ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଦନପୁର ରାମପୁର ର ନୂତନ ରାଜା ବୁଧେନ୍ଦ୍ର ପ୍ରତାପ ଙ୍କ ଦେବାଦେବୀ ଦର୍ଶନ

ମଦନପୁର ରାମପୁର ର ନୂତନ ରାଜା ବୁଧେନ୍ଦ୍ର ପ୍ରତାପ ଙ୍କ ଦେବାଦେବୀ ଦର୍ଶନ

ମ.ରାମପୁର,୨୮/୦୮(ମସୀହା): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ରାଜା ସମରେନ୍ଦ୍ର ପ୍ରତାପ ସିଂଦେଓଙ୍କ ଦେହାନ୍ତ ପରେ ତାଙ୍କ ଭ୍ରାତା ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଙ୍କୁ ୩୦ ତମ ରାଜା ଭାବରେ ବିଧିପୂର୍ବକ ରାଜାଭିଷେକ କରାଯାଇଥିଲା l ସେ ରାଜା ହେବା ପରେ ପ୍ରଥମେ କଳାହାଣ୍ଡି ମହାରାଜା ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ l ଆଜି ଗ୍ରାମର ର ଜଗନ୍ନାଥ ମନ୍ଦିର, ବିଜେଶ୍ରୀ ରାମେଶ୍ବର ମନ୍ଦିର,ଶ୍ରୀ ରାମ ମନ୍ଦିର, ରାଧାକୃଷ୍ଣ ମନ୍ଦିର ତଥା ଅନ୍ୟାନ୍ୟ ସମସ୍ତ ମନ୍ଦିର କୁ ଯାଇ ଦର୍ଶନ କରି ଦେବା ଦେବୀଙ୍କ ଆଶିଷ ଭିକ୍ଷା କରିବା ସହିତ ଗ୍ରାମର ମଙ୍ଗଳ କାମନା କରିବା କରିଥିଲେ ଏବଂ ମନ୍ଦିର ପରିଚାଳନା କମିଟିଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ରାଜାଙ୍କ ସହିତ ପୁରୋହିତ ତ୍ରିଲୋଚନ ଦାଶ ଓ ଶ୍ରୀ ଜଗନ୍ନାଥଙ୍କ ସେବକ ତଥା ସମାଜ ସେବୀ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l ସମସ୍ତ ମନ୍ଦିର ର ପୂଜକ ଙ୍କ ସମେତ ଭଗବତ ଘିଭେଲା, ଦେବେନ୍ଦ୍ର ପୋଢ଼, କୃଷ୍ଣ ଚନ୍ଦ୍ର ସାହୁ, ଭଗବାନ ଭୋଇ ପ୍ରମୁଖ ସହଯୋଗ କରିଥିଲେ।

ମଦନପୁର ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ସମ୍ପୂର୍ଣ ଶେଷ କରିବା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡ଼ାର ଉନ୍ମୋଚନ

ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗମପେନୁର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

masiha

ଚିଲିଗୁଡା ଇଂଲିଶ ମେଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!