ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରିୟା ଗ୍ରୁପ୍ ଫାଉଣ୍ଡେସନ ପକ୍ଷରୁ ବିଜ୍ଞାନ ମେଳା

ଆରିୟା ଗ୍ରୁପ୍ ଫାଉଣ୍ଡେସନ ପକ୍ଷରୁ ବିଜ୍ଞାନ ମେଳା

ଯୋଡ଼ା:୨୩/୦୮ – (ମନିସ):- ରାଷ୍ଟ୍ରିୟ ମହାକାଶ ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ବଡବିଲ ସହର ନିକଟର କଳିଙ୍ଗ ନଗର ହାଇସ୍କୁଲ ସ୍ଥିତ ମାଟକାମବେଡା ଠାରେ ଆରିୟା ଗ୍ରୁପ ଫାଉଣ୍ଡେସନ ପକ୍ଷରୁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଦର୍ଶିତ ପାରମ୍ପରିକ ନୃତ୍ୟଗୀତ ତାଳେ ତାଳେ ଅତିଥୀ ବୃନ୍ଦଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପରେ’ ପରେ ବିଜ୍ଞାନ ମେଳାର ଶୁଭାରମ୍ଭ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ମୁଖ୍ୟ ଅତିଥୀ ଭାବେ ଚମ୍ପୁଆ ଉପ-ଜିଲ୍ଲାପାଳ ଉମାକାନ୍ତ ପରିଡା ଯୋଗଦେଇ ମାଟ୍କାମବେଡା ସ୍ଥିତ କଳିଙ୍ଗନଗର ହାଇସ୍କୁଲ ପରିସରରେ ଆୟୋଜିତ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାର ଶୁଭ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥୀ ଭାବେ ବଡବିଲ୍ ତହସିଲଦାର ଟି. ଶୁଭଦର୍ଶୀ ଯୋଶୀ, ଆରିୟା ଷ୍ଟିଲ୍ ମହାପ୍ରବନ୍ଧକ ପ୍ରବେଶ ପାଣ୍ଡେ , ଉପ-ମହାପ୍ରବନ୍ଧକ ଡକ୍ଟର ପ୍ରଦ୍ୟୁମ୍ନ କୁମାର ବିଦ୍ୟାଧର , ମହାପ୍ରବନ୍ଧକ ଭି. ଶିବ କୁମାର , ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିରଞ୍ଚି ନାରାୟଣ ଶତପଥୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରଦର୍ଶନ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହିତ ଅଧିକ ଜ୍ଞାନ ଅର୍ଜନ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଯୋଡା ବ୍ଲକର ଅଧିନସ୍ଥ ପ୍ରାୟ ୨୫ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ଡି.ଏ.ଭି. ପବ୍ଲିକ ସ୍କୁଲ , ସେଣ୍ଟମେରୀ ସ୍କୁଲ ପ୍ରଭୁତିର ଛାତ୍ରଛାତ୍ରୀ ମାନେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଶୀର୍ଷରେ ବିଜ୍ଞାନ ପ୍ରକଳ୍ପମାନ ଉପସ୍ଥାପନ କରିଥିଲେ। ଉକ୍ତ ବିଜ୍ଞାନ ମେଳାରେ ବିଚାରକ ମଣ୍ଡଳୀ ଭାବେ ନିୟୋଜିତ ଚମ୍ପୁଆ ମହାବିଦ୍ୟାଳୟ ଅଧ୍ୟାପକ ବୃନ୍ଦ ପ୍ରକଳ୍ପ ଷ୍ଟଲ ଗୁଡିକ ବୁଲି ବୁଲି ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା ପୂର୍ବକ ଶ୍ରେଷ୍ଠ ପ୍ରକଳ୍ପ ଚୟନ କରିଥିଲେ। ଅତିଥୀଙ୍କ ଦ୍ବାରା କୃର୍ତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହିତ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମକୁ ସି.ଏସ୍.ଆର. ମୁଖ୍ୟ ଅମ୍ବିକା ପ୍ରସାଦ ତ୍ରୀପାଠୀ ଏବଂ ମ୍ୟାନେଜର ବିଭୁତି ଭୁଷଣ ମହାନ୍ତି ପରିଚାଳନା କରିଥିଲେ। ସେହିପରି ଖଣି ଖାଦାନ ଅଞ୍ଚଳରେ ପରିବେଶ ସୁରକ୍ଷା ଓ ସଚେତନତା ଦୃଷ୍ଟିରୁ ଆରିୟା ଗ୍ରୁପ୍ ଫାଉଣ୍ଡେସନ ଦ୍ବାରା ଆୟୋଜିତ ଜଳବାୟୁ ପରିବର୍ତ୍ତନ ତଥା ଜୈବବିଭିଧତା ଶୀର୍ଷକ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବେସ ଉପାଦେୟ ହୋଇଥିବା ନେଇ ଉଭୟ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ଦୃଢୋକ୍ତି ପ୍ରକାଶ ପୂର୍ବକ କମ୍ପାନୀ ଭୂଇୟସି ପ୍ରଶଂସା କରିଥିଲେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ର ସାଧାରଣ ବେଠକ 

masiha

ବିଧାୟିକା ସୀମାରାଣୀ ଙ୍କ ଉପସ୍ଥିତି ରେ ହିନ୍ଦୋଳ ଏନ୍ଏସି ର ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

ନର୍ଲା ଡମ୍ବ ସମାଜ ପକ୍ଷରୁ ଆମ୍ବେଦକର ଜୟନ୍ତୀ 

masiha

Leave a Comment

error: Content is protected !!