ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନାରେ ସ୍ବାଧୀନତା ଦିବସ ପାଳିତ

ଉତ୍କଳ ଆଲୁମିନାରେ ସ୍ବାଧୀନତା ଦିବସ ପାଳିତ

ଟିକିରି/ ରାୟଗଡା : ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ୨୦ ୨୪ ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନତା ଦିବସ ପାଳନ କରିଛି, ଯାହା ଏକତା ଏବଂ ରାଷ୍ଟ୍ରୀୟ ଗୌରବର ମନୋଭାବକୁ ମନୋ ପ୍ରତିଫଳିତ କରିଛି। ଏହି କାର୍ଯ୍ୟକ୍ରମ ନୂଆପଡା ଟାଉନ୍‌ସନରେ ଆୟୋଜିତ ହୋଇଥିଲା ଏବଂ ଏ ଏହା ସ୍ଵାଧୀନତା ଓ ପ୍ରଗତି ଦିଗରେ ରାଷ୍ଟ୍ରର ଯାତ୍ରା ପ୍ରତି ଏକ ଯଥୋଚିତ ସମ୍ମାନ ପ୍ରଦର୍ଶନ ଥିଲା।

ଶ୍ରୀ ରବି ମିଶ୍ର, ୟୁନିଟ ହେଡ୍‌, ଉତ୍କଳ ଆଲୁମିନାଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତାଙ୍କର ପ୍ରେରଣାଦାୟୀ ଉଦ୍‌ବୋଧନରେ ସେ ନିରାପତ୍ତା ଓ ସୁରକ୍ଷା ବିଭାଗର ଅତ୍ୟନ୍ତ ନିଖୁଣ ଯୋଜନା ତାହାର ରୂପାୟନ ପ୍ରୟାସ ନିମନ୍ତେ ପ୍ରଶଂସା କରିଥିଲେ, ଯାହା ଏହି କାର୍ଯ୍ୟକ୍ରମର ସଫଳତାକୁ ସୁନିଶ୍ଚିତ କରିଥିଲା। ସେ ଏକତା ଓ ସମାନତା ଉପରେ ଗୁରୁତ୍ଵ ଦେବା ସହିତ ଆମର ମତପାର୍ଥକ୍ୟ ସତ୍ତ୍ଵେ ଏହି ସମସ୍ତ ମୂଲ୍ୟବୋଧ ପ୍ରତ୍ୟେକ ବ୍ୟକ୍ତି ଆପଣେଇବାକୁ ସେ ଉତ୍ସାହିତ କରିଥିଲେ।

ଏହି ଉତ୍ସ ଉତ୍ସବ ପାଳନ ଅବସରରେ ଏକ ଭବ୍ୟ ମାର୍ଚ ପାଷ୍ଟ ଆୟୋଜନ କରାଯାଇଥିଲା, ଯେଉଁଥ୍ରେ କର୍ମଚାରୀମାନ |ନଙ୍କର ଶୃଙ୍ଖଳା ଳା ଏବଂ ସମନ୍ବିତ ପ୍ରୟାସ ପ୍ରଦର୍ଶିତ ହୋଇଥିଲା। ଏହା ପରେ ଏକ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା, ଯାହା ବ୍ୟକ୍ତିବିଶେଷ ଏବଂ ଟିମ୍‌ଗୁଡିକୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ସଫଳତା ନିମନ୍ତେ ସ୍ୱୀକୃତି ପ୍ରଦ ପ୍ରଦାନ କରିଥିଲା।

ସନ୍ଧ୍ୟାରେ ଏକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥରେ ପ୍ରତିଭାଧାରୀ ନିଜସ୍ୱ କଳାକାଳମାନେ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ବିବିଧ ପ୍ରତିଭାମାନଙ୍କ ଉପରେ ଆଲୋକପାତ କରିବା ସହିତ ସମୁଦାୟ ଉତ୍ସବକୁ ଏକ ପାର୍ବଣ ସ୍ପର୍ଶ ପ୍ରଦାନ କରି ଏକତ୍ର ଏବଂ ସାଂସ୍କୃତିକ ସଦ୍‌ଭାବର ଭାବଧାରାକୁ ଦୃଢୀଭୂତ କରିଥିଲା।

ଉତ୍କଳ ଆଲୁମିନାର ସ୍ଵାଧୀନତା ଦିବସ ପାଳନ କେବଳ ରାଷ୍ଟ୍ରର ଅତୀତ ପ୍ରତି ସମ୍ମାନ ପ୍ରଦର୍ଶନ ନଥୁଲା, ତାହାସହିତ ପ୍ରଗତି ଏବଂ ଏକତା ନିମନ୍ତେ ମନ୍ତେ ଏହାର ପ୍ରତିବଦ୍ଧତାର ପୁନଃ ସୁଦୃଢିକରଣ ଥିଲା। ଏହି କାର୍ଯ୍ୟକ୍ରମ ପୂର୍ଣ୍ଣ ଭାବରେ ସଫଳତ ହୋଇଥିଲା ଏ ଏବଂ ଏହା ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଗୌରବ ଏବଂ ସୌହାର୍ଘ୍ୟର ମନୋଭାବକୁ ପ୍ରୋତ୍ସାହିତ କରି କରିଥିଲା ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧାନ ବକ୍ରୀ ପାଇଁ ଚାଷୀ ପଞ୍ଜୀକରଣ ନେଇ ବାହାରିଲା ସଚେତନତା ରଥ

Sunil Chandra Nayak

ସିନାପାଲିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ୮୦ ଅଭିଯୋଗର ଶୁଣାଣି; ରେଡକ୍ରସ୍‌ ପାଣ୍ଠିରୁ ସହାୟତା ପ୍ରଦାନ

Sunil Chandra Nayak

ବନ୍ଦେ ମାତରଂ ଜାତୀୟ ଗୀତ ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ – ଜୁଏଲ ଓରାମ 

Sunil Chandra Nayak

Leave a Comment

error: Content is protected !!