ଅଳପୁଆରେ ପୁଣି କୁମ୍ଭୀର ଆକ୍ରମଣ
ନଦୀକୁଳକୁ ବାସନ ମାଜିବାକୁ ଯାଇ ମହିଳା ନିଖୋଜ ଧୋୟାଞ୍ଚଳରେ ଆତଙ୍କ, ତଲାସୀ ଜାରି
ପଟ୍ଟାମୁଣ୍ଡାଇ ତା ୧୨/୮-ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ ପଞ୍ଚାୟତ ର ଅଳପୁଆଡିଆ ଗ୍ରାମର ଜନୈକା ମହିଳା କୁମ୍ଭୀର ଆକ୍ରମଣର ଶିକାର ହୋଇଥିବାର ଖବର ମିଳିଛି I ଏହି ଘଟଣା ସମଗ୍ର ଧୋୟାଞ୍ଚଳରେ ଆଲୋଡନ ସୃଷ୍ଟି କରିଛି I ଗତ ବର୍ଷ ଧୋୟାଞ୍ଚଳରେ ଘଟିଥିବା କୁମ୍ଭୀର ଆକ୍ରମଣ ଘଟଣା ଅଂଚଳବାସୀଙ୍କ ମନରୁ ଲିଭି ନଥିବାବେଳେ ଆଜିର ଘଟଣାରେ ସମଗ୍ର ଧୋୟାଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି Iପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଥାନା ଅଳପୁଆ ପଂଚାୟତ ଅଳପୁଆ ଅଳପୁଆଡ଼ିଆ ଗ୍ରାମର ମଞ୍ଜୁଲତା ଭଞ୍ଜ ଆଜି ଅପରାହ୍ନରେ ଖାଇ ସାରି ବ୍ରାହ୍ମଣୀ ନଦୀକୁ ବାସନ ମାଜିବାକୁ ଯାଇଥିଲେ I ତେବେ ବହୁ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକମାନେ ବ୍ୟସ୍ତ ହୋଇ ନଦୀ କୁଳକୁ ଖୋଜିବାକୁ ଯାଇଥିଲେ I ନଦୀ କୁଳରେ ତାଙ୍କ ଜୋତା ଥିବା ପରିବାର ଲୋକ ଓ ଗ୍ରାମବାସୀ ଦେଖିବାକୁ ପାଇଥିଲେ I ବହୁ ଖୋଜାଖୋଜି ପରେ ପରିବାର ଲୋକମାନେ ମଞ୍ଜୁଲତାଙ୍କୁ ନପାଇବାରୁ ସେ କୁମ୍ଭୀର ଆକ୍ରମଣ ର ଶିକାର ହୋଇଥିବା ଆଶଙ୍କା କରାଯାଉଛି I ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ଖବର ଦେଇଥିଲେ I ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବାହିନୀ ନଦୀ ମଧ୍ୟରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ନିଖୋଜ ମଞ୍ଜୁଲତାଙ୍କ କୌଣସି ପତ୍ତା ମିଳିନାହିଁ I କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ଘଟଣାସ୍ଥଳରେ ପହଂଚି ତାଲାସୀ ଅଭିଯାନକୁ ତଦାରଖ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଛନ୍ତି I ରାଜ୍ୟ ଧୋ୍ୟାଞ୍ଚଳ ଲୋକ ମାନଙ୍କୁ କୁମ୍ଭୀର ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀବେହେରା ଦାବୀ କରିଛନ୍ତି I ଗତବର୍ଷ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ପେଣ୍ଠପାଳ ପଂଚାୟତର ଅମୂଲ୍ୟ ଦାସ, ତରଡ଼ିପାଳ ଘାଗରାଡିଆର ଗଙ୍ଗାଧର ତରାଇ ଓ ନିମପୁର ଶାସନ ଗ୍ରାମର ଆଚାର୍ଯ୍ୟଙ୍କର କୁମ୍ଭୀର ଆକ୍ରମଣରେ ମୃତ୍ୟୁ ଘଟିଛି I ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ବାରମ୍ବାର କୁମ୍ଭୀର ଆକ୍ରମଣ ଘଟଣା ଘଟୁଥିଲେ ମଧ୍ୟ ସରକାର ଓ ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନକରିବା ସ୍ଥାନୀୟ ଅଂଚଳବାସୀ ଙ୍କୁ ବ୍ୟଥିତ କରିଛି I କୁମ୍ଭୀର ଆକ୍ରମଣ ରୁ ରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଓ ଜନସଚେତନତାର ଜରୁରୀ ଆବଶ୍ୟକତା ରହିଛି!
କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!


