ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପିଟିପିଟି ଗାଈକୁ ମାରିଦେଲା , ରାସ୍ତା ଉପରେ ଛାଡ଼ିଦେଇ ଚାଲିଗଲା ଦଲାଲ୍ 

 ପିଟିପିଟି ଗାଈକୁ ମାରିଦେଲା ,

ରାସ୍ତା ଉପରେ ଛାଡ଼ିଦେଇ ଚାଲିଗଲା ଦଲାଲ୍ 

 ୧୩/୦୮ ପାଟଣାଗଡ଼  // ବଲାଙ୍ଗୀର୍ ଜିଲ୍ଲା ପାଟଣାଗଡ଼ ଥାନା ସାଲେପାଲି ପଞ୍ଚାୟତ୍ ନିଲିଜିବାହାଲ୍ ଖଲିଆ ଗାଁ ମୁଖ୍ୟରାସ୍ତାରେ ମରିପଡିରହିଥିବା ଗାଈ କୁ ଛାଡି ଫେରାର୍ ମାରିଲା ଗୋଚାଲାଣ କାରି ଦଲାଲ୍ ! ଓ ପାଟଣାଗଡ଼ ଥାନା ଯୁଗୀମୁଣ୍ଡା ପଂଚାୟତ୍ ଯୁଗୀମୁଣ୍ଡା ଗ୍ରାମରେ ପ୍ରତି ମଙ୍ଗଳବାର ଦିନ ଗୋରୁ ବଜାର୍ ବସିଥାଏ ଓ ସେଠିକୁ ବାହାର୍ ରାଜ୍ୟର ଗୋ ଦଲାଲ୍ ମାନେ ଗାଈକୁ କିଣିନେବା ପାଇଁ ଆସିଥାନ୍ତି ବୋଲି ଶୁଣିବାକୁ ମିଲେ ! 

ଆହାଃ କି ଅନ୍ୟାୟ ଆଜିର ସ୍ୱାର୍ଥର ଯୁଗରେ ଲୋକଙ୍କ ପାଖରେ ଦୟା,ଧର୍ମ,କ୍ଷମା, ସାହାଯ୍ୟ ବୋଲି କିଛିନାହିଁ ମଣିଷ କିଛିଟା ଟଙ୍କାପାଇଁ ଅନ୍ଧହେଇଯାଇଛି ! ତାହାର ଏହା ଜୀବନ୍ତ ଉଦାହରଣ ଅଟେ ! ହିନ୍ଦୁ ସମାଜ୍ ପ୍ରତି ଘୋର୍ ଅନ୍ୟାୟ ହେଉଛି ହିନ୍ଦୁ ସମାଜର ମାତା ଗୋମାତା ଅଟେ ହେଲେ.. ଏଇ ମଣିଷ ତାକୁ ସାମାନ୍ୟ ଟଙ୍କା ପାଇଁ ଗୋରୁ ମାଫିଆଙ୍କୁ ବିକ୍ରି କରିଦେଉଛି, ଆଉ ସେ ଗୋରୁ ଦଲାଲ୍ ମାନେ ଗାଈ, ଗୋରୁଙ୍କୁ ସହ, ସହ କିଲୋମିଟର୍ ରାସ୍ତାରେ ଚଳାଇ, ଚଳାଇ ଗୋଟେ ବଜାର୍ ରୁ ଅନ୍ୟ ଗୋଟେ ବଜାର୍ ଚୋରା ଚାଲାଣ କରୁଥିବା ସମୟରେ ନିରୀହ ଗାଈ, ଗୋରୁ ମାନେ ଭୋକ, ବିକଳରେ ମୃତ୍ୟୁ ର ଶିକାର ହେଉଛନ୍ତି ! ଓ ଗୋ ଦଲାଲ୍ ମାନଙ୍କ ଗୁଣ୍ଡାଗର୍ଦୀ ବଢ଼ିବାରେ ଲାଗୁଛି ! କଉଠି ପିକ୍ ଅପ୍ ସାହାଯ୍ୟରେ ଗୋରୁ ଚୋରା ଚାଲାଣ ହେଉଛି ତ ଅନ୍ୟ କୋଉଠି ବଡ, ବଡ଼ କଣ୍ଟିନର୍ ଗାଡି ମାନଙ୍କରେ ଗୋରୁ ଚୋରା ଚାଲାଣ ହୋଇ ବାହାର ରାଜ୍ୟ କୁ ମାଂସ ପାଇଁ ନିତିଦିନ ଗୋ ଚାଲାଣ ହେଉଥିବା ଦେଖିବାକୁ ମିଲୁଛି ! ହେଲେ ଏଠି ଆଶ୍ଚର୍ଯ୍ୟର ବିଷୟହେଲା ଯେ ଦିନଦ୍ବି ପ୍ରହରରେ ଖୁଲମ୍ ଖୁଲ୍ଲା ଗୋରୁ ଚୋରା ଚାଲାଣ ହେଉଥିବା ଓ ଗୋରୁ ଅସୁସ୍ଥ ହୋଇ ମରିଗଲେ ମୁଖ୍ୟରାସ୍ତାରେ ଛାଡିଚାଲି ଯାଉଥିବା ବିଷୟ ପୋଲିସ୍ ପ୍ରଶାସନ କିମ୍ବା ଗୋରକ୍ଷା ସଂଗଠନ ମାନଙ୍କୁ ଖବର ଅଛିନା ନାହିଁ ସେ ବିଷୟ ଉପରେ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ବାଚୀ ସୄଟି କରୁଛି ! ଓ ଦୀର୍ଘଦିନ ଧରି ମୁଖ୍ୟ ରାସ୍ତା ମାନଙ୍କରେ ଗାଈ ଗୋରୁଙ୍କୁ ଚଳେଇ, ଚଳେଇ ନେଇ ଗୋମାଂସ କାରି ଦଲାଲ୍ ମାନଙ୍କ ହାତକୁ ନିରୀହ ଗାଈ ଗୋରୁଙ୍କୁ ଟେକି ଦିଆଯାଉଛି ଓ ଜାଣିଶୁଣି ପ୍ରଶାସନ କାହିଁକି ନିରବ ଅଛି ତାହା ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି !  

ଆମ ଖବର୍ ପ୍ରସାରଣ ପରେ ପ୍ରଶାସନ ତରଫରୁ ଗୋ ଦଲାଲ ମାନଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ୍ ନିଆଯାଉଛି ତାହା ଏବେ ଦେଖିବାକୁ ବାକିରହିଲା !

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରାଇଘର ବ୍ଲକ୍ କାଉଡୋଳା ପଞ୍ଚାୟତରେ ବେଧଡକ୍ ଚାଲିଛି ଗଞ୍ଜେଇ ଚାଷ , ପୁଣି ୧୦୦୦୦ ରୁ ଉର୍ଧ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ବିଭାଗ       

masiha

ବିବାହିତ ମହିଳାଙ୍କ ଆତ୍ମହତ୍ୟା

Sunil Chandra Nayak

ରାଇରଙ୍ଗପୁରରେ ଅବକାରୀ ବିଭାଗ ର ଚଢାଉ; ୯୭ ଲିଟର ଦେଶୀ ମଦ,ଦୁଇ ସ୍କୁଟି ଜବତ ସହ ୩ ଜଣଙ୍କୁ କୋର୍ଟ ଚାଲାଣ 

Sunil Chandra Nayak

Leave a Comment

error: Content is protected !!