ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୌଡଗୁଡ଼ା ଗ୍ରାମ ରେ ରାସ୍ତା ବଦଳେ ହାମ୍ସ୍ ସାଜିଛି ଯାତ୍ରୀ ଙ୍କ ଯମ

ଗୌଡଗୁଡ଼ା ଗ୍ରାମ ରେ ରାସ୍ତା ବଦଳେ ହାମ୍ସ୍ ସାଜିଛି ଯାତ୍ରୀ ଙ୍କ ଯମ

ନବରଙ୍ଗପୁର:(୨୪/୮)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ସଦର ଗ୍ରାମ ପଞ୍ଚାୟତ ଗୌଡ଼ଗୁଡା ଗ୍ରାମ ଠାରୁ ଦିଗି ଗ୍ରାମ ପଞ୍ଚାୟତର କାର୍ଲୀଚୁଆଁ କୁ ସଂଯୋଗ କରୁଥିବା ଆର୍ ଡି ରାସ୍ତା ଗୌଡଗୁଡା ପାଇକ ସାହି ଓ ଗୌଡ ସାହି ଠାରେ ଦୁଇଟି ବଡ଼ ବଡ଼ ସିମେଣ୍ଟ ରେ ତିଆରି ବିଦ୍ୟୁତ୍ ସିମେଣ୍ଟ ଖମ୍ବ କୁ ହାମ୍ସ ନିର୍ମାଣ କରି ରାସ୍ତା ମଝିରେ ରଖି ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଯାତ୍ରୀ ମାନେ ଯାତାୟତ କରୁଥିବା ବେଳେ,ମଟର ସାଇକେଲ କିମ୍ବା କାର୍ ହାମ୍ସ ଅତକ୍ରମ କରିବା ବେଳେ, ଗାଡ଼ି ଗୁଡିକ ଲାଗିଯାଇ ଅନେକ ଲୋକ ଙ୍କ ଦୁର୍ଘଟଣା ଘଟି କାହାର ମୁଣ୍ଡ ଫାଟିଛି ତ, ଆଉ କାହାର ଗୋଡ ହାତ ଭାଙ୍ଗୁଛି। ୩ ଦିନ ମଧ୍ୟରେ ଗୌଡଗୁଡା ଗ୍ରାମର ସୁକାନ୍ତ ସୁନା(୫୦) (ସୁନା ବାବୁ) ଦୁର୍ଘଟଣା ଘଟିଛି।ନିଜର ପେଟ ପାଟଣା ପାଇଁ ପ୍ରତି ଦିନ ତେନ୍ତୁଳିଖୁଣ୍ଟି ଗୋଟିଏ ଦୋକାନ ରେ କାମ କରି ଫେରୁ ଥିବା ସମୟରେ ହାମ୍ସ ଟି ଅତି ଉଞ୍ଚା ହେତୁ ସ୍କୁଟି ଟି ହାମ୍ସ ରେ ଲାଗି ଯାଇ ତଳେ ପଡ଼ି ଯାଇଥିଲେ। ଘଟଣା ସ୍ଥଳରେ ତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା।ତାଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିବା ପରେ ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଡକ୍ଟର ରେଫର୍ କରିଥିଲେ। ପୁଣି ନବରଙ୍ଗପୁର ଡାକ୍ତର ପରିକ୍ଷଣ ପରେ କୋରାପୁଟ ରେଫର୍ କରିଥିବା ବେଳେ ବର୍ତ୍ତମାନ କୋରାପୁଟ ସରକାରି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।ପରିବାରର ଚାରି ପ୍ରାଣୀର ଏକମାତ୍ର ରୋଜଗାର ର ସାହାରା ସୁନା ବାବୁ, ଏବେ ପରିବାର ଭରଣ ପୋଷଣ କୁ ନେଇ ଚିନ୍ତାରେ ଭାଙ୍ଗି ପଡିଛନ୍ତି। ତୁରନ୍ତ ବ୍ଲକ୍ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପରିବାର ଓ ଗ୍ରାମବାସୀ ନିବେଦନ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନର୍ଲା ବ୍ଲକରେ ପୁଣି କାଳ ବୈଶାଖୀର ତାଣ୍ଡବ, କଟିଲା ବିଜୁଳି, ପବନର ବେଗ କମ ଅନୁଭୂତ ହୋଇଥିବା ବେଳେ ଅଧ ଘଣ୍ଟା ଧରି ହୋଇଥିଲା ପ୍ରବଳ ବର୍ଷା, ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି 

ବଦଳି ପରେ ବି ଗାଦି ଛାଡ଼ୁନାହାନ୍ତି ବନ ଅଧିକାରୀ! ସରକାରୀ ନିର୍ଦ୍ଦେଶକୁ ନେଇ ଉଠିଲା ପ୍ରଶ୍ନ

Sunil Chandra Nayak

ସାପ କାମୁଡାରେ ଯୁବକ ଗୁରୁତର 

Sunil Chandra Nayak

Leave a Comment

error: Content is protected !!