ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରାଗୁଡାରେ ପୋଲ ଭଙ୍ଗା ଦିବସ 

ସରାଗୁଡାରେ ପୋଲ ଭଙ୍ଗା ଦିବସ

ଡାବୁଗାଁ, ୨୦/୮(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସରାଗୁଡ଼ା ନିକଟସ୍ଥ ସଂଗ୍ରାମୀ ସୋନୁ ମାଝି ସେବାସଂଘ ଗୃହରେ ମଙ୍ଗଳବାର ପୋଲ ଭଙ୍ଗା ଦିବସ ପାଳନ କରାଯାଇଛି | ପ୍ରଥମେ ବେଲାରି ନଦୀ କୂଳ ରେ ତିଳ ତର୍ପଣ କରାଯାଇଛି । ୧୯୪୨ ଭାରତ ଛାଡ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସଂଗ୍ରାମୀ ସୋନୁ ମାଝିଙ୍କ ନେତୃତ୍ଵରେ ସରାଗୁଡ଼ା ନିକଟରେ ଥିବା ବେଲାରୀ ନଦୀ ଉପରେ ଥିବା କାଠ ପୋଲ କୁ ସ୍ୱାଧୀନତା ସଂଗ୍ରାମୀ ମାନେ ଅଗଷ୍ଟ ୨୦ ତାରିଖରେ ଭାଙ୍ଗି ଦେଇଥିଲେ । ତା ପରେ ତିନି ସହ ସ୍ଵାଧୀନତା ସଂଗ୍ରାମୀ ଗିରଫ ହୋଇଥିଲେ । ତା ପରେ ଅଗଷ୍ଟ ୨୪ ତାରିଖରେ ତୁରି ନଦୀ ଗୁଳିକାଣ୍ଡ ରେ ୧୯ ସ୍ଵାଧୀନତା ସଂଗ୍ରାମୀ ସହୀଦ ହୋଇଥିଲେ । ତେଣୁ ଅଗଷ୍ଟ ୨୦ ତାରିଖରେ ସରାଗୁଡ଼ା ରେ ପୋଲ ଭଙ୍ଗା ଦିବସ ପାଳନ କରାଯାଏ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ତିଳ ତର୍ପଣ କରାଯାଏ । ଆଜି ସକାଳୁ ସଂଗ୍ରାମୀ ସୋନୁ ମାଝି ସେବା ସଂଘ ଗୃହରେ ପତାକା ଉତ୍ତୋଳନ କରଯାଇଥିଲା । ତା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେବା ସଂଘ ସମ୍ପାଦକ ସରାଦୁ ଭତ୍ରା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଅତିଥି ଓ କର୍ମୀମାନେ ବେଲାରୀ ନଦୀ ଘାଟ କୁ ଯାଇ ସଂଗ୍ରାମୀ ମାନଙ୍କ ନିମନ୍ତେ ତିଳ ତର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେବା ସଂଘ ର କର୍ମକର୍ତ୍ତା ଓ ସରାଗୁଡ଼ା ଗ୍ରାମବାସୀ ସହଯୋଗ କରିଥିଲେ। ସରାଗୁଡା ୱାର୍ଡ ସଭ୍ୟ ସୁକଦେବ ଭତ୍ରା, ଲାଇବାନ ଭତ୍ରା, ପୁରନ ମାଝୀ, ଚୈତନ ଭତ୍ରା, ରବିସିଂ ପୂଜାରୀ, କାରମା ପୂଜାରୀ ଓ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ରମେଶ ମାଝି, ମନୋରଞ୍ଜନ ତ୍ରିପାଠୀ, ବିଜେଡି ବରିଷ୍ଠ ନେତା ଏମ୍. ଅପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ ଉପସ୍ଥିତ ଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଚିଲିଗୁଡା ରେ ମା ଠାକୁରାଣୀଙ୍କ ଦଶହରା ଓ ଦୁର୍ଗାପୂଜା ସମ୍ପନ୍ନ 

masiha

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ

masiha

ମଣ୍ଡଳ ସ୍ତରୀୟ ମାନବ ଅଧିକାର କର୍ମୀ ମାନଙ୍କୁ ନେଇ ଏକ ଦିନିଆ ତାଲିମ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!