ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ମୋଟର ଚାଳକ ସଂଘ ର କଲ୍ୟାଣ ପାଣ୍ଠି ସହାୟତା ପ୍ରଦାନ

ଓଡିଶା ମୋଟର ଚାଳକ ସଂଘ ର କଲ୍ୟାଣ ପାଣ୍ଠି ସହାୟତା ପ୍ରଦାନ

ନବରଙ୍ଗପୁର (୧|୨)ଓଡ଼ିଶା ମୋଟର ଚାଳକ ସଂଘ ପାପଡ଼ାହାଣ୍ଡି ଶାଖାର ସଦସ୍ୟ ସନାତନ ସାହୁ ଙ୍କ ୨୫/୧୧/୨୦୨୩ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଦଶାହ କାର୍ଯ୍ୟକ୍ରମ ରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।ଆଜି ଓଡିଶା ମୋଟର ଚାଳକ ସଂଘ ତରଫରୁ ଦିବଂଗତ ସଦସ୍ୟ ସନାତନ ସାହୁ ଙ୍କ ସହଧର୍ମିଣୀ ସୁନାମଣି ସାହୁଙ୍କୁ ରାଜ୍ୟ ଚାଳକ କଲ୍ୟାଣ ପାଣ୍ଠି ସହାୟତା ରାଶି କୋଡ଼ିଏ ହଜାର ଟଙ୍କା ଚେକ୍ ଆକାରରେ ରାଜ୍ୟ ସମ୍ପାଦକ ଗୁରୁ ପ୍ରସାଦ ପଣ୍ଡା ପ୍ରଦାନ କରିଛନ୍ତି । 

ଏହି ସହାୟତା ରାଶି ପ୍ରଦାନ କରାଯିବା ଅବସରରେ ପାପଡ଼ାହାଣ୍ଡି ଶାଖା ଉପ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ଗୌଡ଼, ସମ୍ପାଦକ ସୁରଜିତ୍ ପଟ୍ଟନାୟକ, ସହ ସମ୍ପାଦକ ନରସିଂହ ହରିଜନ, ପରିଚାଳନା କମିଟି ସଦସ୍ୟ କୁନୁ ନାୟକ, ସିମାଞ୍ଚଳ ପାଇକ,ସଞ୍ଜୀବ କୁମାର ପଟ୍ଟନାୟକ, ପୁରସ୍ତମ ଭୂମିଆ, ଉମାକାନ୍ତ ଭତ୍ରା, ଟଙ୍କ ପଟ୍ଟନାୟକ,ବି. ସୁନୀଲ କୁମାର ରାଓ,ଭି. ଶ୍ରୀନିବାସ ରାଓ, ଈଶ୍ଵର ଭତରା, ବେଣୁପାଣି ବିଷୋୟୀ, ଧନପତି ଭୁମିଆ, ଧନପତି ଭତରା ଓ ମୈଦଲପୁର ଶାଖା ସଭାପତି ଶ୍ରୀଯୁକ୍ତ ନରହରି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ, ରାଇରଙ୍ଗପୁରରେ ରକ୍ଷା ବନ୍ଧନ ମହୋତ୍ସବ; ବ୍ରହ୍ମ କୁମାରୀ ଭାଇ ଭଉଣୀଙ୍କ ସହ ରକ୍ଷାବନ୍ଧନ ପାଳିଲେ ସାଂସାଦ, ସାମ୍ବାଦିକ 

masiha

ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

masiha

୪୬ତମ ଆନ୍ତଃ ମହାବିଦ୍ୟାଳୟ ଚେସ ପ୍ରତିଯୋଗିତାରେ ବାଲିଗୁଡ଼ା ର ଦୁଇ ଛାତ୍ରୀଙ୍କ କୃତିତ୍ୱ

Sunil Chandra Nayak

Leave a Comment

error: Content is protected !!