ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିମ୍ନମାନର ଡ୍ରେସ ଯୋଗାଣ ନେଇ ଅଭିଯୋଗ କଲେ କର୍ମୀ

ନିମ୍ନମାନର ଡ୍ରେସ ଯୋଗାଣ ନେଇ ଅଭିଯୋଗ କଲେ କର୍ମୀ

ଖଇରା,୨୭/୮/୨୪ -ବାଲେଶ୍ଵର ଜିଲ୍ଲା ଖଇରା ସିଡିପିଓ ଅଧିନରେ ଥିବା ପଦୁନା ଅଙ୍ଗନୱାଡି କେନ୍ଦ୍ରର କର୍ମୀ ସଞ୍ଜୁକ୍ତା ସେଣ୍ଡ ପିଲା ମାନଙ୍କୁ ନିମ୍ନମାନର ଡ୍ରେସ ଯୋଗାଣ ହେଉଥିବା ନେଇ ୨୦/୮/୨୪ ରିଖରେ ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସରକାରଙ୍କ ତରଫରୁ ୩ରୁ ୬ବର୍ଷ ପିଲାଙ୍କ ପାଇଁ ଆସୁଥିବା ଡ୍ରେସର ମୂଲ୍ୟ ପ୍ରତି ଝିଅ ପିଲା ପାଇଁ ୧୫୦ଟଙ୍କା ଓ ପ୍ରତି ପୁଅ ପିଲାଙ୍କ ପାଇଁ ୧୦୦ ଟଙ୍କା ଅଟେ । ସରକାରଙ୍କ ନିୟମ ଅନୁସାରେ ୧ ହଳ ଡ୍ରେସ S H G ଗୃପ୍ ଦେବା କଥା । ଅନ୍ୟ ୧ ହଳ ଡ୍ରେସ ଅଙ୍ଗନ ୱାଡି କର୍ମୀ ଦେବା କଥା । କିନ୍ତୁ ଦୁଃଖର ବିଷୟ ବ୍ଲକରେ ଥିବା B P C ଏବଂ O L M ଙ୍କ ଦ୍ବାରା ପରିଚାଳିତ S H G ମାନଙ୍କ ଠାରୁ କିଛି ଅର୍ଥ ନେଇ S H G ର ମାଆ ମାନେ ସିଲେଇ ନକରି ଫୁଟପାଥ୍ ରୁ ନିମ୍ନମାନର ଡ୍ରେସ କିଣି ପ୍ରତ୍ୟେକ ଅଙ୍ଗୱାଡି କେନ୍ଦ୍ରକୁ ଦେଉଛନ୍ତି । ସେହିସବୁ ଡ୍ରେସକୁ ନେଇ କେତେକ କର୍ମୀ CDPO ଓ BPC ଙ୍କୁ ଦେଖାଇବାରୁ ଡ୍ରେସ ନିମ୍ନମାନର ବୋଲି କହିଥିଲେ । ଏହାର କୌଣସି ତଦନ୍ତ ନକରି S H G ଙ୍କ ପାଖରୁ ଅର୍ଥ ଲୋଟି ଚାଲିଛନ୍ତି । ଏ ବିଷୟରେ BPCଙ୍କୁ ପଚାରିବାରୁ ମୁଁ କିଛି କହିପାରିବି ନାହିଁ ସିଡିପିଓଙ୍କୁ ପଚାରନ୍ତୁ, ସେ ଏ ବିଷୟରେ କହିପାରିବେ । ପରେ ସିଡିପିଓଙ୍କୁ ଯୋଗାଯୋଗ କରାଯାଇଥିଲା ହେଲେ ସମ୍ଭଵ ହୋଇପାରି ନଥିଲା । ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଅଭିଯୋଗକାରୀ ତଥା କର୍ମୀ ନିବେଦନ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମର୍ମନ୍ଦୁନ୍ତ ଦୁର୍ଘଟଣା,  ଜଣେ ମୃତ ପାଞ୍ଚଜଣ ଗୁରୁତର

masiha

ତାଇୱାନରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ଭାରତରୁ ପ୍ରତିନିଧିତ୍ୱ କରିବେ ଶିଳ୍ପୀ ଓମପ୍ରକାଶ ସାହୁ

masiha

ବିଧାୟକଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ 

masiha

Leave a Comment

error: Content is protected !!