ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦିପୁର ସୁନାଦଣ୍ଡ ଉଦଯାପନ

ଢ଼େଙ୍କାନାଳ: ତା ୧୩.୦୪.୨୨ରିଖ ମଙ୍ଗଳ ବାର ଦିନ ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁର ପଂଚାୟତ ର ପ୍ରସିଦ୍ଧ ସୁନାଦଣ୍ଡ ଚଳିତ ବର୍ଷ ୧୩ଦିନିଆ ଦଣ୍ଡ ଯାତ୍ରା ପାଳନ କରିଅଛି । ଉକ୍ତ ମେରୁ ଉତ୍ସବ ରେ ଦଣ୍ଡୁଆ ମାନେ କୁଇ ଲେଖା କଣ୍ଟାରେ ଗାଡ଼ି ନିଜ ଭକ୍ତି ଭାବନା ର ପରିଚୟ ଦେଇଛନ୍ତି।ଏଠାରେ ସୂଚନା ଯୋଗ୍ୟ ଯେ ଶିବ ଶକ୍ତି ଙ୍କ ଏଇ ମିଳନ ପର୍ବ ଆଜକୁ ପ୍ରାୟ ୧୫୫ବର୍ଷ ଧରି ଏହି ପରମ୍ପରା କୁ ଏଯାବତ୍ ବଜାୟ ରଖିଛି।

ସକାଳୁ ସକାଳୁ ମାନସିକ ଧାରୀ ପିଲାମାନେ କାମନା କାଳୀକା ପୀଠ ରେ ମୁଣ୍ଡନ ହୋଇ ଠାକୁରାଣୀ ଙ୍କ ଦର୍ଶନ କରିଛନ୍ତି । ମଧ୍ୟାହ୍ନ ରେ ଭକ୍ତ ମାନେ ୨୧ପ୍ରକାର ଦଣ୍ଡ ପ୍ରଣାମ କରି ଠାକୁରାଣୀ ଙ୍କୁ “କଳା ରୁଦ୍ର ମଣି କି ଭଜ ହେ”ଡାକ ରେ ଜାଗ୍ରତ କରିଛନ୍ତି। ସଂଧ୍ୟା ପୂର୍ବ ରୁ କାଳିଶି ଚରୁ ପ୍ରସାଦ ବଣ୍ଟନ ଥିଲେ ।ଏହି ପ୍ରସାଦ ପାଇବା ପାଇଁ ଭକ୍ତ ମାନେ ବହୁ ଦୂର ଦୁରାନ୍ତର ରୁ ଆସି ମା ଙ୍କ ଆଶିଷ ଭିକ୍ଷା ପୂର୍ବକ ଚରୁପ୍ରସାଦ ସେବନ କରିଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଫରଙ୍ଗ ରୁ ଜଣେ ମାନସିକ ବିକୃତ ବୃଦ୍ଧା ଉଦ୍ଧାର 

Sunil Chandra Nayak

ଯାଜ୍ଞସେନୀ ତରଫରୁ ପଣାସକ୍ରାନ୍ତି ପାଳିତ

Sunil Chandra Nayak

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା

Sunil Chandra Nayak

Leave a Comment

error: Content is protected !!