ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଉରକେଲା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 

ରାଉରକେଲା: ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ଇସ୍ପାତ, ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗୀଆ ଓରାମଙ୍କ ଦଶାହ ଶ୍ରାଦ୍ଧ କ୍ରିୟା ଦିବସରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବଣାଇ ବିଧାନସଭା ଅନ୍ତର୍ଗତ ତାଙ୍କ ବାସଭବନ କେନ୍ଦୁଡିହି ଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଉରକେଲା ବିମାନ ବନ୍ଦରରେ ଆସି ପହଂଚିଥିଲେ । ବିଜେପି ସଭାନେତ୍ରୀ ଲତିକା ପଟ୍ଟନାୟକ, ଓଡ଼ିଶା ପ୍ରଶାସନ ତରଫରୁ ଜିଲ୍ଲାପାଳ ମନୋଜ ମହାଜନ, ଡି ଆଇ ଜି ବ୍ରିଜେଶ ରାୟ, ଅତିରିକ୍ତ ଜିଲ୍ଲା ପାଳ ଆଶୁତୋଷ କୁଲକର୍ଣ୍ଣୀ, ରାଉଲକେଲା ଇସ୍ପାତ କାରଖାନା ତରଫରୁ ଡି ଆଇ ସି ଅତନୁ ଭୌମିକ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ପୂର୍ବତନ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ପୂର୍ବତନ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ,ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ଓ ଶଶାଙ୍କ ଶେଖର ଜେନା, ଜିଲ୍ଲା ସମ୍ପାଦକ ଅଜୟ କାଂସାରୀଙ୍କ ସମେତ, ଜିଲ୍ଲା କାର୍ଯ୍ୟକର୍ତ୍ତା , ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତ୍ତା ବହୁ ସଂଖ୍ୟାରେ ଉପସ୍ଥିତ ରହି ସ୍ଵାଗତ ଜଣାଇ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ଅଷ୍ଟାଦଶ ବାର୍ଷିକୋତ୍ସବ 

Sunil Chandra Nayak

World Water Day observed by the Institute of Engineers(India) Rourkela local centre

Sunil Chandra Nayak

ଜିଲ୍ଲାର ନିର୍ବାଚନ ମଣ୍ଡଳୀ ଭୋଟ ଦାନ କେନ୍ଦ୍ରର ନାମ ଓ ସ୍ଥାନ ପରିବର୍ତ୍ତନ ସମ୍ବନ୍ଧରେ ରାଜନୈତିକ ଦଳ ସହିତ ଜିଲ୍ଲାପାଳଙ୍କ ବୈଠକ 

masiha

Leave a Comment

error: Content is protected !!