ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ଚାଷ ଜମି ଶୁଖିଲା , ଚାଷୀ ଚିନ୍ତାରେ, ଜମିରେ ବୁଲୁ ନାହିଁ ନଙ୍ଗଳ

ବନ୍ଧୁଗାଁ ବ୍ଲକରେ ଚାଷ ଜମି ଶୁଖିଲା , ଚାଷୀ ଚିନ୍ତାରେ, ଜମିରେ ବୁଲୁ ନାହିଁ ନଙ୍ଗଳ 

ବନ୍ଧୁଗାଁ ତା, ୧୦/୮/୨୪,କେବଳ ବର୍ଷା ହେଲେ ହିଁ ବିଲ ଗୁଡିକରେ ପାଣି ଜମି ଲେ ଚାଷୀ ଜମିରେ ହଳ ବୁଲାଇ ଚାଷ କରିଥାନ୍ତି। ଶ୍ରାବଣ ଓ ଭାଦ୍ରବ ମାସ ମଧ୍ୟରେ ମଧ୍ୟ ବର୍ଷା ନାହିଁ। ଫଳରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତର ସମସ୍ତ ଗାଁ ଗୁଡିକରେ ଥିବା ଚାଷ ଜମି ଗୁଡ଼ିକରେ ପାଣି ଅଭାବରୁ ଜମି ଶୁଖିଲା ପଡ଼ିଛି। ଚାଷୀମାନେ ଜମିରେ ଲଙ୍ଗଳ ବୁଲାଇ ପାରୁ ନାହାଁନ୍ତି। ବର୍ଷା ହେଲେ ଝରଣା ପାଣି ପୋଖରୀରେ ଆସି ଭର୍ତ୍ତି ହୋଇଥାନ୍ତା ଯାହା ଦ୍ୱାରା ପାଣି ଅଭାବରୁ ନାଳ ଗୁଡିକ ଶୁଖିଲା ପଡ଼ିଛି। ଫଳରେ ହଜାର ହଜାର ଏକର ଚାଷ ଜମି ପଡିଆ ପଡ଼ି ରହିଥିବା ଦେଖିବାକୁ ମିଳିଛି। ବନ୍ଧୁଗାଁ ବ୍ଲକରେ ବର୍ତ୍ତମାନ ସୁଦ୍ଧା ଭାଦ୍ରବ ମାସର ଅଧା ଦିନ ବିତି ଯାଇଥିଲେ ମଧ୍ୟ ଚାଷ ପାଇଁ ଯଥେଷ୍ଟ କମ ବର୍ଷା ହୋଇଥିବା ଯୋଗୁଁ ଜମିରେ ଲଙ୍ଗଳ ବୁଲାଇ ପାରୁ ନାହାଁନ୍ତି ଚାଷୀ। ଧାନ ଚାରା ଗୁଡିକ ୩୫ ଦିନ ବିତିଗଲାଣି ପୁଣି ଚାଷ କାର୍ଯ୍ୟ ସମୟ ମଧ୍ୟ ସରି ଆସିଥିବାରୁ ଚାଷ କେମିତି କରିବେ ତାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଧାନ ଚାରା ଗୁଡିକ ମଧ୍ୟ ଅଧିକ ଦିନ ହୋଇ ଥିବାରୁ ତାହା ଚାଷ କାର୍ଯ୍ୟ ନିମନ୍ତେ ମଧ୍ୟ ଅନୁକୂଳ ନୁହେଁ।ଶତାଧିକ ଗରିବ ଚାଷୀ ସ୍ଥାନୀୟ ଜମି ମାଲିକଙ୍କ ଠାରୁ ଏକର ପିଛା ୭ ହଜାର ଟଙ୍କା ଦେଇ ଚାଷ କରିବା ସହ ଅନେକ ଚାଷୀ ଭାଗ ଚାଷ କରୁଛନ୍ତି। ଜମିରେ ଚାଷ କରିବେ ପରିଶ୍ରମ ଅନୁଯାୟୀ କିଛି ଫସଲ ମିଳିଲେ ଗରିବ ଚାଷୀ ନିଜ ପରିବାରଙ୍କୁ ବର୍ଷର ଖାଦ୍ୟ ଯୋଗାଇ ପାରିବ। ଚଳିତ ବର୍ଷ ଏହି ପ୍ରକାର ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇ ଥିବା ବେଳେ ସରକାର ଚାଷୀଙ୍କ ପାଇଁ କ୍ଷତି ପୂରଣ ପାଇଁ ଅଧିକ ତଦନ୍ତ କରି ପଦକ୍ଷେପ ନେବାକୁ ସ୍ଥାନୀୟ ଟାଙ୍ଗରା ଏନଗୁଲା, ଦାସ ହିକକା, ସାଲୁ ମେଲେକା, ଦାନୁ ମେଲେକା, ଜେନା ବାରିଆ, ରବି ସାରେକା, ଅର୍ଜା କୋଲେକା ଚାଷୀ କୂଳ ଅନୁରୋଧ କରିଛନ୍ତି।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଲକ୍ଷ୍ମୀପୁର ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ସଚେତନତା ପ୍ରସ୍ତୁତି ବୈଠକ

masiha

ଦୀନକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ ଦ୍ୱାରା ଜଳେଶ୍ଵରରେ ଉତ୍କଳ ଦିବସ ପାଳନ 

Sunil Chandra Nayak

ଏସ ଡବ୍ଲୁ ଏଫ୍ ଆଇ ର ୧୦ମ ସର୍ବଭାରତୀୟ ସମ୍ମିଳନୀ ରାଉରକେଲା ଠାରେ ସଫଳ କରିବା ପାଇଁ ଅଭ୍ୟର୍ଥନା କମିଟି ର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!