ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ବିକାଶ ପରିଷଦ ତରଫରୁ ଗାଁ’କୁ ଚାଲ ଅଭିଯାନରେ ସାମିଲ ହେବାକୁ ସଭାପତିଙ୍କ ନିବେଦନ

କଟକ : ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ବିଭିନ୍ନ ପ୍ରକାରର ଜନସମ୍ପର୍କ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଗାଁ କୁ ଗାଁ ଓ ସାହିକୁ ସାହି ଯାଇ କେନ୍ଦ୍ର ସରକାରଙ୍କର ଯୋଜନା ଠିକ ଭାବେ ରୂପାୟନ ହେଉନଥିବାରୁ ଗରିବ,ଦଳିତ,ଅସହାୟ ମହିଳାଙ୍କୁ ଭେଟି ସଚେତନତା କରାଇଛନ୍ତି । ମୁଖ୍ୟତ କେନ୍ଦ୍ରସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଟକ ସଦର ବ୍ଲକରେ ପାତର ଅନ୍ତର ନୀତିରେ ଚାଲିଛି ଉଚିତ ଲୋକଙ୍କୁ ଘର ମିଳିପାରୁନାହିଁ ଏହା ଦ୍ଵାରା ଆବାସ ଯୋଜନା ପାଇବା ଲୋକ ବଂଚିତ ହେଉଛନ୍ତି ଗୋଟେ ଘରେ ବାପା,ବଡଭାଇ ଆବାସ ଯୋଜନା ପାଇଁ ଥିବାବେଳେ,ସାନଭାଇ ପାଇ ପାରିନାହିଁ । ଆବାସ ଯୋଜନାରେ କୋଉଠି ଘରୁ ୩ଜଣ ପାଇ ଥିବାର ନଜରକୁ ଆସୁଛି,ସାଧାରଣ ଖଟିଖିଆ ଦଳିତ ଲୋକଟି ଯୋଜନା ପାଇ ପାରୁନାହିଁ ଏପରିକି ବାରମ୍ବାର ଘରପାଇଁ ଆବେଦନ କରି ନିରାଶ ହେଛନ୍ତି ପୁଣି ଯେଉଁମାନେ ପାଲ ଟାଙ୍ଗୀ ରହୁଛନ୍ତି ସେମାନଙ୍କୁ ଆବାସ ଯୋଜନା ମିଳିବା ଦରକାର । ସରକାରଙ୍କ ପଞ୍ଚାୟତରେ ଥିବା କର୍ମଚାରୀ ମାନ,ଜନ ପ୍ରତିନିଧିଙ୍କ ଏଥି ପ୍ରତି ନିଘା ନାହିଁ ବୋଲି ସେଠୀ କହିଛନ୍ତି । ବର୍ଷାଦିନରେ ପାଲ ଟାଣି ରହିଥିବା ୪୨ ମୌଜା କଳାପଡା ପଂଚାୟତ ବସନ୍ତକୁଣ୍ଡଳ ଗ୍ରାମର ମନୋଜ ଭୋଇଙ୍କ ଘର ସଭାପତି ଓ ଅନ୍ୟାନ୍ୟ ସଭ୍ୟମାନେ ସେଠାରେ ଦେଖିଥିଲେ ଯାହାକି ସେ ଅନେକ ସମସ୍ୟା ଘେରରେ ଅଛନ୍ତି । କଟକ ସଦର ବ୍ଲକରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାପାଇଁ ପରିଷଦର ସଭାପତି ଦାବି କରିଛନ୍ତି । ଏହି ଅଭିଯାନରେ ହେମନ୍ତ ମୁଦୁଲି,ବନବିହାରି ମୁଦୁଲି,ଅନୀଲ ମହାପାତ୍ର,ସୁରେଶ ପ୍ରଧାନ,ବଂଶୀଧର ତ୍ରିପାଠୀ,ଅସିତ ଭୋଳ,ବସନ୍ତ ପତି,ସୁଧାଂଶୁ ଶେଖର ପଣ୍ଡା, ହେମନ୍ତ ନାୟକ,ଦେବୀପ୍ରସାଦ ପତି,ଚନ୍ଦ୍ରଶେଖର ନାୟକ,ନାରାୟଣ ନାୟକ,ଲୋକନାଥ ବେହେରାଙ୍କ ସହ ଅନ୍ୟମାନେ ସାମିଲ ଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୩ -୨୪ ପ୍ରଦାନ

masiha

ସମାରୋହରେ ପାଳିତ ହେଲା ପାଣି ପଞ୍ଚାୟତ ପକ୍ଷ 

masiha

ବିଶ୍ୱ ରକ୍ତଦାତା ଦିବସରେ ବିଶିଷ୍ଟ ରକ୍ତଦାତା ଇଂ.ଗୋପାଳ କୃଷ୍ଣ ଦାସ ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!