ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାବା ସାହେବ ଅମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତି ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଲପଡା ପଞ୍ଚାୟତ ପୁଟିଗାଁ ଶୈବ ପିଠରେ ଭାରତୀୟ ଜନତା ପାର୍ଟି ଯୋରାଡବରା ମଣ୍ଡଳ ଓ କର୍ଲାମୁଣ୍ଡା ମଣ୍ଡଳ ଦ୍ବାରା ୧୩୧ତମ ଅମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି। ଯୋରାଡବରା ମଣ୍ଡଳ ସଭାପତି ଦଶରଥ ସାହୁ ଓ କର୍ଲାମୁଣ୍ଡା ମଣ୍ଡଳ ସଭାପତି ସଂଜୟ ଜୈନ ନେତୃତ୍ବରେ ଶତାଧିକ ଭାରତୀୟ ଜନତା ପାର୍ଟି ଯୋଗ ଦେଇଥିଲେ। ଅମ୍ବେଦକରଙ୍କ ପ୍ରତିମୃତ୍ତିରେ ମାଲ୍ୟର୍ପଣ ଅର୍ପଣ କରି ଅମ୍ବେଦକରଙ୍କ ଜୟଗାନ କରିଥିଲେ । ସାଧାରଣ ସଭାରେ ବରିଷ୍ଟ ବିଜେପି ନେତା ଗୋବିନ୍ଦ ସାହୁ, ନବୀନ କୁମାର ରଣା, ସରୋଜ ସେଠ, ଦୟାନିଧି ସାହୁ, ବଲ୍ଲଭ ସାହୁ, ଚିତ୍ରସେନ ସାହୁ, ବିଘ୍ନ ରାଜ ସାହୁ, ଡୋଳାମଣି ସାହୁ, ହରିଜନ ମୋର୍ଚ୍ଚା ଜିଲ୍ଲା ସଭାପତି ଗଣେଶ୍ବର କୁମାର, ଏମପି ପ୍ରତିନିଧି ରାଜେନ୍ଦ୍ର ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ପ୍ରଭାତୀ ଭୋଇ, ପୁଷ୍ପକାନ୍ତୀ କୁମାର ପ୍ରମୁଖ ଯୋଗଦେଇ ମିଲିତ ଭାବରେ ପୁଜା ଅର୍ଚ୍ଚନା କରିଥିଲେ । ନର୍ଲା ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ୨୦୧୯ ନିର୍ବାଚନ ଲଢେଇ କରିଥିବା ପ୍ରାର୍ଥି ଅନିରୁଦ୍ଦ ପଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ସମାଜକୁ ଆଗେଇବାକୁ ହେଲେ ଶିକ୍ଷାର ଦୀପ ଜଲେଇବା ନିହାତି ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଶିକ୍ଷା ହିଁ ଆଲୋକ,ଆତ୍ମନିର୍ଭରଶୀଳ ନହେଲେ ଭାଷା ବଂଚାଇବା ଅସମ୍ଭବ

କବିବର ରାଧାନାଥ ରାୟ ଜୟନ୍ତୀ ପାଳିତ

Sunil Chandra Nayak

ମଦ୍ୟପାନ ଭଳି ତମାଖୁ ସେବନରେ ଓଡିଶା ଆଗରେ…

Leave a Comment

error: Content is protected !!