ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାରକଟା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପିତୃ ବିୟୋଗ 

ଝାରକଟା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପିତୃ ବିୟୋଗ 

  କଟକ : ୪୨ ମୌଜା ଅବସ୍ଥିତ ଝାରକଟା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପିତା ସମାଜସେବୀ ତଥା ଧର୍ମ ପରାୟଣ ବ୍ୟକ୍ତି ଯୁଗଳ କିଶୋର ଦାଶ(୮୨)ଙ୍କର ଗୋପାଳପୁର ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇ ଯାଇଛି। ସେ ଜଣେ ମିଷ୍ଟଭାଷୀ, ମେଳାପୀ ତଥା ପରୋପକାରୀ ବ୍ୟକ୍ତି ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସତ୍କାର କରା ଯାଇଛି । ଜ୍ୟେଷ୍ଠ ପୁତ୍ର ଜିତେନ କୁମାର ଦାଶ ମୁଖାଗ୍ନି ଦେଇଥିଲେ। ତାଙ୍କର ତିନି ପୁତ୍ରଙ୍କ ମଧ୍ୟ୍ୟରୁ ବଡ଼ ପୁଅ ଜିତେନ କୁମାର ଦାଶ ସ୍ଥାନୀୟ ଝାରକଟା ଉପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ, ମଧ୍ୟମ ପୁତ୍ର ମନୋରଞ୍ଜନ ଶିକ୍ଷକ ଓ ସାନ ପୁଅ ଦୀପକ କୁମାର ଦାଶ ଖ୍ରୀଷ୍ଟମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ଭାବେ କାର୍ଯ୍ୟରତ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣାସ୍ଥିତ ପି.ଏମ୍.ଶ୍ରୀ କେନ୍ଦ୍ରିୟ ବିଦ୍ୟାଲୟ ଭବାନୀପାଟଣା ରେ ୭୯ ତମ ସ୍ବାଧିନତା ଦିବସ ଧୁମ ଧାମ ରେ ପାଳିତ 

Sunil Chandra Nayak

ବେଆଇନ ମୋଡିଫାଏଡ୍ ସାଇଲେନ୍ସର ଉପରେ ଟାଉନ୍ ପୋଲିସର ଚଢ଼ାଉ: ୭ ବାଇକ୍ ଜବତ, ୮୦ ହଜାର ଜରିମାନା

Sunil Chandra Nayak

ପିକଅପ ଭ୍ୟାନ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଆହତ 

Leave a Comment

error: Content is protected !!