋଗ ଦଖଲରେ ରହିବା ସରକାରୀ ଜମିକୁ ସେମାନଙ୍କ ନାମରେ ପଟ୍ଟା ପ୍ରଦାନ କରିବା, ରେଜି’ତାଲ ମୌଜାରେ ବା ଏବଂ ପୁଟାସିଂ ନାମରେ ନାମିତ କରାଯାଇଥିବା ସମସ୍ତ କାର୍ଯ୍ୟାଳୟକୁ ପୁଟାସି ସଦର ମହକୁମାରେ ସାମିଲ କରିବା, ଦଳିତ, ଗରିବ ଏବଂ ମହିଳାଙ୍କ ଉପରେ ସାମ୍ରାଜ୍ୟ ଏବଂ ପ୍ରଧାନ୍ୟ ଶକ୍ତି ଦ୍ବାରା ହେଉଥିବା ଆକ୍ରମଣ ଏବଂ ଅତ୍ୟାଚାର ବନ୍ଦ କରନ୍ତୁ । ଗ୍ରାମାଞ୍ଚଳ ରେ ଗରିବ, ଦଳିତ ଏବଂ ଆଦିବାସୀମାନଙ୍କ ସକଟକୁ ଦୂର କରିବା, ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ରାମନାଗୁଡ଼ା ଓ ଗୁଣପୁର ଅଞ୍ଚଳରେ ଆନ୍ଧ୍ର ପ୍ରଦେଶର ଜମିଦାରମାନେ ଆଦିବାସୀମାନଙ୍କର ଜମିକୁ ବେ-ଆଇନ ଭାବେ ରେଜିଷ୍ଟ୍ରି କରି ନେଇଛନ୍ତି, ଏହାକୁ ତଦନ୍ତ କରି ଆଦିବାସୀ ମାନକୁଂ ଫେରସ୍ତ କରିବା,କୈଳାଶ ଶବର, ରାଜେନ୍ଦ୍ର ମାଝୀ, ରବି ନିମାଲା , ନିରଞ୍ଜନ ଶବର, ତୁଳସା ଶବର, ଗୋପି ନିମାଲା , ନକ୍ଷତ୍ର ଶବର , ରମେଶ ଶବର, , ସମ୍ଭରା ଶବର, ତ୍ରିନାଥ ଶବର, ନାରଜିତ ଶବର, ଭିମ ମାଝୀ, ଦଳର ପ୍ରମୁଖ ଉପସ୍ଥିତ ଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣଠାରେ ହିନ୍ଦୁ ଏକତା ମଞ୍ଚ,ଭାରତ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

masiha

ଯୋଗାଣ ସହାୟକ ମାନଙ୍କ ଆନ୍ଦୋଳନ ଯୋଗୁଁ ଚାଉଳ ବଣ୍ଟନ ଓ ଅନ୍ୟନ୍ୟ କାର୍ଯ୍ୟ ଠପ 

Sunil Chandra Nayak

ବିପଦ ସଙ୍କୁଳ ଅବସ୍ଥାରେ ଥୁଆମୂଳ ରାମପୁର ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ , ନୂତନ କୋଠା ନିର୍ମାଣ ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!