ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ   ଙ୍କ କବିତା ପଣା ସଂକ୍ରାନ୍ତି

ପଣା ସଂକ୍ରାନ୍ତି

 

  କବିତା ସାହୁ   

 

ସୂର୍ଯ୍ୟନାରାୟଣଙ୍କ ଉତ୍ତରାୟଣ 

ଗ୍ରୀଷ୍ମ ଅବକାଶେ ପ୍ରଚଣ୍ଡ ତପନ। 

ଏକାଦଶ ରୁଦ୍ର ହନୁମାନଙ୍କ ଜନ୍ମ 

ବିଷୁବ ରେଖାରେ ଦଣ୍ଡାୟମାନ। 

ମହା ବିଷୁବ ପଣା ସଂକ୍ରାନ୍ତି ନାମ 

ଓଡ଼ିଆ ନବବର୍ଷ କୁ ସ୍ବାଗତମ। 

ଶ୍ରୀମନ୍ଦିରେ ନୁତନ ପଞିକା ପଠନ

ବୁଟ ଗହମ ଚାଉଳେ ଛତୁଆ କରିଣ।

କଞ୍ଚାକ୍ଷୀର ଛେନାଗୁଡ ନଡ଼ିଆ କଦଳୀ

ବେଲ ଫଳମୁଳ ଅଦା ଗୁରୁରାତି ମରିଚ 

ମିଶାଇ ହୁଅଇ ପଣା ପ୍ରସ୍ତୁତ। 

ଘରେ ଘରେ ବୃନ୍ଦାବତୀଙ୍କ ଉପରେ 

ବସନ୍ତରା ଘଡି ବନ୍ଧା ଛାମୁଡିଆରେ।

ଗ୍ରୀଷ୍ମ ଦାଉ ରକ୍ଷା ପାଇଁ ଜଳ ଭରି ସେଥିରେ

ଦେବୀ ପୀଠୁ ଘଟ ମୁଣ୍ଡରେ ଧରି 

କାଳେସୀ ବୁଲନ୍ତି ଗ୍ରାମ ଗ୍ରାମରେ ।

ପଣା ସଂକ୍ରାନ୍ତି ଦିନ ଝାମୁ ନିଆଁରେ 

ଚାଲନ୍ତି ନିଷ୍ଠା ଭକ୍ତି ଦଣ୍ଡୁଆଧାରୀ।

ମାନସିକ କରି ଭକତ ଜନ 

କରି ଥାନ୍ତି କେତେ ଦଣ୍ଡ ବିଧାନ। 

ସମ୍ବିଧାନ ପ୍ରଣେତା ଆମ୍ବେଦକର 

ଜନ୍ମ ଜୟନ୍ତୀ ପାଳନ ତାଙ୍କର। 

ଘରେ ବାହାରେ ମନ୍ଦିରେ ସବୁଠି ପଣା 

ପଣା ପିଇ ଶୀତଳ ହୁଏ ଶରୀର।

ଜୟପୁର

 

Related posts

ମଦନପୁରରେ ମା ପଟଖଣ୍ଡା ଙ୍କ ଛତର ଯାତ୍ରା 

Sunil Chandra Nayak

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା; ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

ଜାମଜୋର ରେ ଯୁବକ ଜଣକ ଫାଶି ଲଗାଇ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!