ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଏନଏସି ପକ୍ଷରୁ ହର ଘର ତିରଙ୍ଗା ଓ ଭତ୍ତା ବଣ୍ଟନ କାର୍ଯକ୍ରମ

ଧର୍ମଗଡ ଏନଏସି ପକ୍ଷରୁ ହର ଘର ତିରଙ୍ଗା ଓ ଭତ୍ତା ବଣ୍ଟନ କାର୍ଯକ୍ରମ

ଧର୍ମଗଡ଼ ଏନଏସି ପକ୍ଷରୁ ସ୍ଵାଧୀନତା ଦିବସ ପାଳନ ଅବସରରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧର୍ମଗଡ଼ ଉପଜିଲ୍ଲାପାଳ ଧିମାନ ଚକମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ମୁଖ୍ୟବକ୍ତା ଭାବେ ଇଂରାଜୀ ଅଧ୍ୟାପକ ବଙ୍କିମ ମୁଣ୍ଡ, ସମ୍ମାନିତ ଅତିଥି ଭାବେ ଡ଼ା ମୋନିକା ପରଶିରା, ଲିଙ୍ଗରାଜ ପାତ୍ର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ଉପାଧ୍ୟକ୍ଷା ମନିଷା ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ବିବେକ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଏନଏସି ପକ୍ଷରୁ ଭତ୍ତା ବଣ୍ଟନ, ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିବିଶେଷ ଓ ମରୋଣୋତ୍ତର ପରିବାରକୁ ସମ୍ମାନିତ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଭାଗବତ ଟୁଙ୍ଗିକୁ ମାତ୍ର ଟ. 25000/- ସରକାରୀ ସହାୟତା ମିଳିଛି

masiha

ଦୂର୍ନିତୀର ଗନ୍ତାଘର ପାଲଟିଛି ବହଳଦା ବ୍ଲକ

Sunil Chandra Nayak

ବାରିକ ମାନଙ୍କ ଉପରେ ଅତ୍ୟାଚାର ଓ ଜୁଲମ୍ କୁ ବରଦାସ୍ତ କରାଯିବନି – ରାଜ୍ୟସଭାପତି ହେମନ୍ତ କୁମାର ବାରିକ

Sunil Chandra Nayak

Leave a Comment

error: Content is protected !!