ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲାରେ ଅନୁଷ୍ଠିତ ହେବ ବିଜେପିର ନୂତନ ସଦସ୍ୟତା ଅଭିଯାନ କର୍ମଶାଳା 

ଜିଲ୍ଲାରେ ଅନୁଷ୍ଠିତ ହେବ ବିଜେପିର ନୂତନ ସଦସ୍ୟତା ଅଭିଯାନ କର୍ମଶାଳା 

ରାଉରକେଲା: ଭାରତୀୟ ଜନତା ପାର୍ଟିର ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥାଏ । ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଂଟନ କରାଯାଏ । ଏହି ପରିପ୍ରେକ୍ଷୀରେ ବିଜେପିର ଆରମ୍ଭ ହେବ ସଦସ୍ୟତା ଅଭିଯାନ । ସମଗ୍ର ଦେଶ ସମେତ ଓଡିଶାରେ ମଧ୍ୟ ବିଜେପିର ସଦ୍ୟସତା ଅଭିଯାନକୁ ତୀବ୍ରତର କରି ଆହୁରି ଆଗକୁ ନେବା ଏବଂ ନୁଆ ସଦସ୍ୟମାନଙ୍କୁ ଦଳରେ ସାମିଲ କରିବା ପାଇଁ ଆରମ୍ଭ ହେବାକୁ ଯାଉଛି ପ୍ରସ୍ତୁତି କାର୍ଯ୍ୟକ୍ରମ । ପ୍ରଥମେ ରାଜ୍ୟ, ଜିଲ୍ଲା, ମଣ୍ଡଳ ଓ ବୁଥ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କର୍ମଶାଳା । ଚଳିତ ମାସ ଆସନ୍ତା ତା ୨୪- ୦୮-୨୦୨୪ ରିଖ ( ଶନିବାର ) ଦିନ ଆମ ପାନପୋଷ ସାଂଗଠନିକ ଜିଲ୍ଲାରେ ଏହି କର୍ମଶାଳା ଅନୁଷ୍ଠିତ ହେବ । ଏହି କର୍ମଶାଳାରେ ମାନ୍ୟବର ରାଜ୍ୟ ସାଧାରଣ ସଂପାଦକ ସିମାଞ୍ଚଳ ଖଟେଇ , ମାନ୍ୟବର ସୁରେଶ୍ଵର ଶତପଥୀ ଉପସ୍ଥିତ ରହି ମାର୍ଗଦର୍ଶନ କରିବେ । ସେହିପରି ସଦସ୍ୟତା ଅଭିଯାନ ପାଇଁ ଆସନ୍ତା ୨୬,୨୭ ଓ ୨୮ତାରିଖରେ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ । ଆସନ୍ତା ୩୧ ତାରିଖ ସୁଦ୍ଧା ବୁଥସ୍ତରୀୟ କର୍ମଶାଳା ସମାପ୍ତ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖ ଦିନ ରାଷ୍ଟ୍ରୀୟସ୍ତରରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ ହେବ । ସର୍ବପ୍ରଥମେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ସଦସ୍ୟତା ଗ୍ରହଣ କରିବା ପରେ ଦେଶବ୍ୟାପୀ ଆରମ୍ଭ ହେବ ସଦସ୍ୟତା ଅଭିଯାନ । ଦଳର ବିଚାରଧାରାକୁ ଭଲ ପାଉଥିବା ଏବଂ ବିଜେପିକୁ ସମର୍ଥନ କରୁଥିବା ଲୋକଙ୍କୁ ସଦସ୍ୟ କରାଯିବ । ଲୋକଙ୍କ ପାଖକୁ ଯାଇ ସଂପର୍କ ସ୍ଥାପନା କରିବେ କାର୍ଯ୍ୟକର୍ତ୍ତା । ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକ ସଦସ୍ୟ ହୋଇପାରିବେ l ରାଜ୍ୟରେ ସଦସ୍ୟତା ଅଭିଯାନର ମୁଖ୍ୟ ଭାବେ ବରିଷ୍ଠ ନେତା ରଞ୍ଜନ ପଟେଲଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଥିବାବେଳେ , ଆମ ଜିଲ୍ଲାରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ଙ୍କୁ ଜିଲ୍ଲା ସଦସ୍ୟତା ଅଭିଯାନର ପ୍ରମୁଖ କରାଯାଇଛି l ଏଣୁ ଜିଲ୍ଲା ବୈଠକରେ ଅପେକ୍ଷିତ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବା ପାଇଁ ବିଶେଷ ଅନୁରୋଧ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆମ୍ ଆଦମୀ ପାର୍ଟିରୁ ବରିଷ୍ଠ ସଦସ୍ୟଙ୍କ ଇସ୍ତଫା

Sunil Chandra Nayak

ବୋବରିଆ ଠାରେ ବିଜେପି ଦଳ ପକ୍ଷରୁ ମାଲଗାଁ ମଣ୍ଡଳ ସ୍ତରୀୟ ବୈଠକ 

masiha

ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେପିକୁ ବିଜେଡିର ପାଲଟା ଜବାବ ପୂର୍ବରୁ ପାରିତ ମହିଳା ସଂରକ୍ଷଣ ବିଲ୍ କୁ ଲାଗୁ କରିବାରେ ବିଜେପି ଟାଳଟୁଳ ନୀତି ଅବଲମ୍ୱନ କରୁଛି: ବିଜେଡି

Leave a Comment

error: Content is protected !!