ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଧାନସଭାରେ ବିରୋଧୀଙ୍କୁ ଝରିଗାଁ ବିଧାୟକଙ୍କ ସମାଲୋଚନା

ବିଧାନସଭାରେ ବିରୋଧୀଙ୍କୁ ଝରିଗାଁ ବିଧାୟକଙ୍କ ସମାଲୋଚନା

ନବରଙ୍ଗପୁର:(୨୨/୦୮)(ରବିନାରାୟଣମହାନ୍ତି)ବିଧାନସଭାର ପ୍ରଶ୍ନ କାଳରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ଝରିଗାଁ ବିଧାୟକ ନରସିଂହ ଭତ୍ରା । ଅନୁସୂଚିତ ଜାତି ଏବଂ ଜନଜାତି, ପଛୁଆବର୍ଗ ଉନ୍ନୟନ ତଥା ସାମାଜିକ ଏବଂ ଭିନ୍ନକ୍ଷମ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିଧାନସଭାରେ ବିଭିନ୍ନ ଉନ୍ନୟନ ପାଇଁ ଖର୍ଚ୍ଚ ଦାବି ସଂକ୍ରାନ୍ତ ଆଲୋଚନାରେ ଭାଗ ନେଇ ଶ୍ରୀ ଭତ୍ରା ଏହାକୁ ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ଏହାକୁ ବିରୋଧ କରୁଥିବା ବିରୋଧୀ ଦଳଙ୍କୁ କଡା ସମାଲୋଚନା କରିଛନ୍ତି ବିଧାୟକ। ବର୍ଷ ବର୍ଷ ଧରି ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ସ୍ୱାର୍ଥକୁ ଅଣଦେଖା କରି ଆସୁଥିବା ବିରୋଧୀ ଆଜି ରାଜ୍ୟରେ ମାତ୍ର ତିନି ମାସର ସରକାରଙ୍କୁ ପ୍ରଶ୍ନ କରିବା ହାସ୍ୟାସ୍ପଦ ବୋଲି କହିଛନ୍ତି ବିଧାୟକ। ଏଥି ସହିତ କେନ୍ଦ୍ର ସରକାର ଏବଂ ରାଜ୍ୟରେ ନବ ନିର୍ମିତ ବିଜେପି ସରକାର ରାଜ୍ୟର ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗ ପାଇଁ ଅନେକ ଯୋଜନା ହାତକୁ ନେଇଥିବାରୁ ସେ ଏହାକୁ ସ୍ୱାଗତ କରିଥିଲେ।

ମସିହା ନ୍ୟୁଜ୍ ସର୍ଭିସ୍ 

Related posts

ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଦଳରେ ୪୧ ଜଣ ବିଭିନ୍ନ ଦଳର କର୍ମକର୍ତ୍ତା ସାମିଲ 

masiha

ଡାବୁଗାଁ ବିଜେପି ତରଫରୁ ମାଁ ଠାକୁରାଣୀଙ୍କ ପୂଜାର୍ଚ୍ଚନା

masiha

ରାଇରଙ୍ଗପୁରରେ ପୁରୀ ଶ୍ରୀଜଗନ୍ନାଥଙ୍କ ଚାରି ଦ୍ବାର ସହ ରତ୍ନ ଭଣ୍ଡାର ଖୋଲିବା ପାଇଁ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

masiha

Leave a Comment

error: Content is protected !!