ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ରକ୍ଷାଵନ୍ଧନ ଉପଲକ୍ଷେ ହଂସୁଆ କଳା ପ୍ରତିଷ୍ଠାନ ପକ୍ଷରୁ ଵୃକ୍ଷରୋପଣ କାର୍ଯ୍ୟକ୍ରମ 

ପବିତ୍ର ରକ୍ଷାଵନ୍ଧନ ଉପଲକ୍ଷେ ହଂସୁଆ କଳା ପ୍ରତିଷ୍ଠାନ ପକ୍ଷରୁ ଵୃକ୍ଷରୋପଣ କାର୍ଯ୍ୟକ୍ରମ 

ରାଜନଗର- 21.8.024 କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକର ଅଗ୍ରଣୀ ହଂସୁଆ କଳା ପ୍ରତିଷ୍ଠାନର କଳାକାର ମାନେ କେଵଳ ନିଜର ସାସ୍କୃତିକ କାର୍ଯ୍ୟକ୍ରମରେ କଳା ପ୍ରଦର୍ଶନ କରି ଲୋକମାନଙ୍କୁ ମନୋରଞ୍ଜନ କରାଇ ଆକୃଷ୍ଟ କରନ୍ତିତାହା ନୁହେଁ ସେମାନେ ବରଂ ସମାଜର ମଙ୍ଗଳ କାମନା କରି ଦୁଃସ୍ଥ ଲୋକମାନେ ସୁସ୍ଥରେ ଜୀବନ ଯାପନ କରି ବଞ୍ଚିବେ,ସେଥି ପାଇଁ ପ୍ରୟାସ ଜାରି ରଖି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ଭାଇର ହାତରେ ଶପଥର ରାକ୍ଷୀ ଵାନ୍ଧୁଥିବା ଵେଳେ ହଂସୁଆ କଳା ପ୍ରତିଷ୍ଠାନର କଳାକାର ମାନେ ଅଭିନଵ ଉପାୟରେ ଧରଣୀ ଵୁକୁରେ ଗଛଟିଏ ଲଗାଇ ରକ୍ଷାଵନ୍ଧନ ପର୍ବ ପାଳନ କରିଛନ୍ତି।ସେମାନେ କହିଛନ୍ତି ଗଛହିଁ ମନୁଷ୍ୟର ଜୀଵନ ଗଛ ବଞ୍ଚିଲେ ମନୁଷ୍ୟ ଵଞ୍ଚିଵ।ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ତଥା କଵି ଶତୃଘନ ତରାଇଙ୍କ ଆହ୍ଵାନ କ୍ରମେ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଅଭିଭିବକମାନଙ୍କୁ ନେଇ ହାତିନା ପଞ୍ଚାୟତ ପେଣ୍ଠ ନିକଟସ୍ଥ ବାଉଁଶଗଡ ଠାରେ ପରିବେଶ ଵିତ୍ ଶ୍ରୀ ରଶ୍ମୀରଞ୍ଜନ ବାରିକ ଗଛ ଲଗାଇ ଶୁଭ଼ଉଦ୍ଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କବି ଶାନ୍ତନୁ ସ୍ବାଇଁ,ସଚିନ୍ ଦାସ,ବିଶ୍ବଜୀତ କୁଣ୍ଡ,ଦେଵ ରତି ରାଉତ,ଅଙ୍କିତା ପ୍ରିୟ ଦର୍ଶନୀ,ମଧୁସ୍ମୀତା ଦାସ, ବିଷ୍ଣୁପ୍ରିୟା ବରାଳ,ଗୌତମ ଜେନା,ସୁଦର୍ଶନ ପାଢି ପ୍ରମୁଖ ଉପସ୍ଥିତ ରହି ଵୃକ୍ଷରୋପଣ କାର୍ଯ୍ୟ କ୍ରମରେ ସହଯୋଗ କରିଥଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଗରିମା ପରିବାରର ରଜ ରାଜକୁମାରୀ ଆୟୋଜିତ,  ସ୍ବୟଂପ୍ରଭା ରାଉତ ସିଜିନ ୩ ର ରଜ ରାଜକୁମାରୀ, ପ୍ରଥମ ରନର୍ସ ଅପ୍ ପାୟଲ ସାମଲ

masiha

ହର ଘର ତିରଙ୍ଗା’ ଅଭିଯାନ ଅନ୍ତର୍ଗତ ଖରିଆର ରୋଡ୍‌ରେ ବିଶାଳ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ଼ ସ୍ନାତକ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

masiha

Leave a Comment

error: Content is protected !!