ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରତିଷ୍ଠାତା ଓମ୍ ପ୍ରକାଶ ଅଗ୍ରଓ୍ୱାଲ ଙ୍କ ପ୍ରତିମା ସ୍ଥାପନ

 ବେହେରା -:    ଆଜି ବେହେରା ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରତିଷ୍ଠାତା ଓମ୍ ପ୍ରକାଶ ଅଗ୍ରଓ୍ୱାଲ ଙ୍କ ଏକ ପ୍ରତିମା ସ୍ଥାପନ କରାଯାଇଛି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଙ୍କ ଉପସ୍ଥିତିରେ ଅଗ୍ନିଶିଖା ଜୀ ମହାରାଜ ବେଦ ମନ୍ତ୍ର ଉଚ୍ଚାରଣ କରି ପ୍ରତିମା ସ୍ଥାପନ କରିଥିଲେ। ଏହି ଅବସରରେ ତାଙ୍କ ତିନି ପୁଅ ରୋଶନ ଅଗ୍ରଓ୍ୱାଲ, କୈଳାସ ଅଗ୍ରଓ୍ୱାଲ, ସୁନିଲ ଅଗ୍ରଓ୍ୱାଲ ତଥା ସପରିବାର ନିଜ ବାସଭବନରୁ ଏକ ଶୋଭାଯାତ୍ରାରେ ବାହାରି ମହାବିଦ୍ୟାଳୟ ରେ ପହଞ୍ଚିଥିଲେ। ମହାବିଦ୍ୟାଳୟ ରେ ପହଞ୍ଚିବା ପରେ ଅଞ୍ଚଳର ଜନ ସାଧାରଣ ଭବ୍ୟ ସ୍ବାଗତ କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ,ଅଧ୍ୟାପକ ତଥା ଅଞ୍ଚଳର ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ଭଦ୍ର ମଣ୍ଡଳୀ ତଥା ଯୁବ ବର୍ଗ ଯୋଗଦେଇଥିଲେ। ପରିବାର ତରଫରୁ ସମସ୍ତ ଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା।

ବେହେରା ରୁ କାମେସ ନାଗ ଙ୍କ ରିପୋର୍ଟ ।

Related posts

ଜିଲ୍ଲାପାଳ – ଦାୟିତ୍ୱ ନେବା ପରେ ପ୍ରଥମେ ଜିଲାର କେସିଙ୍ଗା ପରିଦର୍ଶନ

Sunil Chandra Nayak

ଘୁମୁରା ୨୦୨୩ , କଳାହାଣ୍ଡି ଉତ୍ସବ ପ୍ରଚାର ଓ ବିଜ୍ଞପ୍ତି ଉପ କମିଟି ର ବୈଠକ

Sunil Chandra Nayak

ଧର୍ମଗଡ଼ ଠାରେ ଯାଦବ ମହାସଭାର ନୂଆଖାଇ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!