ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗତଜନନୀ ସେବା ଟ୍ରଷ୍ଟ ଗରିବ ଲୋକଙ୍କ ବନ୍ଧୁ ପାଲଟିଛି

ଜଗତଜନନୀ ସେବା ଟ୍ରଷ୍ଟ ଗରିବ ଲୋକଙ୍କ ବନ୍ଧୁ ପାଲଟିଛି

 ଯୋଡ଼ା: ୨୦/୦୮ – – ସମଗ୍ର ଖଣିଅଞ୍ଚଳ ତଥା ଖଣି ଜିଲ୍ଲା କେନ୍ଦୁଝରର ଅଗଣିତ ଗରିବ ରୋଗୀଙ୍କୁ ମାଗଣା ମେଡିକାଲ ସେବାରେ ସାହାଯ୍ୟ ଯୋଗାଇ ବହୁ ନିରୀହଙ୍କ ଜୀବନ ରକ୍ଷା କରୁଛନ୍ତି ଅଞ୍ଚଳର ଜଣାଶୁଣା ପ୍ରତିଷ୍ଠିତ ମାଁ ଜଗତଜନନୀ ସେବା ଟ୍ରଷ୍ଟ। ଜାତି, ଧର୍ମ ନିର୍ବିଶେଷରେ ଅଞ୍ଚଳର ଗରିବ ଅଭାବି ମାନଙ୍କୁ ମାଁ ସେବା ଟ୍ରଷ୍ଟ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଆପଣେଇ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିବା ଜାଣାପଡିଛି।ଏହା ଛଡା ଖଣି ଅଞ୍ଚଳର ଗରିବ ରୋଗୀଙ୍କ ବ୍ୟତୀତ ଅନ୍ଯାନ୍ଯ ଗରିବ ଅଭାବି ମାନଙ୍କୁ ମଧ୍ୟ ମାଁ ଜଗତଜନନୀ ସେବା ଟ୍ରଷ୍ଟ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଅସୁବିଧା ସମୟରେ ସାହାର୍ଯ୍ଯ ପଡୁଥିବା କ୍ଷେତ୍ରରେ ସହଯୋଗ କରିଆସୁଥିବା ନଜିର ରହିଛି। ତେବେ ମାଁ ଜଗତଜନନୀ ସେବା ଟ୍ରଷ୍ଟର ଏହି ମାଗଣା ମେଡିକାଲ ସାହାର୍ଯ୍ଯ ଗରିବଙ୍କ ପାଇଁ ହାତ ପାହାନ୍ତାରେ ଯୋଗାଇ ଖଣି ଅଞ୍ଚଳର ବହୁ ଗରିବଙ୍କ ନିମନ୍ତେ ବରଦାନ ସାଜିଥିବା ବେଳେ ବର୍ଷ ବର୍ଷ ଧରି ଅଞ୍ଚଳରେ ଉନ୍ନତ ମାନର ସମସ୍ତ ସୁବିଧାଥିବା ଏକ ମେଡିକାଲର ଅଭାବ ରହିଛି ତେଣୁ ଅନେକ ସମୟରେ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ଅଣି ଅଞ୍ଚଳରେ ଖଣି ଖାଦାନ ଏବଂ ଶିଳ୍ପରୁ ନିର୍ଗତ ବିଷାକ୍ତ ଜଳବାୟୁରେ ପ୍ରଭାବିତ ଗରିବ ଖଣିବାସୀ ଅନେକ ସମୟରେ ବିଭିନ୍ନ ପ୍ରକାରର ରୋଗରେ ପୀଡିତ ହେବା ଭଳି ଘଟଣା ସମ୍ମାନକୁ ଆସୁଅଛି। ଏହାକୁ ଦୃଷ୍ଟିରେ ରଖି ଦୁଇ ଦୁଇ ଥର ବିଧାୟକ ଭାବରେ ନିର୍ବାଚିତ ଅଞ୍ଚଳର ଜଣାଶୁଣା ଲୋକପ୍ରିୟ ବିଧାୟକ ମାନ୍ୟବର ଶ୍ରୀ ସନାତନ ମହାକୁଡ଼ ଗତକିଛି ବର୍ଷ ତଳେ ଅଞ୍ଚଳବାସୀଙ୍କ ହିତ ନିମନ୍ତେ ଏହି ମାଁ ଜଗତଜନନୀ ସେବା ଟ୍ରଷ୍ଟ ସ୍ଥାପନର ଶୁଭାରମ୍ଭ କରିଥିଲେ। ତେବେ ମାଁ ଜଗତଜନନୀ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ବିଧାୟକ ଶ୍ରୀ ମହାକୁଡ଼ ଉନ୍ନତ ମାନର ଡାକ୍ତରଖାନାରେ ସେବା ଯୋଗାଇ ଦେବା ନିମନ୍ତେ ସାଧାରଣରୁ ଅତି ସାଧାରଣ ଗରିବ ଟିଏ ହୋଇଥିଲେ ମଧ୍ୟ ସଭିଙ୍କୁ ସମାନ ଭାବରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲ, ହାଏ-ଟେକ ମେଡିକାଲ ପ୍ରଭୁତିରେ ମାଗଣା ମେଡିକାଲ ଚିକିତ୍ସା ସୁବିଧା ଉକ୍ତ ମାଁ ସେବା ଟ୍ରଷ୍ଟ ମାଧ୍ୟମରେ ଯୋଗାଇ ନିରୀହ ଗରିବଙ୍କ ଜୀବନ ରକ୍ଷା କରୁଥିବାରୁ ଜିଲ୍ଲା ବ୍ୟତୀତ ରାଜ୍ୟରେ ମାଁ ଜଗତ ଜନନୀ ସେବା ଟ୍ରଷ୍ଟ ଖ୍ୟାତି ଦିନକୁ ଦିନ ବଢି ଅଞ୍ଚଳରେ ପ୍ରଶଂସା ପାତ୍ର ହୋଇଥିବା ଜଣାପଡିଛି।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ସଂସ୍କୃତି ସାରଥୀ ସମ୍ମାନରେ ସମ୍ମାନିତ ହେଲେ ଜ୍ୟୋତିର୍ବିଦ

Sunil Chandra Nayak

ପ୍ରଗତି ଉତ୍କଳ ସଂଘରେ ୬୮ତମ ପ୍ରତିଷ୍ଠା ଦିବସ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

Sunil Chandra Nayak

ଆଦର୍ଶ ପାଠାଗାରର ମାସିକ କାର୍ଯ୍ୟକାରିଣୀ ବୈଠକ

Leave a Comment

error: Content is protected !!