ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଡ଼ ଭାଙ୍ଗି ଯିବାରୁ ରୋଜଗାର ହରାଇଥିଲେ, ସ୍ୱାଧୀନତା ଦିବସରେ ସରପଞ୍ଚ ଦେଲେ ଟ୍ରାଇ ସାଇକଲ 

ଗୋଡ଼ ଭାଙ୍ଗି ଯିବାରୁ ରୋଜଗାର ହରାଇଥିଲେ,

ସ୍ୱାଧୀନତା ଦିବସରେ ସରପଞ୍ଚ ଦେଲେ ଟ୍ରାଇ ସାଇକଲ 

କୋକସରା,୧୮/୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତର ବୁଦ୍ଧଦେବ ମାଝୀ । ପ୍ରାପ୍ତବୟସରେ ପନିପରିବା ଚାଷ କରି ପାଞ୍ଚ ପ୍ରାଣୀ କୁଟୁମ୍ବ ବେଶ୍ ଆରାମରେ ଚଳି ଯାଉଥିଲେ । ହଠାତ୍ ଏକ ଦୁର୍ଘଟଣା ତାଙ୍କ ରୋଜଗାର ଛଡାଇ ନେଇଥିଲା । ଗୋଡ଼ ଭାଙ୍ଗିଯିବା ଫଳରେ ସେ ଚିକିତ୍ସା ଓ ଅର୍ଥାଭାବରୁ ଏବେ ଶଯ୍ୟାଶାୟୀ । ୮୦ ବର୍ଷୀୟ ବୃଦ୍ଧ ବୁଦ୍ଧଦେବଙ୍କ ଏଭଳି ଅବସ୍ଥା ଦେଖି ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ ବ୍ଲକ ପ୍ରଶାସନ ସହଯୋଗକ୍ରମେ ସ୍ଵାଧୀନତା ଦିବସରେ ଉପହାର ସ୍ୱରୂପ ଏକ ଟ୍ରାଇ ସାଇକଲ ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ସରପଞ୍ଚ ସବୁ ସ୍ୱାଧୀନତା ଦିବସ ଓ ଅନ୍ୟାନ୍ୟ ଶୁଭ ଦିନ ମାନଙ୍କରେ କିଛି ନା କିଛି ସେବାକାର୍ଯ୍ୟ ଦ୍ୱାରା ସଚେତନତା ବାର୍ତ୍ତା ବାଣ୍ଟିଥାନ୍ତି । ଅନ୍ୟପଟେ ଟ୍ରାଇ ସାଇକଲ ପାଇ ବୁଦ୍ଧଦେବଙ୍କ ଖୁସି କହିଲେ ନସରେ । ପୁଣି ସେ ବୁଲି ପାରିବେ, କିଛି କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ସମିତି ସଭ୍ୟ ନର୍ତ୍ତକୀ ଦଣ୍ଡସେନା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଶ ଚନ୍ଦ୍ର ନାଏକ ତଥା ସମସ୍ତ ସଭ୍ୟ, ସଭ୍ୟା ଉପସ୍ଥିତ ରହି ବୁଦ୍ଧଦେବଙ୍କ ମଙ୍ଗଳ କାମନା କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ଙ୍କ ଅବସର ଗ୍ରହଣ 

Sunil Chandra Nayak

ମସ୍କାଗୁଡାଠାରେ କ୍ଳଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

‘ମୋନ୍ଥା’ ପ୍ରଭାବ ରେ ଓଷାଦେବୀ ହାଇସ୍କୁଲରଛାତ୍ରୀନିବାସ ପାଚେରୀ ଭାଙ୍ଗିଲା 

Sunil Chandra Nayak

Leave a Comment

error: Content is protected !!