ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁନିଗୁଡା ବନାଞ୍ଚଳରେ ରକ୍ଷକ ହୋଇ ଭକ୍ଷକ ସାଜିଛି ବନ ବିଭାଗ ,ପୋଡୁଚାଷ ନାଁରେ ଜଙ୍ଗଲ ଧ୍ଵଂସ

ମୁନିଗୁଡା ବନାଞ୍ଚଳରେ ରକ୍ଷକ ହୋଇ ଭକ୍ଷକ ସାଜିଛି ବନ ବିଭାଗ ,ପୋଡୁଚାଷ ନାଁରେ ଜଙ୍ଗଲ ଧ୍ଵଂସ

ମୁନିଗୁଡା/ଚନ୍ଦ୍ରପୁରୁ -31.8.024 ରାଜ୍ୟ ଓ କେନ୍ଦ୍ର ସରକାର ଜଙ୍ଗଲର ସ୍ଥାୟିତ୍ବ ଏଵଂ ଉଜୁଡା ଜଙ୍ଗଲର ରକ୍ଷଣ ଵେକ୍ଷଣ ଉପରେ ଗୁରୁତ୍ବ ଦେଇ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି ବନ ଵିଭାଗକୁ।ଏହି ଅର୍ଥର ସିଂହ ଭାଗ ଧଳା ହାତି ନେଉଥିବା ଵେଳେ ବଳକା ଅର୍ଥକୁ ନାମକୁ ମାତ୍ର କାର୍ଯ୍ୟ କରି ତଳିଆ ଲୁଟି ନେଇ ପୋଡୁ ଚାଷ ନାଁରେ ଲୋକମାନେ ଜଙ୍ଗଲକୁ ଧ୍ବଂସ କରୁଥିବା ବନଵିଭାଗ ସଫେଇ ଦେଉଛି।ଏପରି ଅଭାବନୀୟ ଘଟଣା “ରକ୍ଷକ ହୋଇ ଭକ୍ଷକ” ସାଜିଥିବା ରାୟଗଡା ଜିଲ୍ଲା ମୁନିଗୁଡା ଵନାଞ୍ଚଳରେ ଦେଖିବାକୁ ମିଳିଥିବା ସଚ୍ଚେତନ ନାଗରିକ ଅଭିଯୋଗ କରିଛନ୍ତି।ଜଙ୍ଗଲ ଵିନା ମନୁଷ୍ୟ ବଞ୍ଚିବା କଷ୍ଟ ସାଧ୍ୟ,ଜଙ୍ଗଲ ସୃଷ୍ଟି କରିବାକୁ ଆମର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି ମା ପାଇଁ ଗଛଟିଏ ଲଗାଇ ଉଜ୍ଜ୍ୱଳ ଭଵିଷ୍ୟତ ଗଠନ କରି ସମାଜରେ ବଞ୍ଚିଵାକୁ ସହାୟ ହେଵ।କିନ୍ତୁ ମୁନିଗୁଡା ବନାଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ବନଵିଭାଗର ଅଫିସରଙ୍କ ଠାରୁ ଆରମ୍ଭ କରି ତଳ କର୍ମଚାରୀ ପର୍ଯ୍ୟନ୍ତ ନିଜର ଆର୍ଥିକ ସ୍ବାର୍ଥକୁ ଚରିତାର୍ଥ କରିବାକୁ ଜଙ୍ଗଲ ସୁରକ୍ଷାକୁ ଯେତିକି ଗୁରୁତ୍ବ ଦିଆଯାଉନି ଜଙ୍ଗଲ ଧ୍ଵଂସକୁ ପରୋକ୍ଷରେ ସୁଯୋଗ ଦିଆଯାଉଥିବା ଵହୁଵାର ଅଭିଯୋଗ ହୋଇ ଆସୁଛି।ଯାହାକି ମୁନିଗୁଡା ଵନାଞ୍ଚଳ ଅଧିନରେ,ଡାଙ୍ଗସୋରଡା,ମୁନିଗୁଡା,ଆମ୍ବାଦଳା,ବିଷମକଟକ ଓ ଦୁର୍ଗୀ ସେକ୍ସନ ମାନଙ୍କରେ ଥିବା ସଂରକ୍ଷିତ,ପିଆର ଏଫ,ଓ ରାଜସ୍ବ ବିଭାଗର ଜଙ୍ଗଲ ରହିଛି।ଏଥିରେ ଥିବା ଶାଗୁଆନ ପ୍ଲାଣ୍ଟେସନର ଗଛ କଟାଯାଇ ଗିର୍ଡଲିଙ୍ଗ କରାଯାଉଛି। ପ୍ରତିବର୍ଷ ଏପରି କରିବା ଦ୍ବାରା ଏକର ଏକର ଜଙ୍ଗଲ ସଫାକରି କପା ଓ ପୋଡୁ ଚାଷ ପାଇଁ ପ୍ରାକୃତିକ ଓ ପ୍ଲାଣ୍ଟେସନ ଜଙ୍ଗଲ ପ୍ରତି ବିପଦ ସୃଷ୍ଟି କରିଛି।ପର ମୂହୂର୍ତରେ ଵନ କର୍ମଚାରୀ ଓ ରାଜସ୍ବ ବିଭାଗର ମିଳିତ ଭାଗିଦାରୀରେ ସଫାହୋଇଥିବା ଜଙ୍ଗଲକୁ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ସେହି ଜମି ଲୋକଙ୍କୁ ପଟାଦିଆଯାଇ ସଵୁଦିନିଆ ପୋଡୁ ଚାଷ ପାଇଁ ସୁଯୋଗ ଦିଆଯାଉଛି।ଵିଟ୍ ଓ ସେକ୍ସନ ମାନଙ୍କରେ ଥିବା ଦୀର୍ଘଦିନ ହେବ ଅନ୍ୟତ୍ର ବଦଳି ନହୋଇ ଗାଦି ମାଡି ବସିଥିବା ବନ କର୍ମଚାରୀ ମାନଙ୍କ ସଲାସୁତରାରେ ଜଙ୍ଗଲ ଧ୍ବଂସାଭିମୁଖି ହେଵାକୁ ଯାଉଛି।ପୁରୁଣା ଓ ସ୍ଥାନୀୟ ବନ କର୍ମଚାରୀଙ୍କୁ ଵଦଳି କରାଗଲେ ଫିଲ୍ଡିରୁ ଆସୁଥିବା ମାଲ ଅଫିସରମାନଙ୍କ ହାତ ଚିକ୍କଣ ହେଵା କଷ୍ଟ ସାଧ୍ୟ ହୋଇପଡିବ।ଯାହାଫଳରେ ବିଟକୁ ବିଟ ଦାୟିତ୍ବରେ ଥିବା କର୍ମଚାରୀ ନିୟମିତ ଯାଉନଥିବା ଵେଳେ ଅଧିକାରୀଙ୍କର ମଧ୍ୟ ସେଠାରେ ଦେଖାମିଳେ ନାହିଁ।ଯଦି କେହି ଜଙ୍ଗଲ ସଫା କରୁଥାଏ ଵନକର୍ମଚାରୀ ସେତେଵେଳେ ଦେଖି ନଦେଖିଲା ଭଳି ଚାଲି ଯାଇଥାଏ।ଅପରପକ୍ଷରେ ଵିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଅଧିକାଂସ ସମୟ ମାଓବାଦି ଆଳଦେଖାଇ ଵିଟ୍ ଭ୍ରମଣ ନ କରିବା ଯୋଗୁ ଶାଳଗଛ ଓ ଚାରା ଦିନକୁ ଦିନ ଧ୍ବଂସ ହେଵାରେ ଲାଗୁଥିବା ଵେଳେ ସରକାରଙ୍କର କୋଟିକୋଟି ଟଙ୍କା ଆବାଟରେ ଯାଉଥିବା ଅଭିଯୋଗ ହେଉଛି।ଶାଗୁଆନ ଓ ଶାଳବଣର ଧ୍ବଂସ ଯୋଗୁ ଜଳବାୟୁର ପରିବର୍ତ୍ତନ ସହ ତାପମାତ୍ରା ଵୃଦ୍ଧିର ମୁଖ୍ୟ କାରଣ ପାଲଟିଛି।ଏହି ମୁଲ୍ୟଵାନ ଗଛ ରହିଲେ ସେହି ଗଛରୁ ମଞ୍ଜି ପଡି ଜଙ୍ଗଲ ସୃଷ୍ଟି ହୋଇଥାଏ,ମାତ୍ର ଵନ କର୍ମଚାରୀଙ୍କ ବେପରୁଆ ଓ ଲୋଭ ଶକ୍ତି ଯୋଗୁ ଜଙ୍ଗଲ ନଷ୍ଟ ହେଵାକୁ ଯାଉଛି।ଉଚ୍ଚକର୍ତୁପକ୍ଷ ଯଦି ଡିଭିଜନ ଓ ଵନାଞ୍ଚଳ ଅଧିନରେ ଥିବା ପାଞ୍ଚଵର୍ଷରୁ ଉର୍ଦ୍ଧ୍ଵ ଓ ସ୍ଥାନୀୟ କର୍ମଚାରୀଙ୍କୁ ବିଟକୁ ବିଟ ବଦଳୀ ନକରି ଅନ୍ୟତ୍ର ଵଦଳୀ କରାନଯାଏ ,ଅଳ୍ପଦିନରେ ଵଳକା ଜଙ୍ଗଲ ଧ୍ବଂସ ହେବାକୁ ଵେଶି ଦିନ ଲାଗିବନୀ ବୋଲି ଵୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି।ସରକାର ଏଥିପ୍ରତି ଦୃଷ୍ଟି ଦେଇ ଜଙ୍ଗଲକୁ ଧ୍ବଂସ ମୁଖରୁ ବଞ୍ଚାଇବାକୁ ସ୍ଥାନୀୟ ବାସୀନ୍ଦା ଦାଵୀ କରିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚିଲିଗୁଡ଼ା ରେ ମା ଠାକୁରାଣୀଙ୍କ ଚୈତ୍ର ପର୍ବ ଅନୁଷ୍ଠିତ

masiha

ବରିଷ୍ଠ ଆଇନଜୀବୀ ବୃନ୍ଦାବନ ଚନ୍ଦ୍ର ରଥ ଙ୍କ ବିୟୋଗରେ ଓକିଲ ସଂଘ ର ଶୋକ…

masiha

ଧର୍ମଗଡ଼ ରେ କୌଶଳ ରଥକୁ ଭବ୍ୟ ସ୍ୱାଗତ

masiha

Leave a Comment

error: Content is protected !!