ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତି ବାସିନ୍ଦାଙ୍କୁ ଆଗ ଥଇଥାନ କଲାପରେ ଉଚ୍ଛେଦ ପାଇଁ ଯୋଜନା 

ବସ୍ତି ବାସିନ୍ଦାଙ୍କୁ ଆଗ ଥଇଥାନ କଲାପରେ ଉଚ୍ଛେଦ ପାଇଁ ଯୋଜନା 

ରାଉରକେଲା : ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଆଜି ବିଧାନସଭାରେ ବସ୍ତି ବାସିନ୍ଦାଙ୍କ ଥଇଥାନ ଉପରେ ପ୍ରଶ୍ନ ଉତ୍ଥାପନ କରିଥିଲେ । ରାଉରକେଲା ଇସ୍ପାତ କାରଖାନା ଅଧିନସ୍ଥ ଜମିରେ ଅନେକ ଛୋଟ ବଡ଼ ବସ୍ତି ଗଢି ଉଠିଛି ଓ ସେହି ବସ୍ତିରେ ବସବାସ କରୁଥିବା ଲୋକୋମାନେ ଅତି ଗରିବ , ଦିନ ମଜୁରିଆ, ଭୂମିହୀନ ଅଟନ୍ତି। ସେମାନେ ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ହୁଅନ୍ତି । ବସ୍ତି ଉଚ୍ଛେଦ କରାଗଲେ ଅନେକ ପରିବାର ରାଜରାସ୍ତାକୁ ଆସିଯିବେ। ତେଣୁ ଶ୍ରୀ ତନ୍ତୀ ଓଡ଼ିଶା ସରକାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହା ଉପରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ଶ୍ରୀ ତନ୍ତୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଥଇଥାନ କରି ପରେ ବସ୍ତି ଉଚ୍ଛେଦ ପାଇଁ କିଛି ଯୋଜନା କରିଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ତାଙ୍କ ଉତ୍ତରରେ କହିଲେ ଯେ ରାଉରକେଲା ଇସ୍ପାତ କାରଖାନା ଅଧିନସ୍ଥ ଜମିରେ ଗଢ଼ି ଉଠିଥିବା ବସ୍ତି ଗୁଡ଼ିକର ଥଇଥାନ ନିମନ୍ତେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ ଅନୁସାରେ ରାଉରକେଲା ଇସ୍ପାତ କାରଖାନା ଗୃହ ନିର୍ମାଣ ପାଇଁ ରାଜସ୍ବ ବିଭାଗକୁ ଜମି ହସ୍ତାନ୍ତର କରିବାର ଥିଲା । ଯାହାଦ୍ବାରା ବସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥାନ୍ତା, କିନ୍ତୁ ରାଉରକେଲା ଇସ୍ପାତ କାରଖାନା ଗୃହ ଉପଯୋଗୀ ଜମି ହସ୍ତାନ୍ତର ନ କରିବାରୁ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ି ପାରିନାହିଁ ବୋଲି ସେ ପ୍ରକାଶ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସପ୍ତମ ଗଳ୍ପ ଗଞ୍ଜାମ ଉତ୍ସବ ଅନୁଷ୍ଠିତ ସାହିତ୍ୟରେ ଏକ ଯାତ୍ରା ଏଥିରେ ଶିଖର ନଥାଏ – ମୁଖ୍ୟ ଅତିଥି ବିଶିଷ୍ଟ ଲେଖକ ରାଜ୍ୟବର୍ଦ୍ଧନ ଧଳମହାପାତ୍ର

Sunil Chandra Nayak

ହନୁମାନଙ୍କ ମନ୍ଦିରରେ ପୂଜାର୍ଚ୍ଚନାରେ ଯୋଗଦାନ କଲେ ସମାଜସେବୀ 

Sunil Chandra Nayak

କନ୍ଧମାଳ ମହାସିଙ୍ଗି ଓ ବଇଡାରେ କିଟ୍‍ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‍ପିଟାଲ୍‍ ଓ ଦିବାଧ୍ୟାୟୀ ବିଦ୍ୟାଳୟର ଭୂମିପୂଜନ

Sunil Chandra Nayak

Leave a Comment

error: Content is protected !!