ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜାତୀୟ କ୍ରୀଡ଼ା ଦିବସ ୨୦୨୪ ପାଳିତ 

ଜାତୀୟ କ୍ରୀଡ଼ା ଦିବସ ୨୦୨୪ ପାଳିତ 

ରାୟଗଡ଼:-ତା.୨୯/୦୮-ହକି କିମ୍ବଦନ୍ତି ମେଜର ଧ୍ୟାନ ଚlନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ଜିଲ୍ଲାସ୍ଥରୀୟ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଯାଇଛି l ଆଜି ଏହି ଉପଲକ୍ଷେ ରାୟଗଡ କ୍ରୀଡା ବିଭାଗ ତରଫରୁ ସମୂହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରଇତ ମୁଖ୍ୟ ଅତିଥି,ଉପଜିଲ୍ଲାପାଳ ରାୟଗଡ, କଲ୍ୟାଣୀ ସଂଘମିତ୍ରା ଦେଵୀ,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲିନୁର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀକାନ୍ତ ପାଣିଗ୍ରାହୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ନାୟକ, ବ୍ୟାଡ଼ମେଣ୍ଟନ ସଂଘର କର୍ମକର୍ତ୍ତା,କ୍ରୀଡ଼ାବିତ, ଯୋଗ ଦେଇ ପ୍ରବାଦ ପୁରୁଷ ଧ୍ୟାନ ଚାନ୍ଦଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବା ପରେ ସ୍ଥାନୀୟ ସଦଭାବନା କ୍ରୀଡ଼ାଙ୍ଗନ ଠାରୁ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ କ୍ରୀଡା ଶିକ୍ଷକ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧି, କଲେଜ,ସ୍କୁଲର ଛାତ୍ର ଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇ ସହରର ଆର ଆଇସି ଛକ ଦେଇ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଯିବା ପରେ ସେଠାରୁ ପୁଣି ଫେରି ସଦଭାବନା କ୍ରୀଡ଼ାଙ୍ଗନ ଠାରେ ସମାପନ ହୋଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ମହା ବିଦ୍ୟାଳୟର କ୍ରୀଡା ଅଧ୍ୟାପିକା ରିତା ରାଣୀ ମିଶ୍ର,ୱେଟ ଲିଫଟିଙ୍ଗ ସଂଘର ଦୋରା କଣ୍ଡଗିରି, ବ୍ୟଡ଼ମୀଣ୍ଟନ ସଂଘର ମୁନା ବୈରଭ ଜୈନ,ଫୁଟବଲ ସଂଘର ମନୋଜ କୁମାର ନାୟକ,ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅନ୍ୟାନ୍ୟ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ, କ୍ରୀଡ଼ାବିତ ପ୍ରମୁଖ ଉପସ୍ଥିତ ରହିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ଭବ୍ୟସଫଳତା

Sunil Chandra Nayak

ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ଆନୁକୂଲ୍ୟରେ ୨ୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜାମଦା ଏକାଦଶ ଚମ୍ପିୟାନ

masiha

ରାଇରଙ୍ଗପୁର ଯୁଵ ଵେଡମିଣ୍ଟନ ତାରକା ମନିଷ ପାଲ ପୋତିଲେ ମାଇଲ ଖୁଣ୍ଟ

Sunil Chandra Nayak

Leave a Comment

error: Content is protected !!