ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି

ଧର୍ମଗଡ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ଆହ୍ଵାନ କ୍ରମେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଦେଶ ବ୍ୟାପି ହର ଘର ତିରଙ୍ଗା କାର୍ଯ୍ୟକ୍ରମ କୁ ଉତ୍ସବ ପରି ପାଳନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଡି ଲୋକଙ୍କ ପାଖରେ ଦେଶ ପ୍ରୀତି ଭାବନା ଜାଗ୍ରତ କରିବା ସହ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ସଫେଇ, ମହାପୁରୁଷ ଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ,ସୈନିକ ଙ୍କୁ ସମ୍ମାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।ସେହିପରି ଆସନ୍ତା ୧୩ ତାରିଖ ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସମସ୍ତେ ପାଳନ କରିବା ପାଇଁ ଧର୍ମଗଡ ବିଜେପି ତରଫରୁ ବରିଷ୍ଠ ବିଜେପି ନେତା ଧନଞ୍ଜୟ ପାତ୍ର, ଜନ୍ମେଜୟ ନାୟକ,ନଗରପାଳ ଅଶୋକ କୁମାର ମହାନ୍ତି, ନଗର ସଭାପତି ହରେକୃଷ୍ଣ ପଣ୍ଡା,ଧନୀନ୍ଦ୍ର ନାଏକ,ଘନଶ୍ୟାମ ଭାଟି,ଡମ୍ବରୁଧର ଠାକୁର,ପ୍ରବୀଣ କୁମାର ପଣ୍ଡା,ବାଞ୍ଛାନିଧି ଯୋଶୀ ପ୍ରମୁଖ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧୀ ଓ ଗୋପବନ୍ଧୁ,ଚାରିଛକ ରେ ଡ଼.ଆମ୍ବେଦକର ଓ ବସ ଷ୍ଟାଣ୍ଡ ରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି କୁ ସଫେଇ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଵହଳଦା ବ୍ଳକର ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତା ଭାବେ ମୋତିଲାଲ ପାତ୍ର ମନୋନୀତ

masiha

ପୂଜାରିଗୁଡ଼ା ରେ ନିର୍ବାଚନୀ ରଣ ନୀତି ପାଇଁ କଂଗ୍ରେସ୍ ଦଳ ର ଵୈଠକ 

masiha

ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମତିଥି ପାଳନ କଲେ ପୂର୍ବତନ ବିଧାୟକ ସରୋଜ କୁମାର ମେହେର

masiha

Leave a Comment

error: Content is protected !!