ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକରେ ଭାରତ ବନ୍ଦର ପ୍ରଭାବ, ଅଖଚକ ବନ୍ଦ, ଜନ ଜୀବନ ପ୍ରଭାବିତ

କୋକସରା ବ୍ଲକରେ ଭାରତ ବନ୍ଦର ପ୍ରଭାବ, ଅଖଚକ ବନ୍ଦ, ଜନ ଜୀବନ ପ୍ରଭାବିତ

କୋକସରା,୨୧/୮ // ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଏସ ଟି ଏସ ସି ମାନଙ୍କ ଉପ ବର୍ଗୀକରଣ ଓ କ୍ରିମୀଲେୟାର ସମ୍ବନ୍ଧୀୟ ରାୟକୁ ପ୍ରତିବାଦ କରି ଆଜି ଏସ ଟି, ଏସ ସି ଅଧିକାର ସୁରକ୍ଷା ମହାସଙ୍ଘ କଳାହାଣ୍ଡି ଜିଲ୍ଲା ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦ ପାଳନ ସହ ଅଖ ଚକ ଜାମ କରାଯାଇଛି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକର କୋକସରା ଏସ.ଟି, ଏସ.ସି ସଙ୍ଘ ପକ୍ଷରୁ କୋକସରା ଥାନା ସମ୍ମୁଖରେ ସକାଳ ୬ ଘଣ୍ଟାରୁ ଜାତୀୟ ରାଜପଥ ୨୬ ଅବରୋଧ କରି ଶତାଧିକ କର୍ମକର୍ତ୍ତା ମାନେ ନାରାବାଜି କରିବା ସହ ଉପ ବର୍ଗୀକରଣ ଓ କ୍ରିମୀଲେୟାର ସମ୍ବନ୍ଧୀୟ ରାୟକୁ ପ୍ରତିବାଦ କରି ବନ୍ଦ ପାଳନ କରିବା ସହ ଆନ୍ଦୋଳନକାରୀ ମାନେ ପିକେଟିଂ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ କରିଥିଲେ। ରାସ୍ତା ଅବରୋଧ ଅନେକ ଯାତ୍ରୀବାହୀ ବସର ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଓ ଜନ ଜୀବନ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା । ବନ୍ଦ ପାଳନ ରେ ଆଦିବାସୀ ସଙ୍ଘ ସଭାପତି ହେମନ୍ତ କୁମାର ମାଝୀ, ଅଳ ଓଡିଶା ସିଡ୍ୟୁଲକାଷ୍ଟ ଫେଡରେସନୁର ଆବାହକ ଗୋବର୍ଦ୍ଧନ ବାଗ, ପୂର୍ବତନ ଆଦିବାସୀ ସଙ୍ଘ ସଭାପତି ପଦ୍ମ କିଶୋର ପୁଝାରି, ଡମ୍ବ ସମାଜ ସମ୍ପାଦକ ଧବଳେଶ୍ବର ନାଗ, ବଂଜାରା ସମାଜ ଜିଲ୍ଲା ସଭାପତି ଯଶୋବନ୍ତ ସିଂ ନାଏକ ,ଜୟଲାଲ ନାଏକ, ମୁକ୍ତେଶ୍ଵର ନାଏକ, ଗରୁଡ ଧ୍ଵଜ ମାଝୀ, ଅଶୋକ ପୁଝାରି, ସତ୍ୟବାନ ପାଣିଗ୍ରାହୀ, ବେଣୁପାଣି ଦୁର୍ଗା, ଘନଶ୍ୟାମ ଜାଲ, ଘନଶ୍ୟାମ ନାଏକ, ବାହାଦୂର ମାଝୀ, ବୈଦ୍ୟନାଥ ମାଝୀ, କେଶବଲାଲ ବାଗ, ବଳରାମ ବାଗ, ରାମଚନ୍ଦ୍ର ପାଣିଗ୍ରାହୀ, ହେରମ୍ବ ସେନାପତି,ପ୍ରଧାନୀ ବାଗ, କିଶୋର ଚନ୍ଦ୍ର ନାଏକ, କେଶବ ଚନ୍ଦ୍ର ନାଏକ, ହରେକୃଷ୍ଣ ନାଏକ,ଦିଗାମ୍ବର ବେମାଲ, ମହେନ୍ଦ୍ର ଧରୁଆ, ଧର୍ମାନନ୍ଦ ନେଗି, ପ୍ରବୀଣ ପାଣିଗ୍ରାହୀ ନାରିନେତ୍ରୀ ଫୁଲତୋଳା ଖମାରି, ଡାଳ ପୁଝାରି ପ୍ରମୁଖ ଉପସ୍ଥିତ ଥିଲେ। ଅନୁରୂପ ଭାବେ ଆମପାଣି ଠାରେ ଟିକିଚନ୍ଦ୍ର ଧ. ମାଝୀ ଓ ମନୋରଞ୍ଜନ ବାଣୁଆ, ଲଡୁଗାଁ ଠାରେ ଆଦିବାସୀ ନେତା ଲକ୍ଷ୍ମଣ ଶବର, ଧର୍ମାନନ୍ଦ ଶବର, ଭକ୍ତରାମ ଶବର ଓ ଅନୁସୂଚିତ ଜାତି ପକ୍ଷରୁ ଗରୁଡ଼ ବାଗ, ପ୍ରଧାନୀ ବାଗଙ୍କ ନେତୃତ୍ୱରେ ଆନ୍ଦୋଳନ କରା ଯାଇଥିଲା। ଦିନ ୨ ଘଣ୍ଟାରେ ରାସ୍ତା ଅବରୋଧ ହଟିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

Sunil Chandra Nayak

୪୨ ମୌଜା ବିଜେପି ମଣ୍ଡଳ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ 

masiha

ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!