ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ଅଭିଯୋଗ ଶିବିର

ଜିଲ୍ଲାପାଳ ଅଭିଯୋଗ ଶିବିର

ନୂଆପଡା,ନୂଆପଡା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟ ପରିସର ରେ ସୋମବାର ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାନୀ ଶିବିର ଅନୁଷ୍ଠିତ ହୋଇ ଯାଇଛି। ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଶିବିର ଆରମ୍ଭ ହେବା ସର୍ବ ପ୍ରଥମେ ପ୍ରଥମ ଗ୍ରସ୍ତ ହୋଇ ଥିବାରୁ କୋମନା ବ୍ଲକ ପ୍ରଶାସନ ପକ୍ଷରୁ କୋମନା ବିଡ଼ିଓ ସୀତାଂଶୁ ଶେଖର ସାମଲ, ବ୍ଲକ ଅଧ୍ୟକ୍ଷା ଅନୁସୟା କୁମ୍ବାର ଏବଂ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କଲା ପରେ ଅଭିଯୋଗ ଶିବିର ରେ ଗୋଟି ଗୋଟି ପିଇବା ପାଣି ସମସ୍ୟା ଠୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭର୍ତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟା ଜନିତ ଏପରିକି ବିଭିନ୍ନ ମୋଟ ୮୪ ଗୋଟି ଅଭିଯୋଗ ର ଶୁଣାଣୀ କରିଥିଲେ । ପୃଥକ ପୃଥକ ଭାବେ ଅଭିଯୋଗ ପାଇଲା ପରେ ତୁରନ୍ତ ସମସ୍ୟା ର ସମାଧାନ ଦିଗ ରେ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେବା ସହ ଅଭିଯୋଗ ପାଇଁ ଆସିଥିବା ହିତାଧିକାରୀ ଙ୍କୁ ଗୋଟିଏ ଗୋଟିଏ ଜାତୀୟ ପତାକା ଦେବା ସହ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ। ଉକ୍ତ ଶିବିର ରେ ଅନ୍ୟ ମାନଙ୍କ ମଧ୍ୟ ରେ ନୂଆପଡା ଏସପି ଜିଆର ରାଘବେନ୍ଦ୍ର, ଡ଼ିଏଫଓ ଅଜିଜ ଖାନ ଙ୍କ ସମେତ ବିଭିନ୍ନ ବିଭାଗ ର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦଳିତ ସମାଜକୁ ସଂଗଠିତ କରିବା ସମୟ ଆସିଛି  ସଂଘର୍ଷ ସହିତ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଧ୍ୟେୟ ହେଉ ଦଳିତ ବୁଦ୍ଧିଜୀବୀ ମଞ୍ଚର ନୂଆଖାଇ ଭେଟଘାଟ

Sunil Chandra Nayak

ନନ୍ଦାହାଣ୍ଡି ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ନର୍ଲା ସରପଞ୍ଚ ସଂଘ ପକ୍ଷରୁ ନର୍ଲାର ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!