ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର କାଳୀନ ସମ୍ବର୍ଦ୍ଧନା ସଭା 

ଅବସର କାଳୀନ ସମ୍ବର୍ଦ୍ଧନା ସଭା 

ଡାବୁଗାଁ, ୩୦/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଶୁକ୍ରବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଡାବୁଗାଁ ବ୍ଲକ ର ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ ଚଳିତ ମାସ ୩୧ ତାରିଖ ଦିନ ନିଜ ଚାକିରୀରୁ ଅବସର ଗ୍ରହଣ କରିବେ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦେବରାଜ ଗୋପାଳ ଜୁଲାଇ ମାସ ୩୧ ତାରିଖ ଦିନ ଅବସର ଗ୍ରହଣ କରିଥିଲେ | ଏହି ଉପଲକ୍ଷେ ୨ ଜଣ ଅଧିକାରୀଙ୍କୁ ବ୍ଲକ ର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଶୁକ୍ରବାର ପ୍ରଦାନ କରାଯାଇଥିଲା | ଏଥିରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ସନ୍ତୋଷ କୁମାର ସାହୁ, ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ପ୍ରମୁଖ ମଞ୍ଚାସୀନ ଥିଲେ | ଏଥିରେ ଶିକ୍ଷକ ବିକାଶ ରଞ୍ଜନ ନିଶଙ୍କ, କୃଷ୍ଣ ଚନ୍ଦ୍ର ପଣ୍ଡା, ଦିବାକର ବାରିକ, ଜିତେନ୍ଦ୍ର କୁମାର ମାଝି, ଜଗନ୍ନାଥ ରାଓ, ବିଶ୍ଵେଶ କୁମାର ତ୍ରିପାଠୀ, ବଲ୍ଲଭ ନାରାୟଣ ପଣ୍ଡା, ହରେକୃଷ୍ଣ ବାଡତ୍ୟା, ଧନସିଂ ତନ୍ତୀ, ମଙ୍ଗରାଜ ମାଝି, ଦୟାନିଧି ବଞ୍ଜରା, ଧନଞ୍ଜୟ ବଡଜେନା, ଗୁପ୍ତେ ପ୍ରସାଦ ନାଗ, ପ୍ରସନ୍ନ କୁମାର ଦଣ୍ଡସେନା, ହେମନ୍ତ କୁମାର ପଣ୍ଡା, ସୁରେଶ ଚନ୍ଦ୍ର ବେହେରା, ଶିକ୍ଷୟତ୍ରୀ ଗୀତାଞ୍ଜଳି ବସ୍ତିଆ, ଗିରିଶବାଳା ଜେନା, ଅନିତା ବେହେରା ଓ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡ଼. ଆମ୍ବେଦକର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଜିଲ୍ଲାରେ ମେଡ଼ିକାଲ କଲେଜ ଦାବି, ଅହୋରାତ୍ର ଗଣ ଧାରଣାକୁ ତିନି ଦିନ ପୁରିଲା , ବିଧାନସଭାରେ ଉଠିଲା ଆନ୍ଦୋଳନର ସ୍ବର

Sunil Chandra Nayak

ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Leave a Comment

error: Content is protected !!