ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୋଗାଣ ବିଭାଗର ଚଢାଉ: ୬ କ୍ୱିଣ୍ଟାଲ କଣ୍ଟ୍ରୋଲ ଚାଉଳ ଜବତ 

ଯୋଗାଣ ବିଭାଗର ଚଢାଉ: ୬ କ୍ୱିଣ୍ଟାଲ କଣ୍ଟ୍ରୋଲ ଚାଉଳ ଜବତ 

କନ୍ଧମାଳ,୧୭/୦୮: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଯୋଗାଣ ବିଭାଗ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିଗୁଡା ନୁଆସାହି ରାସ୍ତାରେ ତେଜରାତି ଦୋକାନ କରିଥିବା ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ ଦୋକାନ ଉପରେ ଶନିବାର ଅଚାନକ ଚଢ଼ାଉ କରି ୬ କ୍ୱିଣ୍ଟାଲ ସରକାରୀ କଣ୍ଟ୍ରୋଲ ଚାଉଳ ଦେଖିବାକୁ ପାଇଥିଲେ l ଉକ୍ତ ଚାଉଳ ବିଷୟରେ ସୂର୍ଯ୍ୟ ପ୍ରସାଦ ପଣ୍ଡା ଅଧିକାରୀ ମାନଙ୍କୁ କୌଣସି ପ୍ରକାରେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ l ଏଣୁ ବାଧ୍ୟ ହୋଇ ଯୋଗାଣ ଅଧିକାରୀ ମାନେ ଉକ୍ତ ୬ କ୍ୱିଣ୍ଟାଲ ଚାଉଳକୁ ଜବତ କରି ନିକଟସ୍ଥ ଲ୍ୟାମ୍ପ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛନ୍ତି l ଏ ନେଇ ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ ନାମରେ ଏତଲା ଦାଏର କରାଯାଇ ଅଧିକ ଅନୁସନ୍ଧାନ ଜାରୀ ରହିଥିବା ବିଷୟ ଜବତ କରିଥିବା ଅତିରିକ୍ତ ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଯୋଗାଣ ନିରୀକ୍ଷକ ମଳୟ କୁମାର ମେହେର ପ୍ରକାଶ କରିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ADJ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

masiha

୫୦ରୁ ଉର୍ଦ୍ଧ୍ୱ ବିଦେଶୀ ମୃତ ପକ୍ଷୀ ବନବିଭାଗ ଦ୍ୱାରା ଜବତ

Sunil Chandra Nayak

ଦିବ୍ୟାଙ୍ଗ ମହିଳା ଙ୍କୁ ବଳାତ୍କାର ଉଦ୍ୟମ,  ଧର୍ଷଣକାରୀଙ୍କୁ ୮ ବର୍ଷ କାରାଦଣ୍ଡାଦେଶ

Sunil Chandra Nayak

Leave a Comment

error: Content is protected !!