ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରାରେ ଆମ୍ବେଦକର ଙ୍କ ୧୩୧ତମ ଜନ୍ମ ଜୟନ୍ତି ପାଳିତ

କୋକସରା,୧୪ା୪- କୋକସରା ବ୍ଲକ ସଦର ମହକୁମା ଠାରେ ଗୁରୁବାର ଡ଼. ବିଆର୍ ଆମ୍ବେଦକର ଙ୍କ ୧୩୧ ତମ ଜନ୍ମ ଜୟନ୍ତି ବ୍ଲକ ଆମ୍ବେଦକର ଜୟନ୍ତି କମିଟି ପକ୍ଷରୁ ମହା ସମାରୋହରେ ପାଳିତ ହୋଇଛି । ପ୍ରଥମେ ଆମ୍ବେଦକର ଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବିନ ଶବର ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଲଡୁଗାଁ ସରପଞ୍ଚ ନକୁଲ ନାଏକ ଯୋଗଦେଇଥିବା ବେଳେ କୋକସରା ଜୋନ୍ ୨ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ବାଗ, ବିଶ୍ୱମ୍ବର ନାଏକ, ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗା ପ୍ରସାଦ ଚିନ୍ଦା, ପୁରନ୍ଦର ସତନାମୀ, ଚନ୍ଦ୍ର ଶେଖର ଗୋପାଲ, ଅଲେଖ ଗୋପାଲ, ପୁରୁଷୋତ୍ତମ ଦାସ ଗୁପ୍ତା ପ୍ରମୂଖ ସମ୍ମାନୀତ ଅତିଥ ଭାବରେ ଯୋଗଦେଇଥିଲେ । ଏହି ଅବସରରେ କେଶବ ଲାଲ ବାଗଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଅତିଥି ମାନେ ବାବା ସାହେବ ଆମ୍ବେଦକରଙ୍କ ଦଳିତ, ଗରିବ, ଅବହେଲିତ ଏବଂ ଶୋଷିତ ପାଇଁ ସଂଘର୍ଷ କରିଥିବା ଉପରେ ଆଲେକପାତ କରିଥିଲେ । ଧିମାନ ସତ୍ୟବାନ ପାଣିଗ୍ରାହୀ ମଞ୍ଚ କୁ ପରିଚାଳନା କରିଥିଲେ । ଆଇନଜୀବି ଉଗ୍ରସେନ ବାଗ, ଚିନିଲାଲ ବାଗ, ରାମଚନ୍ଦ୍ର ପାଣିଗ୍ରାହୀ, ପୁରୁଷୋତ୍ତମ ମହାନନ୍ଦ, କାମଦେବ ଠାକୁର ପ୍ରମୂଖ ଉପସ୍ଥିତ ରହି ପରିଚାଲନାରେ ସହଯୋଗ କରିଥିଲେ । ମ ନି ସ

Related posts

ଝାଡ଼ା ବାନ୍ତି ଆକ୍ରାନ୍ତ ଗ୍ରାମ କୁ ବିଧାୟକ ଙ୍କ ଗସ୍ତ ଓ ସମସ୍ୟା ସମ୍ପର୍କରେ ଆଲୋଚନା

Sunil Chandra Nayak

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ନବରଙ୍ଗପୁର ଜିଲ୍ଳା ପୋଲିସ ଓ ମୋ କଲେଜ ଅଭିଯାନ ଆନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟରେ ଶହୀଦ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ 

Sunil Chandra Nayak

Leave a Comment

error: Content is protected !!