ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଦନପୁର ରାମପୁର ର ନୂତନ ରାଜା ବୁଧେନ୍ଦ୍ର ପ୍ରତାପ ଙ୍କ ଦେବାଦେବୀ ଦର୍ଶନ

ମଦନପୁର ରାମପୁର ର ନୂତନ ରାଜା ବୁଧେନ୍ଦ୍ର ପ୍ରତାପ ଙ୍କ ଦେବାଦେବୀ ଦର୍ଶନ

ମ.ରାମପୁର,୨୮/୦୮(ମସୀହା): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ରାଜା ସମରେନ୍ଦ୍ର ପ୍ରତାପ ସିଂଦେଓଙ୍କ ଦେହାନ୍ତ ପରେ ତାଙ୍କ ଭ୍ରାତା ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଙ୍କୁ ୩୦ ତମ ରାଜା ଭାବରେ ବିଧିପୂର୍ବକ ରାଜାଭିଷେକ କରାଯାଇଥିଲା l ସେ ରାଜା ହେବା ପରେ ପ୍ରଥମେ କଳାହାଣ୍ଡି ମହାରାଜା ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ l ଆଜି ଗ୍ରାମର ର ଜଗନ୍ନାଥ ମନ୍ଦିର, ବିଜେଶ୍ରୀ ରାମେଶ୍ବର ମନ୍ଦିର,ଶ୍ରୀ ରାମ ମନ୍ଦିର, ରାଧାକୃଷ୍ଣ ମନ୍ଦିର ତଥା ଅନ୍ୟାନ୍ୟ ସମସ୍ତ ମନ୍ଦିର କୁ ଯାଇ ଦର୍ଶନ କରି ଦେବା ଦେବୀଙ୍କ ଆଶିଷ ଭିକ୍ଷା କରିବା ସହିତ ଗ୍ରାମର ମଙ୍ଗଳ କାମନା କରିବା କରିଥିଲେ ଏବଂ ମନ୍ଦିର ପରିଚାଳନା କମିଟିଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ରାଜାଙ୍କ ସହିତ ପୁରୋହିତ ତ୍ରିଲୋଚନ ଦାଶ ଓ ଶ୍ରୀ ଜଗନ୍ନାଥଙ୍କ ସେବକ ତଥା ସମାଜ ସେବୀ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l ସମସ୍ତ ମନ୍ଦିର ର ପୂଜକ ଙ୍କ ସମେତ ଭଗବତ ଘିଭେଲା, ଦେବେନ୍ଦ୍ର ପୋଢ଼, କୃଷ୍ଣ ଚନ୍ଦ୍ର ସାହୁ, ଭଗବାନ ଭୋଇ ପ୍ରମୁଖ ସହଯୋଗ କରିଥିଲେ।

ମଦନପୁର ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ମ. ରାମପୁର ସହର ରେ ମାଙ୍କଡ ଙ୍କ ଆତଙ୍କରାଜ

Sunil Chandra Nayak

ଲିମସେର ଗ୍ରାମର ମହେଶ ମେହେର ଗୋଲାମୁଣ୍ଡା ବ୍ଲକରେ ମାଟ୍ରିକ ପରୀକ୍ଷାରେ ଟପ୍ପର 

masiha

କୂଅରେ ପଡି ୫ ବର୍ଷର ଶିଶୁର ମୃତ୍ୟୁ 

masiha

Leave a Comment

error: Content is protected !!