ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବସଷ୍ଟାଣ୍ଡ ପରିସର ରାସ୍ତା ଖାଲ ଖମାଲ ଯୋଗୁଁ ଵେହାଲ; ବସ ମାଲିକ,ଯାତ୍ରୀ ହନ୍ତସନ୍ତ; ପୌର‌ପ୍ରଶାସନ ଦୃଷ୍ଟି ଦେବାପାଇଁ ଦାବି

ରାଇରଙ୍ଗପୁର ବସଷ୍ଟାଣ୍ଡ ପରିସର ରାସ୍ତା ଖାଲ ଖମାଲ ଯୋଗୁଁ ଵେହାଲ; ବସ ମାଲିକ,ଯାତ୍ରୀ ହନ୍ତସନ୍ତ; ପୌର‌ପ୍ରଶାସନ ଦୃଷ୍ଟି ଦେବାପାଇଁ ଦାବି

 ମୟୂରଭଞ୍ଜ – ୨୫/୦୮ (ମସିହା)ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର । ଏକଦା ରାଇରଙ୍ଗପୁର ସହର ଦିନେ ସ୍ବଛ,ସଫା ସୁତୁରା , ଜନସାଧାରଣଙ୍କ୍କୁ ଉତ୍ତମ ସେବା ଯୋଗାଇବାରେ ସାରା ଓଡ଼ିଶାରେ ନାମ କମାଇଥିଲା ।ଏହି ରାଇରଙ୍ଗପୁର ସହରର ରାଇରଙ୍ଗପୁର ବସଷ୍ଟାଣ୍ଡ ହେଉଛି ଆନ୍ତଃ ରାଜ୍ୟ ସିମାନ୍ତ ଅଂଚଳର ମୁଖ୍ୟ ପରିବହନ ସ୍ଥଳୀ । ଏଠାକୁ ଦୈନନ୍ଦିନ ୨୦୦ ରୁ ଉର୍ଦ୍ଧ୍ବ ବସ୍ କୋଲକୋତା ,ଟାଟା ନଗର ,ବୋକାରୋ,ରାଞ୍ଚି,କେନ୍ଦୁଝର,ରାଉରକେଲା,ଅନୁଗୁଳ,ଯୋଡ଼ା,ବଡ଼ବିଲ,ବାରିପଦା,ଭୂବନେଶ୍ବର, ବାଲେଶ୍ଵର, ଯିବା ଆସିବା କରୁଛି ।ଏହି ବସଷ୍ଟାଣ୍ଡ ପରିସର ଏବଂ ଗୋରୁମହିଷାଣୀ ଛକ ପର୍ଯ୍ୟନ୍ତ ରାସ୍ତା କିଛି ବର୍ଷ ହେଲା ମରାମତି ଅଭାବରୁ ଶୋଚନୀୟ ବିପର୍ଯ୍ୟସ୍ତ ହୋଇପଡିଛି ।ଖାଲଖମାଲ ଭର୍ତ୍ତି ।ଚିପ୍ସ ଗୋଡ଼ି ଉଠି ଗଲାଣି ।ଆଣ୍ଠୁଏ ଆଣ୍ଠୁଏ ପାଣି ।ଅସରାଏ ବର୍ଷା ହେଲେ ପାଣି ଭର୍ତ୍ତି ।ବସ ,ଅଟୋ, କାର ,ବୋଲେରୋ ଗୁଡିକ ଯିବା ଆସିବା କରୁଥିବା ସମୟରେ ଖାଲ ଯୋଗୁଁ ଯନ୍ତ୍ରାଂଶ ଗୁଡିକ ଭାଙ୍ଗି ନଷ୍ଟ ହେଉଛି ।ବସ ଖଲାସୀ ଏବଂ ମହିଳା,ଓ ଶିଶୁ ଯାତ୍ରୀ ଓହ୍ଲାଇବା ସମୟରେ ଖାଲରେ ପଡ଼ି ଦୁର୍ଘଟଣା ରେ ଶିକାର ହେଉଛନ୍ତି ।କାହାର ଗୋଡ଼ ଭାଙ୍ଗୁଛି ତ କିଏ ଖଣ୍ଡିଆ ଖାବରା ହୋଇ ପଡ଼ୁଛନ୍ତି ।ପୌର ପ୍ରଶାସନ ବସ ପିଛା ୨୦ ଟଙ୍କା ଏବଂ ଅଟୋ ପିଛା ୧୦ ଟଙ୍କା ନେଇ ଚୁପଚାପ୍ ବସି ଯାଉଛନ୍ତି ।ବସ ମାଲିକ ସଂଘ ଚୁପଚାପ୍ ବସି ଯାଉଛନ୍ତି । ଯାତ୍ରୀଙ୍କ ସ୍ୱାର୍ଥକୁ କେହି ଗୁରୁତ୍ବ ଦେଉ ନାହାନ୍ତି । ଆଗକୁ ପାର୍ବଣ ଋତୁ ।ସହର ଚଳ ଚଞ୍ଚଳ ହେବା । ରାଇରଙ୍ଗପୁର ସହରକୁ ଯାତ୍ରୀ ଆସିବା ସଂଖ୍ୟା ବୃଦ୍ଧି ପାଇବ .ବସ ଷ୍ଟାଣ଼୍ଡ ପରିସର ଏବଂ ରାସ୍ତା ମରାମତି ପାଇଁ ବସ ମାଲିକ ,ଅଟୋ ମାଲିକ ଓ ଯାତ୍ରୀ,ବସ ପରିସରର ଦୋକାନୀମାନେ ତୁରନ୍ତ ପୌର ପ୍ରଶାସନ ମରାମତି ପାଇଁ ଦୃଷ୍ଟି ଦେବାପାଇଁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି । ସେହିଭଳି ବସଷ୍ଟାଣ୍ଡ ର ଶୌଚାଳୟ ଅବସ୍ଥା ନ କହିଲେ ସତରେ । ସେଠାରେ ପାଣି ସବୁବେଳେ ରହୁନାହିଁ ।ମହିଳା ମାନେ ଶୌଚାଳୟ ଯିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିଷ୍କାର ପରିଚ୍ଛନ୍ନ ନାହିଁ । ତେଣୁ ରାଇରଙ୍ଗପୁର ବସଷ୍ଟାଣ୍ଡ ଉପରେ ପ୍ରଶାସନ ସ୍ବତନ୍ତ୍ର ନଜର ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଓଡିଶା ସାହିତ୍ଯ ଏକାଡେମୀ ର ସଫଳ କାର୍ଯ୍ୟକ୍ରମ “ଆମ ଗାଁ ଆମ ସାହିତ୍ଯ”

Sunil Chandra Nayak

ବାଲୁଗାଁ ଆଙ୍କୁଲା ଗ୍ରାମର ନିଆରା ପ୍ରତିଭା ସୈମ୍ୟ ରଞ୍ଜନ : ଚିତ୍ର କଳାରେ ସିଦ୍ଧହସ୍ତ !!!

Sunil Chandra Nayak

ଅର୍ଜୁନ କେଣ୍ଡ୍ରୁକା ଙ୍କ ଶ୍ରାଦ୍ଧ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!