ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଜିଲ୍ଲାପାଳ ଙ୍କ ଦାୟିତ୍ୱ ଗ୍ରହଣ

ନୂତନ ଜିଲ୍ଲାପାଳ ଙ୍କ ଦାୟିତ୍ୱ ଗ୍ରହଣ

 ନୂଆପଡା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ମଧୁସୂଦନ ଦାଶ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିଲ୍ଲାପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କଲା ପରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ଅଧିକାରୀ ଙ୍କ ସହ ସରକାର ଙ୍କ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ର ସମୀକ୍ଷା କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇ ଗୋଟି ଗୋଟି କରି ସମସ୍ତ ବିଭାଗ ପରିଦର୍ଶନ କରିବା ସହ ମୁଖ୍ୟ ଚିକିତ୍ସା ଅଧିକାରୀ ସହ ବିଭିନ୍ନ ସମସ୍ୟା ସମ୍ପର୍କ ରେ ପଚାରି ବୁଝିଥିଲେ। ଏଥିସହ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀ ଓ ପରିଜନ ଙ୍କୁ ପୃଥକ ପୃଥକ ଭାବେ ସାକ୍ଷାତ କରି ସରକାର ଙ୍କ ପକ୍ଷରୁ ଦିଆ ଯାଉଥିବା ସ୍ୱାସ୍ଥ୍ୟ ସୁବିଧା ସମ୍ପର୍କ ରେ ପଚାରି ବୁଝି ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସଜବାଜ ହେଉଛି ଆାଦିବାସୀ ମେଳି 

masiha

ଭୁବନ ଅଞ୍ଚଳର ବିକାଶରେ ବାଧକ ସାଜୁଛି ଜବରଦଖଲ

Sunil Chandra Nayak

ତୁଳସୀଡୁଙ୍ଗୁରି ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌ , ଆଲୋକିକରଣ ବିଫଳ 

masiha

Leave a Comment

error: Content is protected !!