ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଅମଳିନ ସୁମନ

ଅମଳିନ ସୁମନ

ଶିକ୍ଷାବ୍ୟବସ୍ଥା ଅନ୍ଧ ବିଶ୍ବାସର ଅଭେଦ୍ୟ ପାହାଡ ଓ ଭାରତୀୟ ରାଜନୀତିର ଗୋଟାଏ ସୁପରିଚିତ ନାଆଁ,

ଆଧ୍ୟାତ୍ମିକ ଚିନ୍ତନ, ବେଦ , ଆଇନ୍ କାନୁନ୍ ଓ ଇଂରେଜୀ ଭାଷା ର ନିଆରା ଛୁଆଁ,

ଏବେ ବି ବାହୁନି ବା କାନ୍ଦେ ମହାରାଷ୍ଟ୍ର ର ସୀତା ରାଠା ଗାଆଁ ।

ମନ୍ତ୍ର ଦେଲେ ବଞ୍ଚି ବାକୁ ନିଷ୍ପେସିତ ଜାତି କୁ, ସେଇଥି ପାଇଁ ତ ଜୀବନ ର କଣ୍ଟକିତ ପଥକୁ କଲେ ପୁଷ୍ପିତ ଉପବନ ।

ଧିଶକ୍ତି ପ୍ରଜ୍ଞା ବଳରେ ସାତ ଜଣ ସହ ମିଶି ଗଢିଥିଲେ ବିଧି ବିଧାନ ସମ୍ବିଧାନ,

ନେଇଥିଲେ ସମୟ ମାତ୍ର ଏଗାର ମାସ ସାତ ଦିନ ।

ବାସ୍ତବ ବାଦ ର ମହାନ୍ ସାଧକ, ବୌଦ୍ଧ ଧର୍ମ ର ପ୍ରବର୍ତ୍ତକ ବାବା ସାହେବ ଆଂବେଦକର ପ୍ରାତଃ ପ୍ରଣମ୍ୟ,

ସମ୍ବୋଧନ ର ଏକ ପୂଣ୍ୟ ଉଚ୍ଚାରଣ

ଘେନ ଶ୍ରଦ୍ଧା ସମ୍ମାନ ଅଭିନନ୍ଦନ,

ଏ ଜାତିର ଅମଳିନ ସୁମନ ।

 

ନାୟକ ଅକ୍ଷୟ ରାଜହସ୍ତୀ
ଢ଼େଙ୍କାନାଳ

Related posts

ସହିଦ୍ ନୁଦୁରାମ୍ ସୋରେନ୍ ମେମୋରିଆଲ ଟ୍ରଷ୍ଟର ସ୍ମରଣିକା ପ୍ରସ୍ତୁତି ବୈଠକ

Sunil Chandra Nayak

ପ୍ରଣତି ମହାପାତ୍ର ଙ୍କ ପ୍ରବନ୍ଧ ଶୁଦ୍ରମୁନି ସାରଳା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ବୟସ ନଦୀର ତୀରେ

Sunil Chandra Nayak

Leave a Comment

error: Content is protected !!