ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆମଗୁଡା ବଜାର ନିକଟରେ ବେଆଇନ ମଦ କାରବାର, ଚେଇଁ ଶୋଇଛି ଅବକାରୀ ବିଭାଗ 

ଆମଗୁଡା ବଜାର ନିକଟରେ ବେଆଇନ ମଦ କାରବାର, ଚେଇଁ ଶୋଇଛି ଅବକାରୀ ବିଭାଗ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଖମାରହଳଦୀ ଗ୍ରାମପଞ୍ଚାୟତ ଆମଗୁଡା ବଜାର ନିକଟରେ ସାଗରପଡା ଯିବା ରାସ୍ତାରେ ଖୁଲମଖୁଲା ଦେଶୀ ଓ ବିଦେଶୀ ମଦ କାରବାର ଚଳୁଥିବା ବେଳେ ଏ ବେଆଇନ ଚୋରା ମଦ କାରବାର ଉପରେ ଅବକାରୀ ବିଭାଗ ର ଦୃଷ୍ଟି ପଡୁଛି ନା ନାହିଁ ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି। କୋଠି ଯୋଗୁଁ ପ୍ରତିଦିନ ମଦ ପିଇ ଅସାଧୁ ବ୍ୟକ୍ତି ମାନଙ୍କର ଅଡ୍ଡା ଜମୁଛି। ଏହି ରାସ୍ତା ରେ ସେହି ଅଞ୍ଚଳର ଅନେକ ଛାତ୍ର ଛାତ୍ରୀ ଚିଚିଆ କଲେଜ, ଧର୍ମଗଡ କଲେଜ, ଗୋଲାମୁଣ୍ଡା କଲେଜ କୁ ପାଠ ପଢିବାକୁ ଯାଉଥିବା ବେଳେ ମଦୁଆ ଅସାଧୁ ବ୍ୟକ୍ତି ଙ୍କ ଆକ୍ରୋଶ ର ଶିକାର ହେବା ଅଞ୍ଚଳବାସୀ ଲୋକେ ପ୍ରକାଶ କରିଛନ୍ତି। ସାଗରପଡା, ଡୁମେରଗୁଡା, କିର୍କାକାନି, କେରମୁଣ୍ଡା, ମୂଖିଗୁଡା, ବାଞ୍ଜିପଦର ଗାଁ ର ଅନେକ ମହିଳା ଓ ଭଦ୍ର ବ୍ୟକ୍ତି ସେହି ରାସ୍ତା ରେ ପ୍ରତ୍ୟେକ ଦିନ ଯିବା ଆସିବା କରୁଥିବା ବେଳେ ଅସାଧୁ ବ୍ୟକ୍ତି ମାନଙ୍କ ଦ୍ୱାରା ହଇରାଣ ହରକତ ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ନେଇ ଅବକାରୀ ବିଭାଗ ତୁରନ୍ତ ପଦକ୍ଷେପ ନେଇ ସାଗରପଡା ସ୍ଥିତ ବେଆଇନ ମଦ କୋଠି କୁ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଟଙ୍କା ହଡ଼ପ ଅଭିଯୋଗରେ ଫେରାର୍ ଏଲଆଈସି ଏଜେଣ୍ଟ ଗିରଫ , ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ ଅଭିଯୋଗ 

ବଡ ବଜାର ପୋଲିସ ବେଆଇନ ଅନଲାଇନ୍ ବାଜି ରାକେଟ ଠାବ ; ଜଣେ ଗିରଫ 

ପୁଲିସ ଓ ଅବକାରୀ ବିଭାଗ ର ମିଳିତ ଚଢାଉ ୫୯ ଲିଟର ଦେଶୀ ରନ୍ଧା ମଦ ଜବତ ୨ ଗିରଫ

masiha

Leave a Comment

error: Content is protected !!