ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପବିତ୍ର ଜନ୍ମାଷ୍ଟମୀରେ ରାଜନଗର ଅଞ୍ଚଳ କୃଷ୍ଣମୟ,ଆଜି ଶିକ୍ଷା ନିକେତନରେ ନନ୍ଦ ଉତ୍ସବ ଅନୁଷ୍ଠିତ

ପବିତ୍ର ଜନ୍ମାଷ୍ଟମୀରେ ରାଜନଗର ଅଞ୍ଚଳ କୃଷ୍ଣମୟ,ଆଜି ଶିକ୍ଷା ନିକେତନରେ ନନ୍ଦ ଉତ୍ସବ ଅନୁଷ୍ଠିତ

ରାଜନଗର-27.8.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ ଧୁମଧାମରେ ଗତକାଲି ଜନ୍ମାଷ୍ଟମୀ ଵା ମହାପ୍ରଭୁ କୃଷ୍ଣଜନ୍ମଙ୍କ ଉତ୍ସବକୁ ଭକ୍ତିପୁତ ଭାଵେ ଲୋକମାନେ ପାଳନ କରିଥିବା ଵେଳେ ଆଜି ଘରୋଇ ଶିକ୍ଷାନୁଷ୍ଟାନ ମାନଙ୍କରେ ଆଡମ୍ବର ସହ ନନ୍ଦ ଉତ୍ସବ ପାଳନ କରାଯାଇଛି।ଏହି ଅବସରରେ ରାଜନଗର ଅଞ୍ଚଳର ଘରୋଇ ଶିକ୍ଷାନୁ ଷ୍ଠାନରେ ପ୍ରତିବର୍ଷ ପରି ଚଳିତ ଵର୍ଷ ନନ୍ଦଲାଲଙ୍କ ଜନ୍ମ ଉତ୍ସବ ପାଳନ କରୁଛନ୍ତି।ଛୋଟପିଲାମାନେ ସୁନ୍ଦର ଭାଵେ ରାଧା,କୃଷ୍ଣ,ଗୋପାଳ ଵେଶରେ ରଙ୍ଗବେରଙ୍ଗର ଚିକିମିକି ପୋଷାକ ପିନ୍ଧି ଶ୍ରୀକୃଷ୍ଣଙ୍କ ଲୀଳା ସହ ନାଚ କରୁଥିବା ଦେଖିବାକୁ ମିଳିଥିଲା।ଆଜି ରାଜନଗର ସାନବଡ ଗୋପାଳପୁରୁରେ ଅବସ୍ଥିତ ଶିବାନନ୍ଦ ଶିକ୍ଷାନୁଷ୍ଠାନ ତରଫରୁ ମଙ୍ଗଳା ମଣ୍ଡପରେ ନନ୍ଦ ଉତ୍ସବ ପାଳନ କରାଯାଇଥିଲା।କୁନିକୁନି ପିଲାମାନେ ସୁନ୍ଦର ଭାବେ ସଜେଇ ହୋଇ ନୃତ୍ୟ ପରିବେଷଣ କରି ଶହଶହ ନରନାରୀଙ୍କୁ ଆକର୍ଷିତ କରିଥିଲେ।ଏଥିପାଇଁ ଅନୁଷ୍ଠାନ ତରଫରୁ ପିଲାମାନଙ୍କୁ ଉତ୍ତମ ଶିକ୍ଷା ସାଙ୍ଗକୁ ନାଚ ଗିତ ମଧ୍ୟ ଶିକ୍ଷା ଦିଆଯାଇଥାଏ।ଏହିପରି ଜାଭିୟର ସ୍କୁଲ,ସରସ୍ଵତୀ ଶିଶୁ ମନ୍ଦିର ଆଦିରେ ନନ୍ଦ ଉତ୍ସବ ପାଳନ କରାଯାଇ ରାଜନଗର ବଜାରରେ ଜନଗହଳି ଦେଖିବାକୁ ମିଳିଥିଲା।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଆସିକା ଖମ୍ବେଶ୍ବରୀ ପାଟଣା ଶ୍ରୀଜଗନ୍ନାଥ କଥାମୃତ ଜ୍ଞାନଯଜ୍ଞ

Sunil Chandra Nayak

ବାବା ସିଦ୍ଧେଶ୍ବର ମନ୍ଦିର ରେ ଶ୍ରାବଣୀ ପୂଜା ଓ ରୁଦ୍ରାଭିଷେକ ମହାସମାରୋହରେ ଅନୁଷ୍ଠିତ 

masiha

ଧର୍ମଗଡ ଠାରେ ଶ୍ରୀ ଆଶୀର୍ବାଦ ଜୀ ମହାରାଜଙ୍କ  ଶ୍ରୀରାମ ଚରିତ ମାନସ କଥାମୃତ ର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!