ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ଗୋଖର ସାପ କାମୁଡାରେ ଦୋକାନୀ ଯୁବକ ଗୁରତର ; ଡାକ୍ତରଖାନାରେ ଆଶୁ ଚିକିତ୍ସା ଯୋଗୁଁ ସୁସ୍ଥ 

ବିଷାକ୍ତ ଗୋଖର ସାପ କାମୁଡାରେ ଦୋକାନୀ ଯୁବକ ଗୁରତର ; ଡାକ୍ତରଖାନାରେ ଆଶୁ ଚିକିତ୍ସା ଯୋଗୁଁ ସୁସ୍ଥ 

ମୟୂରଭଞ୍ଜ – ୨୦/୦୮ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଯାମଦା ଥାନା ଅନ୍ତର୍ଗତ ରୁମାପାହାଡି ଗ୍ରାମର ଅବିନାଶ ମହାନ୍ତ ଆଜି ତାଙ୍କ ନିଜ ଦୋକାନ ଘରେ କାମ କରୁଥିବା ବେଳେ ଦିନ ୧୧ .୩୦ ଟା ପାଖାପାଖି ସମୟରେ ଏକ ବିଷାକ୍ତ ଗୋଖର ସାପ ତାଙ୍କ ପାଦର ବୁଢ଼ା ଆଙ୍ଗୁଳି ସନ୍ଧିରେ ଛୋଟ ମାରିଥିଲା । ସେ ଚିତ୍କାର କରିଥିଲା ସାପ କାମୁଡି ଦେଲା ମୋତେ ରକ୍ଷା କର ! ଘର ଲୋକେ ସଙ୍ଗେ ସଙ୍ଗେ ପହଞ୍ଚି ଘର ଲୋକେ ଗୁଣି ଗାରେଡ଼ି କୁ ବିଶ୍ବାସ ନ କରି ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଘରୋଇ ପରିବହନ ଗାଡ଼ିରେ ନେଇ ଆସିଥିଲେ । ଡାକ୍ତର ତୁରନ୍ତ ଚିକିତ୍ସା କରିବା ସହ ସାପ କାମୁଡା ଇଞ୍ଜେକ୍ସନ ଦେଇଥିଲେ ।ସେ ଧୀରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।ଗୁରୁତର ଅବିନାଶ କୁହନ୍ତି ସାପ କାମୁଡାରେ ଅନ୍ଧ ବିଶ୍ବାସର ଗୁଣି ଗାରେଡ଼ି କୁ ବିଶ୍ବାସ ନ କରି ତୁରନ୍ତ ନିକଟସ୍ଥ ଡ଼ାକ୍ତରଖାନାକୁ ଯାଇ ଚିକିତ୍ସା ହେବା ସହ ଅମୂଲ୍ୟ ଜୀବନକୁ ବଞ୍ଚାନ୍ତୁ ।

  ସୂଚନାଯୋଗ୍ୟ ଅବିନାଶଙ୍କର ପରିବାରର ମାତ୍ର ଏକ ଭୂଷା ଦୋକାନ ଅଛି ।ମୂଷା ଖାଇବା ପାଇଁ ବୋଧେ ସାପଟି କେତେବେଳେ ସେହି ଭୁଷା ଦୋକାନରେ ପଶି ଯାଇଛି ।ଦୋକାନରେ ସାପ ପଶିବା ଘଟଣା ନେଇ ପରିବାର ଲୋକେ ବନ ଵିଭାଗକୁ ଜଣାଇଥିଲେ ।ସାପ ଧରାଳୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ କାବୁ କରିବା ସହ ସାପଟିକୁ ଦୁବୁଲାଵେଡା ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବି ଡି ଓ

Sunil Chandra Nayak

ଜାତୀୟ ସ୍କୁଲ କବାଡି ପ୍ରତିଯୋଗିତା ପାଇଁ ମାଣ୍ଡୋସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଇନ୍ଦୁରେଖା ଧରୁଆ ମନୋନୀତ 

masiha

ସାଇନିଂ ରକର୍ସ ଏକାଡେମୀ ର ପୁରସ୍କାର ବିତରଣ ଉତ୍ସବ 

masiha

Leave a Comment

error: Content is protected !!