ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣି ସହର ଯୋଡାର ବନେଇକାଳାରେ ମହାସମାରୋରେ ଦୁର୍ଗାପୂଜା ପାଳିତ

ଖଣି ସହର ଯୋଡାର ବନେଇକାଳାରେ ମହାସମାରୋରେ ଦୁର୍ଗାପୂଜା ପାଳିତ

ଯୋଡ଼ା – ଖଣି ସହର ଯୋଡ଼ାର ବନେଇକଳା ଥାନା ସମ୍ମୁଖରେ ଥିବା ଟିସ୍କୋ କଲୋନୀର ପରିସରରେ ଶାରଦୀୟ ଦୁର୍ଗାପୂଜା ବେସ ଆଡ଼ମ୍ବରେ ଆରମ୍ଭ। ସ୍ୱଉଚ୍ଚ ତୋରଣ,ରୂପେଲି ଝାଲର ସଜ୍ଜା ସହ ମା ଜଗତ ଜନନୀଙ୍କ ମୂର୍ମୟୀ ମୂର୍ତ୍ତି ବେସ ଚିତାକର୍ଷଣ ରୂପେ ଶୋଭା ପାଉଥିବା ବେଳେ ପାର୍ଶ୍ଵ ଦେବତା ଆଖି ଦୂର୍ଷୀୟା ହେତୁ ପ୍ରତ୍ୟେକ ଦିନ ଭକ୍ତଙ୍କ ଭିଡ଼ ଆଗମନ ହେଉଥିବାର ଦେଖିବାକୁ ମିଳେ।ତେବେ ଏଠାରେ ସୂଚନା ଯୋଗ୍ୟ ଗତ ଦିନ କେଇଟାରେ ଗଣେଶ ପୂଜା ଏହି ଟିସ୍କୋ ଖେଳ ପଡ଼ିଆରେ ସ୍ଥାନୀୟ ଯୁବ କମିଟି ସୂଚାର ରୂପେ ପାଳନ କରିଥିବା ବେଳେ ପୁଣି ଦିନ କେଇଟାରେ ମା ଦଶଭୂଜା ଦୁର୍ଗାଙ୍କ ମେଢ଼ ପ୍ରସ୍ତୁତ କରି,ମାଙ୍କ ବିରାଟକାୟ ମୂର୍ମୟୀ ମୂର୍ତ୍ତି ର ସ୍ଥାପନ ହୋଇବା ସହ ଦୈନଦିନ ସମସ୍ତ ନିତିକାନ୍ତ ସୁଚାର ରୂପରେ ସମାପନ କରିବା ଏବେ ଖଣି ସହର ଯୋଡ଼ାରେ ଉକ୍ତ ଯୁବ କମିଟି ପ୍ରଶଂସା ସାଉଁଟିବାରେ ଲାଗିଛି।ତେବେ ଦେଖିବାକୁ ଗଲେ କିଛି ଦିନ ତଳେ ସାରିଥିବା ଗଣେଶ ପୂଜା ଅବସରରେ ଏହି ସ୍ଥାନରେ ବହୁ ଦୋଳି,ଝୁଲା,ମିନାବଜାର,ଖାଦ୍ୟ/ଥଣ୍ଡା ପାନୀୟ ଦୋକାନ ଏବଂ ବଜାର ବ୍ୟବସାୟୀଙ୍କୁ କମିଟି ନାନାଦି ସୁବିଧା ଦେଇଥିବାରୁ ବେସ ଖୁସି ଥିବାର ଜାଣିବାକୁ ମିଳେ।ଏପରିକି କମିଟି ରାତ୍ରୀ ଯାପନ ନିମନ୍ତେ ସୁବିଧା କରେଇ ଦେବା ସହ ଗାଧେଇବା ଓ ପାଣିର ସୁବିଧା ଦେଇଥିବାରୁ ମୀନା ବଜାର ବ୍ୟବସାୟୀ ଆଗାମୀ ଦିନରେ ଏହି ସ୍ଥାନରେ ମୀନା ବଜାର ଧରି ଆଗାମୀ ବର୍ଷ ପୂଜା ଅବସରରେ ଆସିବାର ଖବର ଦେଇ ଧନ୍ୟବାଦ ଦିଅନ୍ତି।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ

masiha

ଆଦିବାସୀ ମାନଙ୍କୁ ରୋଜଗାର ଯୋଗାଉଛି ପାଚିଲା କେନ୍ଦୁ 

masiha

କପିଳେଶ୍ବର ଓ ଅଷ୍ଟଶମ୍ଭୁ ମନ୍ଦିରର ଉନ୍ନତିକରଣ ପାଇଁ ଅନୁଧ୍ୟାନ କଲେ ASI ଅଧ୍ୟକ୍ଷ କେ.କେ.ବାଷା

masiha

Leave a Comment

error: Content is protected !!