ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଭାରତୀୟ ମଜଦୁର ସଂଘ ଏବଂ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ 

ରାୟଗଡ଼ା ଭାରତୀୟ ମଜଦୁର ସଂଘ ଏବଂ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ 

ରାୟଗଡ଼ା : ତା : ୨୮ /୦୮/୨୪ ଭାରତୀୟ ମଜଦୁର ସଂଘ ଏବଂ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୨୮ ତାରିଖ ଦିନ ଅମୃତା ଦେବୀ ବଳୀଦାନ ଦିବସକୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ରୂପେ ପାଳନ କରିଆସୁଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲା ସମସ୍ତ ବ୍ଳକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ବ୍ଳକ ଅନ୍ତର୍ଗତ ଅମଲାଭଟା ଛକ ସ୍ଥିତ ହାଇଟେକ୍ ପବ୍ଲିକ ସ୍କୁଲ ନିକଟ ପଡିଆ ଚାରି ପାର୍ଶ୍ବରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ଏବଂ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ଔଷଧୀୟ ଏବଂ ଫଳ ଗଛ ପ୍ରାୟ ୧୫୦ ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ସକ୍ଷମ ଓଡ଼ିଶା ପଶ୍ଚିମ ପ୍ରାନ୍ତ ର ସଂରକ୍ଷକ ତଥା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଡ଼ା ବାଦଲ କୁମାର ତା , ରାୟଗଡ଼ା ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଶ୍ରୀମତୀ ବିଦୁଲତା ହୁଇକା , ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ରାୟଗଡ଼ା ନଗର କାର୍ଯ୍ୟବାହ ଶ୍ରୀ ବିଦ୍ୟାଭୂଷଣ ପଣ୍ଡା , ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ର ଜିଲ୍ଲା ପ୍ରଚାର ପ୍ରମୁଖ ଶ୍ରୀ ଏମ ବିଦ୍ୟା ଶାଗର, ଏବଂ ମୂଖ୍ୟ ବକ୍ତା ଭାବେ ଭାରତୀୟ ମଂଜୁର ସଂଘ ର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। ଭାରତୀୟ ମଜଦୁର ସଂଘ ର ଏପରି ଚିନ୍ତା ଧାରାକୁ ସାରା ଜିଲ୍ଲାରେ ପ୍ରଶଂସା କରିବା ସହ ଦେଶ ଗଠନରେ ଆଗରେ ରହି ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ସମାଜ କାମକୁ ଆଗରେ ରହି ଯେଉଁ ସବୁ କାର୍ଯ୍ୟକ୍ରମ କରି ଆସୁଛନ୍ତି ତାହା ଏକ ଚିର ସ୍ମରଣୀୟ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ। ମୂଖ୍ୟ ବକ୍ତା ଶ୍ରୀ ଯୋଗେଶ୍ଵର ଦାସ କହିଥିଲେ ପର୍ଯ୍ୟାବରଣ ଦିବସକୁ ଅମୃତା ଦେବୀ ବଳୀଦାନ ଦିବସକୁ ଏକ ସାର୍ବଜନିନ ପର୍ବ ଭାବରେ ପାଳନ କରିବା ଓ ପରିବେଶ ସଂକ୍ରାନ୍ତରେ ଜନ ସଚେତନା ସୃଷ୍ଟି କରିବା ଭାରତୀୟ ମଜଦୁର ସଂଘ ର ଏକ ମାତ୍ର ଲକ୍ଷ ଓ ଉଦ୍ଦେଶ୍ୟ ଏବଂ ସ୍ଵଚ୍ଛ, ନିର୍ମଳ ଓ ପ୍ରଦ୍ୟୁଷଣ ମୁକ୍ତ ବାତାବରଣ , ପୃଥିବୀରେ ବାସ କରୁଥିବା ସମସ୍ତ ଜନ ସମାଜ ପାଇଁ ମୌଳିକ ଅଧିକାର ଓ ଆବଶ୍ୟକତା ରହିଥିବା ବେଳେ ମନୁଷ୍ୟ ତାର ଅନାବଶ୍ୟକ ତାକୁ ପୂରଣ କରିବା ପାଇଁ ପରିବେଷକୁ ଶୋଷଣ କରୁଛି , ଆଧୁନିକ ସଭ୍ୟତାର ଆବଶ୍ୟକତା ପାଇଁ ଶିଳ୍ପାୟନ ବୃଦ୍ଧି ଓ ଲୋକଙ୍କର ଆବଶ୍ୟକ ସାମଗ୍ରୀ ନିର୍ମାଣ ପାଇଁ କଳ କାରଖାନା ରୁ ନିର୍ଗତ ଧୁଆଁ, ଯାତାୟାତ ବ୍ୟବହୃତ ଯାନବାହାନ ର ପ୍ରଦ୍ୟୁଷଣ , ଶୀତତାପ ନିୟନ୍ତ୍ରିତ ଯନ୍ତ୍ରପାତି ଇତ୍ୟାଦିରୁ ନିର୍ଗତ ବିଷାକ୍ତ କ୍ଳୋରଫ୍ଲୋର କାର୍ବନ ପାଇଁ ପ୍ରତ୍ୟେକ ବର୍ଷ ତାପମାତ୍ରା ବୃଦ୍ଧି ପାଇଛି। ପରିବେଶ ବିନା ମଣିଷ ସମାଜର କଲ୍ୟାଣ ଅସମ୍ବବ ପରିବେଶ ନ ରହିଲେ ଜିବସତା ରହିବ ନାହିଁ। ଭାରତୀୟ ମଜଦୁର ସଂଘ ଶ୍ରମିକ ସମାଜର କଲ୍ୟାଣ ପାଇଁ ଯେତିକି ଚିନ୍ତିତ ସେତିକି ସମାଜ ଓ ପରିବେଶ ପାଇଁ ମଧ୍ୟ ଚିନ୍ତିତ , ପରିବେଶ ସଂରକ୍ଷଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ଯୋଗେଶ୍ୱର ଦାସ ପ୍ରକାଶ କରିଥିଲେ।

ଭାରତୀୟ ମଜଦୁର ସଂଘ ର ସଭାପତି ଶ୍ରୀ ମୋହନ ରାଓ ମାଝୀ , ଜିଲ୍ଲା ସଂପାଦକ ଗଣେଶ କୁମାର ସାହୁ ଏବଂ ଜିଲ୍ଲା ଉପସଭାପତି ତଥା ପର୍ଯ୍ୟାବରଣ ମଞ୍ଚ ର ଜିଲ୍ଲା ସଂଯୋଜକ ଶ୍ରୀ ଦୂର୍ଗା ମାଧବ ଘୋଷଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂଘର କୋଷାଧ୍ୟକ୍ଷ ଶ୍ରୀମତୀ ଉଷାରାଣୀ ଦାଶ , କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ , ସହ ସମ୍ପାଦିକା ଶ୍ରୀମତୀ ନେହା ସିଂ , ଜେ କେ ପେପର ମଜଦୂର ସଂଘର ସଭାପତି ଏସ ଦୂର୍ଗା , ସମ୍ପାଦକ ଏ ତିରୁପତି ରାଓ , ମାନସ ରଞ୍ଜନ ପଣ୍ଡା , ପରିଚାଳନା କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ , ପର୍ଯ୍ୟାବରଣ ମଞ୍ଚ , ବିଶ୍ଵକର୍ମା ମଜଦୁର ସଂଘ, ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ , ବ୍ୟବସାୟ ମଜଦୁର ସଂଘ , ଆଶା କର୍ମୀ, ସଫେଇ ମଜଦୁର ସଂଘ , ଜେ କେ ପେପର ମଜଦୂର ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଏନ୍ଏସି ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯକ୍ରମ ଅନୁଷ୍ଠିତ

masiha

ସବୁଠୁ ଓଜନିଆ’ ଉପଗ୍ରହ CMS-03ର ସଫଳ ଉତକ୍ଷେପଣ କଲା ISRO

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷ ରୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!