ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କୁ କିନ୍ନର ସଂଘ ବନ୍ଧିଲା ରାକ୍ଷୀ

ବିଧାୟକଙ୍କୁ କିନ୍ନର ସଂଘ ବନ୍ଧିଲା ରାକ୍ଷୀ

ନବରଙ୍ଗପୁର :(୧୯|୮) ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ କର୍ମକର୍ତ୍ତା ମାନେ ବିଧାୟକ ଗୌରୀ ଶଙ୍କର ମାଝୀ ଙ୍କୁ ତାଙ୍କ ବାସଭବନ କୁ ଯାଇ ତାଙ୍କ ହାତରେ ପବିତ୍ର ରକ୍ଷା ବନ୍ଧନ ଦିନ ରାକ୍ଷୀ ବାନ୍ଧି ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ କିନ୍ନର ମାନଙ୍କ ସମସ୍ତ ସମସ୍ୟା ସମାଧାନ କରିବା ସହ ସବୁବେଳେ କିନ୍ନର ସଂଘ ପଛରେ ରହି ସେମାନଙ୍କ ପ୍ରତ୍ୟେକ ସୁଖ ଦୁଃଖର ସାଥୀ ହୋଇ ରହିବେ ବୋଲି କହିଥିଲେ। କିନ୍ନର ସଂଘର କର୍ମକର୍ତ୍ତା ମାନଙ୍କ ଏହି କାର୍ଯ୍ୟକୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି। ଏପରି ଏକ ନିଆରା ପରମ୍ପରା ସୃଷ୍ଟି କରିଥିବାରୁ କିନ୍ନର ସଂଘ କୁ ସାଧାରଣରେ ସାଧୁବାଦ ଜଣାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି କାଜଲ କିନ୍ନର ସମ୍ପାଦକ ଚୂମୁକି କିନ୍ନର, ଉପସଭାପତି ସନା କିନ୍ନର, କୋଷାଧ୍ୟକ୍ଷ ଗୂଗୁ କିନ୍ନର ଶ୍ରୁତି, ପ୍ରୀତି, ବର୍ଷା, ବୋଇଦି, ଅନିତା, ପ୍ରୀତି, ଇପ୍ସିତା କିନ୍ନର ପ୍ରମୁଖ ଉପସ୍ଥିତ ଥିଲେ। କିନ୍ନର ସଂଘର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ ସମସ୍ତଙ୍କୁ ଶୁଭେଛା ଜଣାଇଛନ୍ତି ।

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ବିମାନବନ୍ଦର ଦାବିରେ ପୁଣି ତେଜିଲା ଆନ୍ଦୋଳନ 

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ 

masiha

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି: ଜଳମଗ୍ନ ଗୋଲାମୁଣ୍ଡା ବ୍ଲକ ଓ ଜୁନାଗଡ଼ ବ୍ଲକ ର ବିଭିନ୍ନ ଗ୍ରାମ ଜଳ ମଗ୍ନ

Sunil Chandra Nayak

Leave a Comment

error: Content is protected !!