ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବା ଯୋଜନା ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରୁ ‘ପ୍ରତାପ ଚନ୍ଦ୍ର ଦାଶ ଓ ଦୀପକ କୁମାର ବେହେରା’ ମନୋନୀତ

ଜାତୀୟ ସେବା ଯୋଜନା ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରୁ ‘ପ୍ରତାପ ଚନ୍ଦ୍ର ଦାଶ ଓ ଦୀପକ କୁମାର ବେହେରା’ ମନୋନୀତ

ସ୍ଥାନୀୟ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ୍‌.ଏସ୍‌.ଏସ୍‌. ବ୍ୟୁରୋ ଅନୁବନ୍ଧିତ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଭବାନୀପାଟଣାର ଏନ୍‌.ଏସ୍‌.ଏସ୍‌. ୟୁନିଟ୍ ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଜାତୀୟ ସେବା ଯୋଜନା ରାଜ୍ୟ ସ୍ତରୀୟ ପୁରସ୍କାର ୨୦୨୩-୨୪ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ରାଜ୍ୟର ଶ୍ରେଷ୍ଠ ଏନ୍‌.ଏସ୍‌.ଏସ୍‌. ୟୁନିଟ୍ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମନୋନୀତ ହୋଇଥିବା ବେଳେ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଦୀପକ କୁମାର ବେହେରା ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବେ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ ଏନ୍‌.ଏସ୍‌.ଏସ୍‌. ମାଧ୍ୟମରେ ନିଜ ଅଞ୍ଚଳରେ ଅନେକ ସଚେତନତା ମୂଳକ କାର୍ଯ୍ୟ ସହ ସମୟ ସମୟରେ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳା ଓ ସଫଳତାର ସହ ତୁଳାଇ ଛାତ୍ର ଓ ଯୁବକ ମାନଙ୍କୁ ପ୍ରେରଣା ଦେଇଥାନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୩-୨୪ ପର୍ଯ୍ୟନ୍ତ କରିଥିବା ସମସ୍ତ କାର୍ଯ୍ୟକୁ ମାନଦଣ୍ଡ ଭାବରେ ଗ୍ରହଣ କରି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ରାଜ୍ୟ ଏନ୍‌.ଏସ୍‌.ଏସ୍‌. ସେଲ ତାଙ୍କୁ ଏହି ରାଜ୍ୟ ସ୍ତରୀୟ ପୁରସ୍କାରରେ ସମ୍ମାନୀତ କରିବାର ନିଷ୍ପତ୍ତି ନେଇଛି। ଏହି ପୁରସ୍କାର ଭୁବନେଶ୍ୱରରେ ଜାତୀୟ ସେବା ଯୋଜନା ଦିବସ ସମାରୋହରେ ପ୍ରଦାନ କରିବାର ସମ୍ଭାବନା ରହିଛି। ତାଙ୍କର ଏହି ସଫଳତା ପାଇଁ ପ୍ରତାପ ଚନ୍ଦ୍ର ଦାଶ ଓ ଦୀପକ କୁମାର ବେହେରା ଙ୍କୁ ଜିଲ୍ଲାରେ ଅନେକ ଶୁଭେଚ୍ଛା ବାର୍ତ୍ତା ମିଳିବା ସହ ମାଁ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, କୁଳସଚିବ ପିତାମ୍ବର ଭୋଇ,ଏନ୍‌.ଏସ୍‌.ଏସ୍‌. ବ୍ୟୁରୋ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ, ସହ କୁଳସଚିବ ଡ. ଜୟଦେବ ସାହୁ ତଥା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଛବିଲାଲ ସାହୁ ଓ ସହକର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସାରଳା ପୁରସ୍କାର ପ୍ରାପ୍ତ ଜୟନ୍ତ କୁମାର ବେହେରା ମଧ୍ଯ ଉଭୟଙ୍କୁ ଶୁଭେଚ୍ଛା ଜଣାଇ ଉଭୟଙ୍କର ଉତ୍ତୋରତ୍ତର ମଙ୍ଗଳ କାମନା କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କାରନ୍ଦା ସେଣ୍ଟଜାଭିଅର ପବ୍ଲିକ ବିଦ୍ୟାଳୟର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ମେରୁ ଉପଲକ୍ଷେ ଦଣ୍ଡ ନୃତ୍ୟ

Sunil Chandra Nayak

ତାଳଚେର ପଶୁ ଚିକିତ୍ସାଳୟରେ ଦୋଳା ମେସିନ୍ ନଥିବା ଯୋଗୁଁ ଉପଚାର ହେଇ ପାରୁନାହିଁ 

masiha

Leave a Comment

error: Content is protected !!