ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ବାଙ୍ଗାଲୋରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପୋଲିସର ଦ୍ୱାରସ୍ଥ ହେଲେ ପରିବାର

ପୁଣି ବାଙ୍ଗାଲୋରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପୋଲିସର ଦ୍ୱାରସ୍ଥ ହେଲେ ପରିବାର

କୋକସରା,୨୧/୮ // ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଛି । ବିଗତ କିଛି ମାସ ବ୍ୟବଧାନରେ କୋକସରା ବ୍ଲକର ୫/୬ ଜଣ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ଫେରିଥିବା ବେଳେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମତେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ଖଳିଗଡ ଗ୍ରାମର ଗୋଇମାରୁପଡାର ମାଧବ ମାଝୀଙ୍କ ଭେଣ୍ଡିଆ ପୁଅ ଲାଲୁ ମାଝୀ(୩୦) ପରିବାରର ଅର୍ଥାଭାବ ଯୋଗୁଁ ଗତ ୧୦ ଦିନ ତଳେ ଦାଦନ ଖଟିବାକୁ ବାଙ୍ଗାଲୋରର ନିକଟରେ ଥିବା ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ ନିୟୋଜିତ ଥିଲେ । ହେଲେ ଗତ ଦୁଇଦିନ ତଳେ ଜ୍ୱର ହେଉଥିବା ବେଳେ ବୁଧବାର ସେ ରହୁଥିବା କଲୋନୀରେ ପ୍ରାଣ ହରାଇଥିବା ଜଣାପଡିଛି। ଏନେଇ ସାଥି ଶ୍ରମିକ ମାନେ ପରିବାର ଲୋକଙ୍କୁ ଫୋନରେ ସୂଚନା ଦେବାପରେ ଭେଣ୍ଡିଆ ପୁଅର ମୃତ୍ୟୁ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଘଟଣା ପରେ ମୃତକଙ୍କ ସମ୍ପର୍କୀୟ ପରିବାର ବନୁ ମାଝୀ, ବିରେନ କନ୍ଧ, ପଦ୍ମନ ଚଳାନ ଠିକାଦାରଙ୍କୁ ଯୋଗାଯୋଗ କରିବା ପରେ ଶବ ପଠାଇବାକୁ ମନା କରିବାରୁ ଯୁବକଙ୍କ ଶବ ଭିଟାମାଟିକୁ ପଠାଇବା ପାଇଁ ଆମପାଣି ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ପୋଲିସ ପ୍ରଶାସନ ଓ ଶ୍ରମ ବିଭାଗ ଏଦିଗରେ ଦୃଷ୍ଟି ଦେଇ ମୃତ ଦାଦନ ଶ୍ରମିକଙ୍କ ଶବ ଭିଟାମାଟିକୁ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏନେଇ ଆମପାଣି ଥାନା ଆଇଆଇସି ବିଜୟଲକ୍ଷ୍ମୀ ହିକ୍କାଙ୍କ ପ୍ରତିକ୍ରିୟା ନେବାରୁ ଖବର ମିଳିଛି ଓ ଠିକାଦାରଙ୍କୁ ଯୋଗାଯୋଗ କରି ଶବ ଆଣିବା ପାଇଁ ବ୍ୟବସ୍ଥା କରାଯିବା ନେଇ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

କାମାକ୍ଷାନଗର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ସପ୍ତଦିବସୀୟ ସ୍ଵତନ୍ତ୍ର ଶିବିର

Sunil Chandra Nayak

ସାମ୍ବାଦିକ ସ୍ୱର୍ଗତଃ ଅମରେନ୍ଦ୍ରଲାଲଙ୍କ ସ୍ମୃତିରେ ରକ୍ତଦାନ ଶିବିର 

Sunil Chandra Nayak

ଦୀନକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ ଦ୍ୱାରା ଜଳେଶ୍ଵରରେ ଉତ୍କଳ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!