ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ଭାବେ ଚଲାଇ ଆସୁଥିବା ଏକ ଘରୋଇ କ୍ଲିନିକ୍ ଉପରେ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଚଢ଼ାଉ କରି ସିଲ୍ କଲେ

ବେଆଇନ ଭାବେ ଚଲାଇ ଆସୁଥିବା ଏକ ଘରୋଇ କ୍ଲିନିକ୍ ଉପରେ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଚଢ଼ାଉ କରି ସିଲ୍ କଲେ

କୋରାପୁଟ ଜିଲ୍ଲା ମାଓ ଇଲାକା ନାରାୟଣପାଟଣା ବ୍ଲକ ସଦର ମହକୁମା ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଚଲାଇ ଆସୁଥିବା ଡି.ପି ଚୌଧୁରୀ କ୍ଲିନିକ୍ କୁ ଆଜି କୋରାପୁଟ ଜିଲ୍ଲା ସିଡିଏମଓ ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଚଢ଼ାଉ କରି ଥିବା ବେଳେ ସେଠାରେ ନିଜକୁ ଏକ ସ୍ୱାସ୍ଥ୍ୟ ଟେକ୍ନି୍ସିଆନ୍ କହୁ ଥିବା ବ୍ୟକ୍ତି ଛତ୍ରଭଙ୍ଗ ଦେଇ ଦଉଡି ପଲାଇ ଯାଇଥିବା ବେଳେ ଅନ୍ୟ କିଛି କ୍ଲିନିକ୍ କର୍ମଚାରୀ ସେଠାରେ ଥାଇ ଇଞ୍ଜେକସନ ସାଲାନ୍ ଦେଉଥିଲେ ତାଙ୍କ ପାଖରେ ମଧ୍ୟ କୈାଣସି ସ୍ୱାସ୍ଥ୍ୟ ବିଭାଗ ପ୍ରମାଣପତ୍ର ନଥିବା ଏପରି ଡି.ପି ଚୌଧୁରୀ କ୍ଲିନିକ୍ ର କୈାଣସି କାଗଜ ପତ୍ର ନଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଚଢ଼ାଉ ସମୟରେ ଅନେକ ଦିଗରେ ଯାଞ୍ଚ୍ କରିଥିଲେ ସୁଦ୍ଧା ଡି.ପି ଚୌଧୁରୀ କ୍ଲିନିକ୍ କୈାଣସି ପ୍ରମାଣ ଦେଖାଇ ପାରିନଥିଲେ । ଏପରିକି ଶିକ୍ଷାଗତ ପ୍ରମାଣପତ୍ର ମାଗିଥିଲେ ସୁଦ୍ଧା ଦେଖାଇ ପାରିନଥିଲେ। ଏଭଳି ଲୋକ ଦୀର୍ଘ ବର୍ଷ ଧରି ଗରୀବ ଆଦିବାସୀଙ୍କ ଜୀବନ ଉପରେ ଖେଳ ଖେଳି ଆସୁଥିଲେ ଯାହାକି ପୁରାପୁରି ବେନିୟମ ସେଥିପାଇଁ ଆଜି ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇ ନାରାୟଣପାଟଣା ଠାରେ ପହଞ୍ଚି ବେଆଇନ ଭାବେ ଚାଲିଥିବା ଡି.ପି ଚୌଧୁରୀ କ୍ଲିନିକ୍ ଉପରେ ଚଢ଼ାଉ କରି ସିଲ୍ କରିଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ପହଞ୍ଚି ଚଢ଼ାଉ କରୁଥିବା ଅଫିସରଙ୍କୁ ବିରୋଧ କରିଥିବାରୁ ସ୍ଥାନିୟ ପୋଲିସ, ତହସିଲଦାର, ବିଡ଼ିଓ ସେଠାରେ ପହଞ୍ଚିଲା ପରେ ସିଲ୍ କରିଥିଲେ।

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ଜଣେ ଗିରଫ ପରେ କୋର୍ଟ ଚାଲାଣ 

Sunil Chandra Nayak

ସ୍ଵାମୀ ମାଡରେ ସ୍ତ୍ରୀ ମୃତ

Sunil Chandra Nayak

ଚାକିରି ନାଆଁରେ ଠକେଇ

masiha

Leave a Comment

error: Content is protected !!