ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଅମଳିନ ସୁମନ

ଅମଳିନ ସୁମନ

ଶିକ୍ଷାବ୍ୟବସ୍ଥା ଅନ୍ଧ ବିଶ୍ବାସର ଅଭେଦ୍ୟ ପାହାଡ ଓ ଭାରତୀୟ ରାଜନୀତିର ଗୋଟାଏ ସୁପରିଚିତ ନାଆଁ,

ଆଧ୍ୟାତ୍ମିକ ଚିନ୍ତନ, ବେଦ , ଆଇନ୍ କାନୁନ୍ ଓ ଇଂରେଜୀ ଭାଷା ର ନିଆରା ଛୁଆଁ,

ଏବେ ବି ବାହୁନି ବା କାନ୍ଦେ ମହାରାଷ୍ଟ୍ର ର ସୀତା ରାଠା ଗାଆଁ ।

ମନ୍ତ୍ର ଦେଲେ ବଞ୍ଚି ବାକୁ ନିଷ୍ପେସିତ ଜାତି କୁ, ସେଇଥି ପାଇଁ ତ ଜୀବନ ର କଣ୍ଟକିତ ପଥକୁ କଲେ ପୁଷ୍ପିତ ଉପବନ ।

ଧିଶକ୍ତି ପ୍ରଜ୍ଞା ବଳରେ ସାତ ଜଣ ସହ ମିଶି ଗଢିଥିଲେ ବିଧି ବିଧାନ ସମ୍ବିଧାନ,

ନେଇଥିଲେ ସମୟ ମାତ୍ର ଏଗାର ମାସ ସାତ ଦିନ ।

ବାସ୍ତବ ବାଦ ର ମହାନ୍ ସାଧକ, ବୌଦ୍ଧ ଧର୍ମ ର ପ୍ରବର୍ତ୍ତକ ବାବା ସାହେବ ଆଂବେଦକର ପ୍ରାତଃ ପ୍ରଣମ୍ୟ,

ସମ୍ବୋଧନ ର ଏକ ପୂଣ୍ୟ ଉଚ୍ଚାରଣ

ଘେନ ଶ୍ରଦ୍ଧା ସମ୍ମାନ ଅଭିନନ୍ଦନ,

ଏ ଜାତିର ଅମଳିନ ସୁମନ ।

 

ନାୟକ ଅକ୍ଷୟ ରାଜହସ୍ତୀ
ଢ଼େଙ୍କାନାଳ

Related posts

ବାଲେଶ୍ବର – ବେଆଇନ ପାର୍କିଂ, ବସ ଓ ଟ୍ରକ ମୁହାଁମୁହିଁ ଧକ୍କା

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ କଳାହାଣ୍ଡିର ସଫଳତା

Sunil Chandra Nayak

କଳାହାଣ୍ଡି ଜନବାଦି ଲୋକମଞ୍ଚ ପକ୍ଷ ରୁ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!