ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ୍ ସି/ ଏସ୍ ଟି ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ରାଇରଙ୍ଗପୁରରେ ହଡତାଳ

ଏସ୍ ସି/ ଏସ୍ ଟି ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ରାଇରଙ୍ଗପୁରରେ ହଡତାଳ

 ମୟୂରଭଞ୍ଜ -୨୧/୦୮ ( ମସିହା) ନିକଟରେ ସୁପ୍ରିମ କୋର୍ଟ ଅନୁସୂଚିତ ଜାତି ( ଏସ୍ ସି) ଏବଂ ଅନୁସୂଚିତ ଜନଜାତି ( ଏସ୍ ଟି) ସ୍ବଛଳବର୍ଗ ( କ୍ରିମିଲେୟର) ଉପରେ ସୁପ୍ରିମକୋର୍ଟ ସଂରକ୍ଷଣ ସମ୍ବନ୍ଧୀୟ ପୁନଃ ବର୍ଗୀକରଣ ବା ସଂଶୋଧନ କରାଯିବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି ଏହାକୁ ପରିବର୍ତ୍ତନ ଦାବି ପାଇଁ ଭାରତ ଵଞ୍ଚାଓ ସଂଘର୍ଷ ସମିତି ଆହ୍ବାନ କ୍ରମେ ବୁଧବାର ଦିନ ୨୪ ଘଣ୍ଟା ଭାରତ ବନ୍ଦ ଡାକରା ଦିଆଯାଇଛି ସେହି ନିଷ୍ପତ୍ତିକ୍ରମେ ରାଇରଙ୍ଗପୁରରେ ବିଭିନ୍ନ ଆଦିବାସୀ ସଂଗଠନ, ସାମାଜିକ ସଂଗଠନ,ରାଜନୈତିକ ଦଳ ତରଫରୁ ତିବ୍ର ବିରୋଧ କରାଯାଇ ବନ୍ଦ ସଫଳ ପାଇଁ ଆହ୍ବାନ ଦିଆଯାଇଛି । ସେମାନଙ୍କ ଦାବି ଆରକ୍ଷଣ ଵଞ୍ଚାଅ, ସଂବିଧାନ ବଞ୍ଚାଅ ।ଯାହା ଫଳରେ ଆଜି ସକାଳ ୬ ଘଟିକାରୁ ସଂନ୍ଧ୍ଯା ୬ ଘଟିକା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲା । ନେତୃବୃନ୍ଦଙ୍କ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ରାଇରଙ୍ଗପୁର ଶିକ୍ଷା ଗୋଷ୍ଠି କାର୍ଯ୍ୟାଳୟ, ବ୍ୟାଙ୍କ, ବାଣିଜ୍ୟ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ,କୃଷି ,ଉଦ୍ୟାନ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରାଯାଇ ଶାନ୍ତିପୁର୍ଣ ଭାବରେ ଧାରଣ ଦିଆ ଯାଇଥିଲା । ଅଖଚକ,ପରିବହନ ସେବା ଠପ୍ ହୋଇଯାଇଥିଲା ।ବନ୍ଦର ପ୍ରଭାବ ପଡ଼ିଥିଲା ।ଏହି ବନ୍ଦରେ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସାଲୁ କିସ୍କୁ,ଭୁବନ ଟୁଡୁ , ମାନସିଂ ଟୁଡୁ,ଭାଦବ ଚରଣ ମାର୍ଣ୍ଡୀ,ଘନଶ୍ୟାମ ପିଙ୍ଗୁଆ,କାଳୀଚରଣ ଟୁଡୁ ,ମୁଚୀରାମ ମାଝୀ, ରାମଚନ୍ଦ୍ର ବାସ୍କେ, ରଘୁନାଥ ହାଁସଦା,ଲମ୍ବୋଦର ଵାନରା,ଅନନ୍ତ ଟୁଡୁ,ବଳରାମ ମାଝୀ,ଡୁଗୁ ସୋରେନ ମାହାଲି,ପ୍ରଧାନ ଟୁଡୁ ,କୁଶଲ ମାଝୀ,ମନୋରଞ୍ଜନ ହାଁସଦା, ଜଗନ୍ନାଥ ସୋରେନ,ଉଦୟ ନାଥ ସୋରେନ ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ ।ସେମାନଙ୍କ ମୁଖ୍ୟ ଦାଵିଥିଲା ପ୍ରଧାନମନ୍ତ୍ରୀ ଏ ସମ୍ବନ୍ଧରେ ଏକ ସ୍ବତନ୍ତ୍ର ଅଧ୍ୟାଦେଶ ଆଣିବା ସହ ଏହି‌ ରାୟର ପୁନଃ ବିଚାର ପାଇଁ କ୍ରିୟାନୁଷ୍ଠାନ କମିଟି ଦାବି କରିଛି ।ଏହା ସହ ଅନୁସୂଚିତ ଜାତି ,ଜନଜାତି ସଂରକ୍ଷଣ ନିୟମକୁ ପାର୍ଲାମେଣ୍ଟରେ ବିଲକୁ ଆଗତ କରି ‌ସୁନିଶ୍ଚିତତା କରିବା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

୮ବର୍ଷ ର ଅସମ୍ପୂର୍ଣ ପ୍ରକଳ୍ପ,ରେକର୍ଡ ୩ଦିନ ରେ ସମ୍ପୂର୍ଣ କଲେ ବିଡିଓ , ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

Sunil Chandra Nayak

ବାଣପୁର ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଉପଚାର ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

No-Confidence Motion Brought Against Rayagada Municipality Vice-Chairperson by 19 Councillors

Sunil Chandra Nayak

Leave a Comment

error: Content is protected !!