ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବଙ୍ଗତ ଡାକ୍ତରଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା 

ଦିବଙ୍ଗତ ଡାକ୍ତରଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା 

ରାଉରକେଲା: କଲିକତାରେ ବଳାତ୍କାରର ଶିକାର ହୋଇ ମୃତ୍ୟୁବରଣ କରିଥିବା ଡାକ୍ତରାଣୀ ଙ୍କ ଉଦ୍ଦେଶ୍ୟରେ ସାମାଜିକ ଅନୁଷ୍ଠାନ ମାଣିକ ଫାଉଣ୍ଡେସନ ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଇସ୍ପାତ ମାର୍କେଟ ଠାରୁ ବାହାରି ପରିବା ମାର୍କେଟ ଦେଇ ଆଇଜିଏଚ ଗେଟ୍ ଠାରେ ପହଞ୍ଚିଥିଲା। ଏହି ଅବସରରେ ବ୍ରଳତ୍କାରୀ ଓ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ କଠୋର ରୁ କଠୋର ଦଣ୍ଡ ଦେବାପାଇଁ ଦାବି କରାଯାଇଥିଲା । ସେହିପରି ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଆଇଜିଏଚ ଗେଟ୍ ସମ୍ମୁଖରେ ବିରୋଧର ପ୍ରତୀକାତ୍ମକ ଭାବେ ମହମବତୀ ଜଳାଇ ପ୍ରତିବାଦ କରାଯାଇଥିଲା । ମାଣିକ ଫାଉଣ୍ଡେସନର ସଭାପତି କାମିନୀ ମହନ୍ତଙ୍କ ନେତୃତ୍ୱ ଓ ପ୍ରତିଷ୍ଠାତା କାର୍ତ୍ତିକ ରାଉତ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲଲାଟଇନ୍ଦୁ ଆଚାର୍ଯ୍ୟ, ସମାଜସେବୀ ସୁଧୀର ସୁନ୍ଦର ରାୟ,ସମରକାନ୍ତ ମଲ୍ଲିକ,ସଲିଲ ସାହୁ,ରାକେଶ ପଣ୍ଡା ଙ୍କ ସମେତ ଅନୁଷ୍ଠାନର ସୁମିତ୍ରା,ଅଜିତା, ଗୁରବିନ୍ଦର,ପ୍ରତିମା,ସୁମତୀ, ତୁଳସୀ, ଶାନ୍ତି, ସରୋଜିନୀ, ସୁଜାତା, କଲ୍ୟାଣୀ, ମୀନାକ୍ଷୀ,ରୀମା, ଅର୍ଚ୍ଚନା, ଦିବାକର, ଦେବାଶିଷ, କୁଞ୍ଜବିହାରୀ, ବନଜା, କୁନିଅପା ପ୍ରମୁଖ ଯୋଗଦେଇ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାନ୍ତାଳୀ ଙ୍କର ନିଆରା ପର୍ବ ମାରାମବୁରୁ ବନ ଭୋଜନି ପାଳିତ

Sunil Chandra Nayak

ନବରଙ୍ଗପୁର ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ 

masiha

ଟ୍ରକ ଚାପରେ ବାଇକ ଚାଳକର ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!